ହେଡଲାଇନସ୍:

ସହରର ବହୁମାତ୍ରାରେ ମହିଳା ମାନେ ରକ୍ତ ଦାନ କଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ ସହରରେ ରକ୍ତଦାନ ଶିବିର ।

03-06-18-raktadaan.jpg - 127.39 kB

ପାଇକମାଲ/Gouranga Dash/Neel Deep -ଆଜି ପାଇକମାଲ ଧର୍ମଶାଳା ଠାରେ ଯୁବ ସମାଜସେବୀ  ନିଲେଶ ଅଗ୍ରୱାଲ ଙ୍କ ଉଦ୍ୟମ କ୍ରମେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ପଦ୍ମପୁର ରକ୍ତ ଭଣ୍ଡାର ର ଆବଶ୍ୟକତାକୁ କିଛି ପରିମାଣରେ ପୂରଣ କରିବା ପାଇଁ ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ବିତୀୟ ଥର ପାଇଁ ଆୟୋଜନ କରାଯାଇଥିଲା ।ଏହି ଶିବିରକୁ ପାଇକମାଲ ନାଗରିକ କମିଟିର ସଭାପତି  ମନୋଜ କୁମାର ତ୍ରିବେଦୀ ଓ ବରିଷ୍ଠ ସାମ୍ବାଦିକ ବଡ଼ ଶତପଥୀ ମିଳିତ ଭାବରେ ଉଦଘାଟନ କରିଥିଲେ ।

                ଏହି ରକ୍ତଦାନ ଶିବିରରେ ପାଇକମାଲ ସହରର ଅଶୋକ ଜିନ୍ଦଲ ଓ ତାଙ୍କର ଧର୍ମପତ୍ନୀ  ସବିତା ଜିନ୍ଦଲଙ୍କ ସହିତ ତାଙ୍କ ଦୁଇ ପୁଅ ଅମନ ଓ ଆର୍ଯ୍ୟନ ତଥା ଝିଅ ଚାନ୍ଦିନି ଜିନ୍ଦଲ ରକ୍ତଦାନ କରିଥିଲେ ଯାହାକି ଅଞ୍ଚଳର ଏକ ବିରଲ ଘଟଣା ।ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ପାଇକମାଲ ଅଞ୍ଚଳରେ କେବେ ବି କେଉଁଠି ବି ରକ୍ତଦାନ କରିନଥିଲେ,ଏହା ପ୍ରଥମ ଥର ପାଇଁ ହୋଇଛି । ଯୁବ ସମାଜସେବୀ  ନିଲେଶ ଅଗ୍ରୱାଲଙ୍କ ଉଦ୍ୟମ, ପାଇକମାଲ ନାଗରିକ କମିଟି,ମାରୱ।ଡି ମହିଳା ମଣ୍ଡଳ,ମାରୱ।ଡି ଯୁବାମଞ୍ଚର ବହୁତ ସଭ୍ୟ ରକ୍ତଦାନ ଶିବିରରେ ରକ୍ତଦାନ କରିବା ସହିତ ପରିଚାଳନା କରିଥିଲେ ।

           ଅନ୍ୟ ମାନଙ୍କ ମଧ୍ୟରେ  ଶୁଶାନ୍ତ କୁମାର ସାହୁ, ଶ୍ରୀ ପ୍ରିତେଶ ବଡ଼ପଣ୍ଡା,ରୋହିତ କୁମାର ଅଗ୍ରୱାଲ, ରୋହିତ କୁମାର ସିଂ,ଚାନ୍ଦିନୀ ଅଗ୍ରୱାଲ,ପ୍ରିୟା ପଟେଲ,କୌଶଲ୍ୟା ଦେବୀ,ସିବନ ରାଓ,ଆଶୁତୋଷ ମିଶ୍ର ରକ୍ତଦାନ କରିଥିଲେ ଓ ଆକାଶ ପାଣିଗ୍ରାହୀ, ସୁମିତ ଅଗ୍ରୱାଲ,ସବିତା ଅଗ୍ରୱାଲ ଓ ଗୌରାଙ୍ଗ ଚରଣ ଦାସ ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ।

0
0
0
s2sdefault