ହେଡଲାଇନସ୍:

ଇନଷ୍ଟିଚ୍ୟୁଟ ଅଫ ସ୍କଲାର୍ସ ଦ୍ୱାରା ସୋଆର ଗବେଷକ ସମ୍ମାନିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ)  : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ଲେସମେଂଟ ଅଫିସର ଶ୍ରୀ ସତିଶ କୁମାର ସାମଲ ଇନଷ୍ଟିଚ୍ୟୁଟ ଅଫ ସ୍କଲାର୍ସ ଦ୍ୱାରା ୨୦୨୦ ପାଇଁ ୟଙ୍ଗ ରିସର୍ଚ୍ଚର (ଯୁବ ଗବେଷକ) ସମ୍ମାନରେ ସମ୍ମାନିତ ହୋଇଛନ୍ତି । 

ଗତ ଶନିବାର ଦିନ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ସାମଲଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କ ସନ୍ଦର୍ଭ ""ଫ୍ରିକ୍ୱେନ୍ସି ଆଣ୍ଡ ଟେମ୍ପରେଚର ଡିପେଣ୍ଡେଂଟ ଡାଏଲେକ୍ଟ୍ରିକ ଫିଚର୍ସ ଅଫ ମଲ୍ଟିକମ୍ପୋନେଂଟ ମ୍ୟାଟେରିଆଲ'' ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି । 

ଶ୍ରୀ ସାମଲ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଷ୍ଟ୍ରୁମେଂଟେସନ ଇଞ୍ଜିନିୟରିଂରେ ବି.ଟେକ୍ କରିଥିବାବେଳେ ଭିଏଲଏସଆଇ ଆଣ୍ଡ ଏମଡେଡେଡ୍ ସିଷ୍ଟମରେ ଏମ.ଟେକ କରିଛନ୍ତି । ବର୍ତମାନ ସେ ଆଇଟିଇଆରରେ ଇଲେକ୍ଟ୍ରୋନିକ୍ସ  ଫିଲ୍ଡ ସିଫ୍ଟର୍ସରେ ପି.ଏଚ.ଡି ଜାରି ରଖିଛନ୍ତି । 

ଏନସିସି ଏବଂ ଏନଏସଏସରେ ସକ୍ରିୟ  ଥିବା ସତୀଶ ୨୦୧୭ ମସିହାରେ  ବିଶ୍ୱବିଦ୍ୟାଳୟ ଚାନସେଲର୍ସ ଆୱାର୍ଡ ହାସଲ କରିଥିବା ବେଳେ ୨୦୧୮ରେ ସୋଆ ପକ୍ଷରୁ ଆୟୋଜିତ ନ୍ୟାସନାଲ ଚିଲଡ୍ରେନ୍ସ ସାଇନ୍ସ କଂଗ୍ରେସରେ ସଂଯୋଜକ ଥିଲେ । 

 

0
0
0
s2sdefault