ହେଡଲାଇନସ୍:

ସରିଲା ପ୍ରତୀକ୍ଷା, ତିନି ତାରିଖରୁ ଖୋଲିବ ମାଁ ସମଲେଶ୍ବରୀଙ୍କର ମନ୍ଦିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର :- ( ରମାକାନ୍ତ ବିଶ୍ୱାଳ) ମହାମାରୀ କୋରୋନାର ପ୍ରକୋପ ଆରମ୍ଭ ହେବା ପରଠାରୁ ଗତ ମାର୍ଚ୍ଚ ମାସ ଶେଷ  ସପ୍ତାହରୁ ସଂକ୍ରମଣ କୁ ରୋକିବା ପାଇଁ ସତର୍କତା ମୂଳକ ପଦକ୍ଷେପ ଭାବରେ ଦେଶର ସମସ୍ତ ଧର୍ମାନୁଷ୍ଠାନ ମାନଙ୍କୁ ମଧ୍ୟ ଶ୍ରଦ୍ଧାଳୁମାନଙ୍କର ପାଇଁ ବନ୍ଦ କରି ଦିଆଯାଇଥିଲା । ଅନଲକ ପ୍ରକ୍ରିୟା ଆରମ୍ଭ ହେବା ପରେ ଧୀରେ ଧୀରେ ବିଭିନ୍ନ ରାଜ୍ୟର ସରକାର ସେ ରାଜ୍ୟରେ ଥିବା ଧର୍ମାନୁଷ୍ଠାନ ଗୁଡିକ ଖୋଲିବାର ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମରେ ଆଜି ପ୍ରଥମେ ପୁରୀ ଶ୍ରୀମନ୍ଦିର ଖୋଲା ଯାଇଛି । ଅନ୍ୟ ସବ୍ୟ ମନ୍ଦିର ଖୋଲିବା ପାଇଁ ଜିଲ୍ଲା ପ୍ରଵାହନା ସ୍ତରରେ ପ୍ରସ୍ତୁତି ଜାରି ରାହିଥିବା ବେଲେ ସମ୍ବଲପୁରର ପ୍ରସିଦ୍ଧ ମା ସମଲେଶ୍ୱରୀଙ୍କ ଆସନ୍ତା ୩ ତାରିଖରୁ ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି | ସମ୍ବଲପୁର ମୁନିସିପାଲ କମିଶନର ଙ୍କର ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମ୍ବଲପୁର ସ୍ଥିତ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ଆସନ୍ତା ୩ ତାରିଖରୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । 

 ମାଁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ କହିବା ଅନୁଯାୟୀ ଆସନ୍ତା ତିନି ତାରିଖରୁ ମା ସମଲେଶ୍ବରୀଙ୍କର ମନ୍ଦିର ଖୋଲିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଜାରି ରହିଛି | ମନ୍ଦିର ଖୋଲାଯିବାର ପ୍ରଥମ ପାଞ୍ଚଦିନ କେବଳ ସମ୍ବଲପୁର ବାସୀ ମାଁ ଙ୍କର ଦର୍ଶନ କରିପାରିବେ । ଏହା ପରେ ଜିଲ୍ଲା ବାହାର ଓ ଅନ୍ୟ ରାଜ୍ୟର ଶ୍ରଦ୍ଧାଳୁ ମାଁ ଙ୍କର ଦର୍ଶନ କରି ପାରିବେ । ମାଁ ଙ୍କର ଦର୍ଶନ ଲାଭ କରିବାକୁ ଯିବା ସମୟରେ ଶ୍ରଦ୍ଧାଳୁମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋବିଡ଼ ନିୟମାବଳୀର ଅନୁପାଳନ ପୂର୍ବକ  ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୁକ ରହିବ ବୋଲି ଶ୍ରୀ ବାବୁ ସୂଚନା ଦେଇଛନ୍ତି | 

0
0
0
s2sdefault