ବାରିପଦା(ଦିଲ୍ଲୀପ ମହାନ୍ତି )- ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିଅନ ପକ୍ଷରୁ ୧୧ ଦଫା ଦାବି ନେଇ ଆରମ୍ଭ ହୋଇଥିବା ଆନେ୍ଦାଳନ ଆଜି ମୟୂରଭଞ୍ଜ ଜିଲ୍ଲା ଶ୍ରମ ଅଧିକାରିଣୀ ମୋନାଲିସା ନାୟକଙ୍କ ମଧ୍ୟସ୍ଥତାରୁ ୟୁନିୟନ ଆନ୍ଦୋଳନକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରହିବା ସାଙ୍ଗକୁ ଡ଼ିସେମ୍ବର ୨୩ରେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିକ୍ଷୋଭକୁ ମଧ୍ୟ ବନ୍ଦ ରଖାଯାଇଛି । ଏଥି ସହିତ ଶ୍ରମ ଅଧିକାରୀ, ୟୁନିୟନ ଓ ନେସ୍କୋ ବିଭାଗ ମଧ୍ୟରେ ଏକ ତ୍ରିପାକ୍ଷୀକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଚୁକ୍ତ ଅନୁସାରେ ଏବଂ ନେସ୍କୋ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ୟୁନିୟନର ଦାବିଗୁଡ଼ିକ ପୂରଣ କରାଯିବା ନିମନ୍ତେ ନେସ୍କୋ ବିଭାଗକୁ ୧୫ ଦିନ ସମୟ ଦେବା ନିମନ୍ତେ ଶ୍ରମ ବିଭାଗ ଅଧିକାରୀଙ୍କ ମଧ୍ୟସ୍ଥତାରେ ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ଆଲୋଚନାରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ନାୟକ, ନେସ୍କୋ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁ, ମ୍ୟାନେଜର ଫାଇନାନ୍ସ ମନୋଜ ଦାସ, ଆସିଷ୍ଟାଣ୍ଡ ମ୍ୟାନେଜର(ଆଇନ) ମୃତ୍ୟୁଞ୍ଜୟ ୟ ଦେ, ମାନବ ସମ୍ବଳ ଅଧିକାରୀ ଭବାନୀ ବେଉରା, ୟୁନିୟନ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ସହ-ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଡ଼ିଭିଜନ ସମ୍ପାଦକ ଚନ୍ଦନ କୁମାର ମହାନ୍ତି, ସୁଜିତ୍ ଲେଙ୍କା, ମାନସ ପାତ୍ର, ଅଚୁ୍ୟତ କୁମାର ସାହୁ, ରଣଜିତ୍ କୁମାର ମହାନ୍ତ, ହରିହର ମଣ୍ଡଳ, ସୁମିତ୍ ରଞ୍ଜନ ସାହୁ, ରାଜକୁମାର ମହାନ୍ତ, ଅଭିମନୁ୍ୟ କବି, ସରୋଜ ପାତ୍ର ଓ ବେଦବ୍ୟାସ ପରିଡ଼ା ପ୍ରମୁଖଙ୍କ ସମେତ ୫୦ରୁ ଅଧିକ ଠିକା କର୍ମଚାରୀଯୋଗ ଦେଇଥିଲେ । ଏହି ସମୟରେ ୟୁନିୟନ ପକ୍ଷରୁ ଗତ ଡ଼ିସେମ୍ବର ୨ରେ ନେସ୍କୋ ବିଭାଗକୁ ଦିଆଯାଇଥିବା ଦାବିପତ୍ର ଉପରେ ଶ୍ରମ ଅଧିକାରିଣୀ ଶ୍ରୀମତୀ ନାୟକ ଗୁରୁତ୍ୱ ପ୍ରଦାନ ପୂର୍ବକ ଆଲୋଚନା ଆରମ୍ଭ କରି କର୍ମଚାରୀମାନଙ୍କୁ ତାଙ୍କର ନ୍ୟାର୍ଯ୍ୟ ଦରମା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଏଜେନ୍ସୀ ଅବିଳମ୍ବେ ପୈଠ କରାଇବାକୁ ମତ ପ୍ରକାଶ କରିଥିଲେ । ଏଥିରେ ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ମଧ୍ୟ ଦେଇଥିଲେ । ସେହିପରି ମୁଖ୍ୟ ଦାବୀଗୁଡ଼ିକ ମଧ୍ୟରେ ଠିକା କର୍ମଚାରୀମାନଙ୍କ ଦରମାରେ ଅନିୟମିତତାର ସ୍ଥାୟୀ ସମାଧାନ କରାଯିବା ସହ ଆଗାମୀ ଦିନରେ ପ୍ରତ୍ୟେକ ମାସ ନିର୍ଦ୍ଧାରିତ ସମୟରେ ଦରମା ପ୍ରଦାନ କରାଯିବା, ସରକାରଙ୍କ ଦ୍ୱାରା ବର୍ଦ୍ଧିତ ମଜୁରୀର ବକେୟା ପାଉଣା ୧୫ ଦିନ ମଧ୍ୟରେ ପ୍ରଦାନ କରିବା, ଇଏସଆଇ ଓ ଇପିଏଫ ତୁରନ୍ତ ଜମା କରାଇବା ଏବଂ ଇଏସଆଇ କାଡର଼୍ ସମସ୍ତ କର୍ମଚାରୀମାନଙ୍କୁ ଯଥାଶୀଘ୍ର ଯୋଗାଇ ଦେବା, ସରକାରଙ୍କ ଦ୍ୱାରା ବର୍ଦ୍ଧିତ ବିଶେଷ ଭତ୍ତା(ଭିଡ଼ିଏ) ଶୀଘ୍ର ପ୍ରଦାନ କରିବାର ନିଷ୍ପତ୍ତି ନିଆଯାଇଥିଲା । ଉପରୋକ୍ତ ଆଲୋଚନାଗୁଡ଼ିକରେ ସମସ୍ତ ନିଷ୍ପତ୍ତି ଆସନ୍ତା ୨୦୨୧ ଜାନୁଆରୀ ୧୮ ସୁଦ୍ଧା ସମାଧାନ କରାଇଯିବା ପରେ ଜାନୁଆରୀ ୧୯ରେ ପରବର୍ତ୍ତି ଆଲୋଚନା କରାଯିବା ନିମନ୍ତେ ଶ୍ରମ ଅଧିକାରୀ ପକ୍ଷରୁ ସମୟ ଧାର୍ଯ୍ୟ କରାଗଲା । ଶେଷରେ ପାୱାର ଏମ୍ପେ୍ଲାଇଜ ୟୁନିୟନ ପକ୍ଷରୁ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀସାହୁ, ନେସ୍କୋ କାର୍ଯ୍ୟାଳୟର ଅଧିକାରୀ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।