ହେଡଲାଇନସ୍:

ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପତ୍ର ଲେଖି ଦାବି ଜଣାଇଲେ ଜିଲ୍ଲା ବିଜେଡି ଏସସି ସେଲ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଅନୁସୂଚିତ ଜାତିର ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେଡି ଜିଲ୍ଲା ଏସସି ସେଲ ତରଫରୁ ଝାରସୁଗୁଡ଼ାର ନିର୍ମାଣଧୀନ ନୂତନ ବସଷ୍ଟାଣ୍ଡକୁ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗୀୟ ବିହାରୀ ରାମ ତନ୍ତୀଙ୍କ ନାମରେ ନାମିତ କରିବା ପାଇଁ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଏକ ପତ୍ର ଲେଖି ଦାବି ଜଣାଇଛନ୍ତି। ଏହା ବ୍ୟତୀତ ସେଠାରେ ତାଙ୍କର ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରିବାକୁ ଦାବି କରାଯାଇଛି। 

ଜିଲ୍ଲା ବିଜେଡି ଏସସି ସେଲର ସଭାପତି ଜୟପ୍ରକାଶ କୁଅଁରଙ୍କ ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ, ଆଜି ଏହି ଦାବି ନେଇ ଏକ ବିଶେଷ ପ୍ରତିନିଧିମଣ୍ଡଳ ଦିନ ୧୧ଟାରେ ସ୍ବାସ୍ଥ୍ୟମନ୍ତ୍ରୀ ଓ ୧୧ଟା ୩୦ ମିନିଟରେ ରେ ଜିଲ୍ଲାପାଳ  ସାକ୍ଷାତ କରିଥିଲେ।  ପ୍ରାୟ ୧୦୦୦ ଜଣଙ୍କ ସ୍ବାକ୍ଷର ରହିଥିବା ଦାବୀପତ୍ର ଉଭୟଙ୍କୁ ପ୍ରଦାନ କରାଯାଇଥିଲା। ଜିଲ୍ଲା ବିଜେଡି ସେଲ ଏହା ମଧ୍ୟ ଜଣାଇଛି ଯେ ଶୀଘ୍ର ଏହିପରି ସ୍ମାରକପତ୍ର ମୂଖ୍ୟମନ୍ତ୍ରୀ, ବରଗଡ଼ ଲୋକସଭା ସାଂସଦ, ରାଜ ୟ ପରିବହନ ମନ୍ତ୍ରୀ ତଥା ବ୍ରଜରାଜନଗର ବିଧାୟକଙ୍କୁ ମଧ୍ୟ ପ୍ରଦାନ କରାଯିବ। 

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଏସ ସି ସେଲ ସଭାପତି ଜୟ ପ୍ରକାଶ କୁଅଁର , ପ୍ରେମ ସାଗର , ନୃପତି ବେସନ , ଶଙ୍କର ପୋଢ଼, ଶ୍ୟାମସୁନ୍ଦର କଂସରାଲି , ପାର୍ଥବ ମଗର , ଅଶୋକ ଜାଲ , ଦୟାନିଧି ଚାନ୍ଦ , କିଶୋର କୁମ୍ଭାର , ହିମାଂଶୁ ବେସନ, ପ୍ରଫୁଲ୍ଲ ହାତୀ ସମେତ ଅନ୍ୟାନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ l

0
0
0
s2sdefault