ପୁରୀ, /ସ୍ୱତନ୍ତ୍ର ପ୍ରତିନିଧି: ମଙ୍ଗଳବାର ଶୁକ୍ଳ ଚତୁର୍ଦଶୀ ତିଥିରେ ଶ୍ରୀମନ୍ଦିରରେ ପାଣ୍ଡୁନୃସିଂହ ବିଜେ ନୀତି ପାଳିତ ହୋଇଯାଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ପରେ ଭିତର ଶୋଧ, ମଙ୍ଗଳ ଆଳତି, ଦୈନଦିନ ନୀତି ବଢି ସକାଳଧୂପ ଶେଷ ହୋଇ ଥିଲା । ଭୋଗମଣ୍ଡପ ଉଠିଲାପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କ ମଇଲମ ବଢ଼ାଇ ବେଶ ଶେଷ କରିଥିଲେ । ଦକ୍ଷିଣି ଘର ଭୋଗ ପରେ ମାହାଜନ ସେବକ ମାନେ ପାଣ୍ଡୁନୃସିଂହ ଦେବଙ୍କୁ ଦକ୍ଷିଣି ଘରୁ ରତ୍ନସିଂହାସନ କୁ ବିଜେ କରାଇ ଆଣିଥିଲେ । ପୂଜାପଣ୍ଡା ସେବକ ପାଣ୍ଡୁନୃସିଂହ ଦେବଙ୍କୁ ଆଜ୍ଞାମାଳ ଲାଗି କରାଇଲାପରେ ଶ୍ରୀମନ୍ଦିର ରୁ ଚାରି ଆଶ୍ରମ ଭ୍ରମଣରେ ବାହାରି ଥିଲେ । ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମାହାଜନ ସେବକମାନେ ମହାପ୍ରଭୁ ନୃସିଂହ ଦେବଙ୍କ ରୁନ୍ଧା ଫିଟାଇ ଦକ୍ଷିଣି ଘରକୁ ବିଜେ କରାଇଥିଲେ ।
ରାଜ୍ୟ
ଶ୍ରୀମନ୍ଦିରରେ ପାଣ୍ଡୁନୃସିଂହ ବିଜେ ନୀତି ପାଳିତ
- Hits: 239