ହେଡଲାଇନସ୍:

ଢ଼ୋଲ ଖାଉଛି ପାହାର, ପଇସା ଖାଉଛି ହାଡ଼ି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ରାସ୍ତାରେ ଚାଲୁଛି ଏମସିଏଲର ଭାରୀଯାନ, ଗ୍ରାମବାସୀ ଖାଉଛନ୍ତି ଧୂଳି। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରସ୍ଥିତ ମଧୁବନନଗର ବାଇପାସ୍ ରାସ୍ତା ପାଲଟିଛି ଲୋକଙ୍କ ପାଇଁ ଘୋର ସମସ୍ୟାର କାରଣ। ଲଚକୁରା କୋଇଲା ଖଣିଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ବାଇପାସ୍ ରାସ୍ତାରେ ଦିନକୁ ଶହ ଶହ ଟ୍ରକ ଯାତାୟତ କରି ଲୋକଙ୍କ ପାଇଁ ଧୂଳି ଉଡ଼ାଇ ଚାଲିଛନ୍ତି। ଏହା ଯୋଗୁଁ ସ୍ଥାନୀୟ ଅଧିବାସୀମାନେ ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି। 

ସୂଚନା ମୁତାବକ, ଲଚକୁରାଠାରେ ଥିବା ଏମସିଏଲ କୋଇଲାଖଣିରୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରକ ବାଇପାସ୍ ରାସ୍ତାର ବ୍ୟବହାର କରନ୍ତି। ଏହାଦ୍ୱାରା ଏହାର ସଂଲଗ୍ନରେ ଥିବା ଗ୍ରାମ ମଧୁବନନଗରର ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଧୂଳି ନ ଉଡ଼ିବା ପାଇଁ ଯେଉଁ ଜଳ ସିଞ୍ଚନ ହେବା କଥା, ତାହା ମଧ୍ୟ ହେଉନାହିଁ। ଏହା ବ୍ୟତୀତ ଏଠାରେ ପାନୀୟ ଜଳର ଯୋଗାଣ ପାଇଁ ମଧ୍ୟ ଏମସିଏଲକୁ ବାରମ୍ବାର କହିବା ସତ୍ତ୍ବେ ଏମସିଏଲ କୌଣସି ପଦକ୍ଷେପ ନେଉନାହିଁ। ଫଳରେ ଏହି ସବୁ ସମସ୍ୟାର ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଜନତା ଅତିଷ୍ଠ ହୋଇ ପ୍ରତିକ୍ରିୟା ସ୍ବରୂପ ଆଜି ରାସ୍ତା ରୋକ କରିଥିଲେ ।ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ରାସ୍ତାକୁ ବନ୍ଦ ରଖିବା ଜିଦରେ ଅଡିଓ ବସିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଟ୍ରକ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲେ। 

ଶେଷରେ ସମସ୍ୟାର ସମାଧାନ କରିବା ନିମନ୍ତେ ଲଚକୁରା କୋଇଲା ଖଣି କର୍ତ୍ତୃପକ୍ଷ,ବ୍ରଜରାଜନଗର ଟ୍ରକ ସଂଘର ସଭାପତି ତଥା ଅନ୍ୟାନ୍ୟ ସଦସ୍ୟ,ଓରିଏଣ୍ଟ ଥାନାର  ଏଏସଆଇ ପ୍ରକାଶ ଚନ୍ଦ୍ର ଦଳେଇ ଓ ଏସଆଇ ଯଶୋବନ୍ତ ବାଗ  ପ୍ରମୁଖ ଆସି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏମସିଏଲ କୋଇଲାଖଣିର କର୍ତ୍ତୃପକ୍ଷ ଆସନ୍ତା ଫେବୃଆରୀ ମାସ ସୁଦ୍ଧା ଗ୍ରାମରେ ବୋରୱେଲର ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାବ୍ୟତୀତ ବୋରୱେଲ ଖନନ ହେବା ପର୍ଯ୍ୟନ୍ତ ଆସନ୍ତା ଫେବୃଆରୀ ମାସ ପର୍ଯ୍ୟନ୍ତ ପାଣି ଟ୍ୟାଙ୍କର ଦ୍ବାରା ପାନୀୟ ଜଳ ଯୋଗାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

 

0
0
0
s2sdefault