ହେଡଲାଇନସ୍:

" ସରକାରୀ କଲେଜ  ମାନ୍ୟତା  ପାଇଁ ପଦଯାତ୍ରାରେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ଛାତ୍ର ଆସୀମ ପଟେଲ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା(ସୁବାସ ସାହାରେ) :ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଉପଖଣ୍ଡ ର ସର୍ବ ପୁରାତନ କଲେଜ କୁଚିଣ୍ଡା କଲେଜ ଓ ଶିଳ୍ପ ନଗରୀ ତଥା ଜିଲ୍ଲା ମହକୁମା ସ୍ଥିତ ଝାରସୁଗୁଡ଼ା ଲକ୍ଷ୍ମୀ ନାରାୟଣ କଲେଜ ଦ୍ୱୟକୁ ସମ୍ପୁର୍ଣ୍ଣ ସରକାରୀ ଘୋଷଣା ଦାବି କରି ଅଲ କୋଶଲ ଷ୍ଟୁଡେନ୍ଟ ୟୁନିଅନର ସଂଯୋଜକ ଅସିମ ପଟେଲ କୁଚିଣ୍ଡା କଲେଜ ସମ୍ମୁଖରୁ ସମ୍ବଲପୁର ଆର୍.ଡି.ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଜି ତ୍ରୟଦିବସୀୟ ପଦଯାତ୍ରା ଆରମ୍ଭ କରିଛନ୍ତି। ଏଇ ପଦଯାତ୍ରା ବେଳେ କୁଚିଣ୍ଡା ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦର କର୍ମ କର୍ତ୍ତା ଶ୍ରୀ ପଟେଲ ଙ୍କୁ ଜାତୀୟ ପତାକା ଓ ଗୋଲାପ ଫୁଲ ଦେଇ ଉଦ୍ ଘାଟନ କରିଛନ୍ତି। ଏହାପରେ ସହର ପରିକ୍ରମା କରି କଳା ପରିଷଦ ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତି ମୁର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ଏହା ପରେ ପଦଯାତ୍ରୀ ଦଳ ଙ୍କୁ ସାତକମା , କୁଟୁରାଚୁଆ ଓ ପୁରୁଣା ପାଣି ରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ପଦଯାତ୍ରା ଦଳ ଲଇଡା ସ୍ଥିତ ସଂଗ୍ରାମୀ ଇଶ୍ୱର ନାଏକ ଙ୍କ ପ୍ରତି ମୁର୍ତ୍ତି ରେ ମାଲ୍ୟାର୍ପଣ ପରେ ସେଠାରେ ଲଇଡା ସରପଞ୍ଚ ଓ ସାମ୍ବାଦିକ ସଂଘ କର୍ମକର୍ତ୍ତା ସହ ଗ୍ରାମବାସୀ ସମ୍ବର୍ଦ୍ଧନା ଦେଇଥିବା ଜଣାଯାଇଛି । ଏଇ ପଦଯାତ୍ରା କୋଲାବିରା ଦେଇ ଝାରସୁଗୁଡ଼ା ରେ ପହଞ୍ଚିବା ପରେ ଦ୍ୱିତୀୟ ଦିବସରେ ପୁଣି ରେଙ୍ଗାଲୀ ଦେଇ ସମ୍ବଲପୁରରେ ପହଞ୍ଚିବ ଏବଂ ତୃତୀୟ ଦିବସରେ ଉତ୍ତରାଞ୍ଚଳ ରେଭେନ୍ୟୁ ଡିଭିଜନାଲ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବ ବୋଲି ଜଣାଯାଇଛି । ପଦଯାତ୍ରା ରେ ସୁବାସ ଚନ୍ଦ୍ର ନାୟକ ,ସରୋଜ ମେହେର ପ୍ରମୁଖ ଥିବା ବେଳେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କ ସମେତ ବିଜେପି , ବିଜେଡି ଓ କଂଗ୍ରେସ କର୍ମ କର୍ତ୍ତା ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ ।

0
0
0
s2sdefault