ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର କୋର୍ଟ ରେ କାର୍ଯରତ ପୋଲିସ କନଷ୍ଟେବଳ ଶ୍ରୀ ପିତାମ୍ବର ଭୋଇ ଙ୍କର ଆଜି ଭୋର ତିନିଟା ସମୟରେ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ଘରଲୋକ ତୁରନ୍ତ ପଦ୍ମପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀ ଭୋଇ ଙ୍କର ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା ଜଣାପଡିଛି । ଶ୍ରୀ ଭୋଇ ଙ୍କର ମୃତ୍ୟୁ ଖବର ପାଇବା ପରେ ବରଗଡ଼ SP ପଦ୍ମିନୀ ସାହୁ ତୁରନ୍ତ ସମ୍ବଲପୁରୀ ଗ୍ରାମକୁ ପହଂଛି ମୃତକଙ୍କର ପରିବାର କୁ ପଚିଶ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ମୃତକ ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେଇଭଳି ,ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ ସାହୁ ,ଡେପୁଟି କମଣ୍ଡେଣ୍ଟ ଚମାର ଭୋଇ , ସରଜେଣ୍ଟ ବିଦ୍ୟାଧର ଦାଶ , ଜଗଦଲପୁର ଥାନା ଅଧିକାରୀ ଲିଲିମା ଲଳିତା ବାର୍ଳା , asi ସତ୍ୟନନ୍ଦ ଭୋଇ ଙ୍କର ସମେତ ଅନେକ ପୋଲିସ ଅଧିକାରୀ ମାନେ ଶ୍ରୀ ଭୋଇଙ୍କର ମର ଶରୀର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ମୃତଙ୍କର ଗ୍ରାମ ସମ୍ବଲପୁରୀ କୁ ଆସି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିଭଳି ଅଂଚଳର ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶେଷ ଦର୍ଶନ କରିଥିଲେ । ଶ୍ରୀ ଭୋଇ ଜଣେ ମିଷ୍ଟଭାସି , ପରୋପକାରୀ ପୋଲିସ ବନ୍ଧୁ ଭାବରେ ଅଂଚଳରେ ଜଣାଶୁଣା ଥିଲେ । କିଛି ମାସ ପୂର୍ବରୁ ସେ ଜଗଦଲପୁର ଥାନରୁ ବଦଳି ହୋଇ ପଦ୍ମପୁର କୋର୍ଟ କୁ ଯାଇଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀ ଭୋଇ ଙ୍କୁ ଶାସକ ପ୍ରଶାସକ ପରିବାର ତଟଫରୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ।
ରାଜ୍ୟ
କାର୍ଯରତ ପୋଲିସ କନଷ୍ଟେବଳ ଙ୍କର ହୃଦଘାତ ରେ ପରଲୋକ
- Hits: 1815
