ଆଜି ବି ପ୍ରକାଶ ପାଇଲା ବିଧିବଦ୍ଧ ଗେଜେଟ ବିଜ୍ଞପ୍ତି
ଭୁବନେଶ୍ୱର( ଶାସକ ପ୍ରଶାସକ): ବାରିପଦାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁ ମୟୂରଭଞ୍ଜ ର ପୂର୍ବତନ ମହାରଜା ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ନାମରେ ନାମିତ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।ଏହା ସହିତ ବିଶ୍ୱବିଦ୍ୟାଳୟ library ର ଉନ୍ନତି ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ । ଆଉ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ଗେଜେଟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ |
ସୂଚନାଯୋଗ୍ୟ ଯେ ଓଡ଼ିଶାର ବିକାଶ ରେ ମୟୂରଭଞ୍ଜ ମହାରାଜା ଙ୍କ ବିଶେଷ ଅବଦାନ ରହିଛି ଏବଂ ଚଳିତ ବର୍ଷ ଶ୍ରୀ ରାମଚନ୍ଦ୍ର ଭଞଦେଓ ଙ୍କ 150 ତମ ଜୟନ୍ତୀ ପାଳନ କରୁଛୁ । କିଛି ଦିନ ତଳେ ମୟୁରଭଞ୍ଜ ଜିଲ୍ଲା ବିଜେଡି ପକ୍ଷରୁ ବିଶ୍ୱବିଦ୍ୟାଳୟର ନାମ ମହାରାଜାଙ୍କ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।