ହେଡଲାଇନସ୍:

ମନେପକାଇ ପୁରୁଖା ସହଯୋଗୀଙ୍କୁ ଭେଟିଲେ ସାଂସଦ ପ୍ରସନ୍ନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜୁ ବାବୁ ଏହି ଅଞ୍ଚଳକୁ ଗସ୍ତ ସମୟରେ ସ୍ୱୀକାର କରିଥିଲେ ଶ୍ରୀ ଡନସନାଙ୍କ ଆତିଥ୍ୟ 

ବରଗଡ:- ବିଜୁ ଜନତା ଦଳର ବୟୋଜ୍ୟେଷ୍ଠ କର୍ମୀ ଶ୍ରୀ ଗୋର୍ଷା ରଣା । ଆଜି ତାଙ୍କୁ ବୟାନବେ ବର୍ଷ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମର ନିବାସୀ ଶ୍ରୀ ରଣା ବିଜୁ ଜନତା ଦଳର ଜଣେ ପୁରୁଣା କର୍ମୀ । ଆଜି ସାଂସଦ ଶ୍ରୀ ଆଚାର୍ଯ୍ୟ ଶ୍ରୀ ରଣାଙ୍କୁ ଭେଟିବା ସମୟରେ ତାଙ୍କର ସ୍ୱାସ୍ଥ୍ୟ ବାବଦରେ ପରିବାର ଲୋକଙ୍କୁ ପଚାରି ବୁଝିଥିଲେ । ଶ୍ରୀ ରଣାଙ୍କର ପୁଅ ଶ୍ରୀ ଦିଲୀପ ରଣା ସାଂସଦଙ୍କୁ ଶ୍ରୀ ରଣା ଙ୍କର ସ୍ୱାସ୍ଥ୍ୟ ବାବଦରେ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ରଣା ବର୍ତ୍ତମାନ ଭଲଭାବରେ ଶୁଣି ପାରୁନାହାନ୍ତି କି ଠିକ ଭାବରେ ଚଲବୁଲା କରି ପାରୁନାହାନ୍ତି । ଶ୍ରୀ ରଣା ଆରମ୍ଭରୁ ଅଣ କଂଗ୍ରେସ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରି ଆସିଛନ୍ତି । ନିଜର ଶରୀର ଅସୁସ୍ଥ ଥିବା ସତ୍ତ୍ୱେ ଶ୍ରୀ ରଣା ଜାମସେଠ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା କଥା  ସାଂସଦଙ୍କୁ କହିଥିଲେ ଓ ଅନ୍ତତ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତ କରିବା ପାଇଁ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ । ସାଂସଦ ଶ୍ରୀ ଆଚାର୍ଯ୍ୟ ଜାମସେଠ ଡାକ୍ତର ଖାନାରେ ଡାକ୍ତର ନିଯୁକ୍ତି ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ଏ ଅଞ୍ଚଳରେ ବିଜୁ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳର ମୂଳଦୁଆ ପକାଇଥିବା ଶ୍ରୀ ରଣାଙ୍କର ଦୀର୍ଘାୟୁ କାମନା କରିଛନ୍ତି ସାଂସଦ ଶ୍ରୀ ଆଚାର୍ଯ୍ୟ ।

      ଏହାପରେ ସାଂସଦ ଶ୍ରୀ ଆଚାର୍ଯ୍ୟ ମାଣ୍ଡୋସିଲ ଗ୍ରାମକୁ ଯାଇ ଆଉ ଜଣେ ପୁରୁଖା କାର୍ଯକର୍ତା ଶ୍ରୀ ଶୋପ ସିଂ ଡନସନା ଙ୍କୁ ସାକ୍ଷାତ କରିଥିଲେ । 89 ବର୍ଷୀୟ ଶ୍ରୀ ଡ଼ନସନା ମଧ୍ୟ ଅଣ କଂଗ୍ରସ ରାଜନୀତିରେ ସମ୍ପୂର୍ଣ୍ଣ ପରିବାର ସହିତ ନିୟୋଜିତ ଥିଲେ । ଆଜି ମଧ୍ୟ  ମାଣ୍ଡୋସିଲ ଅଂଚଳରେ ଏହି ପରିବାର ବିଜୁ ଜନତା ଦଳ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ । ଦିନଥିଲା ଏହି ପରିବାରକୁ ଗ୍ରାମରୁ କେବଳ ଏହି କାରଣ ପାଇଁ ବାସନ୍ଦ କରାଯାଇଥିଲା ଯେ ସେମାନେ ଅଣ କଂଗ୍ରେସ ରାଜନୀତିକୁ ପ୍ରୋତ୍ସାହିତ କରୁଛନ୍ତି । 

ଏଠାରେ ସୂଚନାଯୋଗ୍ୟ ଯେ ପ୍ରବାଦ ପୁରୁଷ ବିଜୁ ବାବୁ ଏହି ଅଞ୍ଚଳକୁ ଆଇଥିବା ସମୟରେ ଶ୍ରୀ ଡନସନାଙ୍କର ଘରକୁ ଆସି ତାଙ୍କର ଆତିଥ୍ୟ ସ୍ୱୀକାର କରିଥିଲେ । ଆଜି ବିଜୁ ଜନତା ଦଳକୁ ଯେଉଁ କେତେଜଣ ଆରମ୍ଭରୁ ନିଃସ୍ୱାର୍ଥପର ସମର୍ଥନ ଦେବା ସହିତ ଅପ୍ରାଣ ସହଯୋଗ କରି ଆସୁଛନ୍ତି ସେମାନଙ୍କର ଭିତରେ ଶ୍ରୀ ଗୋର୍ଷା ରଣା ଓ ଶ୍ରୀ  ଶୋପ ସିଂ ଡନସନା ଅନ୍ୟତମ ଏଥିରେ ସନ୍ଦେହ ନାହିଁ । ମହାପ୍ରଭୁଙ୍କ ନିକଟରେ ଉଭୟଙ୍କ ଦୀର୍ଘାୟୁ କାମନା କରୁଛି ବୋଲି ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ।

0
0
0
s2sdefault