ହେଡଲାଇନସ୍:

ହନୁମାନ ବିଦ୍ୟାପୀଠ ର ଶିକ୍ଷକ ଓ ଛାତ୍ରମାନଙ୍କ ବଂଧୁମିଳନ ଉତ୍ସବ ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା - (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଆସିକା ବ୍ଲକ ଅନ୍ତର୍ଗତ ଗହଙ୍ଗୁ ଠାରେ ଥିବା ହନୁମାନ ବିଦ୍ୟାପୀଠର ମା ସଂକୁଳାଇ ଶକ୍ତି ପୀଠ ରେ 2001  ବର୍ଷର ଶିକ୍ଷକ ମାନଙ୍କ ପରିବାର ଏବଂ ଛାତ୍ର ଛାତ୍ରୀ ମାନଙ୍କ ପରିବାର ବର୍ଗକୁ ନେଇ ଦ୍ଵିତୀୟ ଥର ପାଇଁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ନାରାୟଣ ମହାନ୍ତି ଙ୍କ   ସ୍ଵାଗତ ଭାଷଣ ପରେ ଶିକ୍ଷକ ବୃନ୍ଦ  ପ୍ରଦୀପ କୁମାର ପରିଡ଼ା ,T. ରାମା ରାଓ, ଶରତ ଚନ୍ଦ୍ର ରାଉତ, ପ୍ରଦୀପ ନାୟକ, ପୂର୍ଣ୍ଣ ଚନ୍ଦ୍ର ଗୌଡ,ସୁପ୍ରଭା ସୀୟ,ଗୋପାଳ ମହାରଣା, ଜଳେନ୍ଦ୍ର ବାଡ଼ତ୍ୟା,ଦିବାକର ପରିଡ଼ା ( କିରାଣୀ), ସୁବାସ ପରିଡ଼ା,ଭଗବାନ ପ୍ରଧାନ, ବନମାଳୀ ନାଇକ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅତୀତର ସ୍ମୃତି ମନେପକାଇ ନିଜ ଜୀବନ ଗଠନ ରେ ଶିକ୍ଷକମାନଙ୍କ ଭୂମିକା ବର୍ଣ୍ଣନା କଲାପରେ ଶିକ୍ଷକମାନେ ମଧ୍ୟ ବିଦ୍ୟାଳୟର ଆଜିର ସଫଳତାକୁ ନେଇ ଗର୍ବ ଅନୁଭବ କରିବା ଏବଂ ଏହି ସଫଳତା ପଛର  ଅତୀତର ସେହି ସଂଘର୍ଶମୟ ଦିବସ ଗୁଡ଼ିକୁ ମନେପକାଇ ବର୍ତ୍ତମାନ ସରକାର ଙ୍କ ତରଫରୁ ଆୟୋଜିତ ' ମୋ ସ୍କୁଲ 'କାର୍ଯ୍ୟକ୍ରମ ରେ ସହଯୋଗ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ରାଜା ରାମ ମିଶ୍ର,ସୁନତ ବିଷୋୟୀ,କୃଷ୍ଣ ପ୍ରସାଦ ପାତ୍ର, ସ୍ୱର୍ଣ୍ଣ ଲତା ପଣ୍ଡା, ମିନତୀ ବିଷୋୟୀ,ସତ୍ୟ ନାରାୟଣ ପ୍ରଧାନ,ବିକ୍ରମ ବାରିକ,ରବୀନ୍ଦ୍ର ସ୍ବାଇଁ,ମଙ୍ଗଳୁ ପରିଡ଼ା ,ମନୋଜ ତ୍ରିପାଠୀ,ଶୁବ୍ରମନ୍ୟୁ ବିଷୋୟୀ ଭାଗିରଥି ସ୍ୱାଇଁ, ଅରୁଣ ବିଶ୍ଵାଳ, ସଂଯୁକ୍ତା ସ୍ୱାଇଁ, ନୀଳମାଧବ ସାହୁ, ଭଗବାନ ଦାସ,ସୁଜିତ୍ ପଣ୍ଡା,ସୁଶାନ୍ତ ବିଶ୍ଵାଳ,ଲିଲି ସାହୁ, ରଶ୍ମିତା ଦାସ,ସବିତା ବାରିକ,ଶିବରାମ ପରିଡ଼ା, ସାନୂଜ ମହାନ୍ତି, କୃଷ୍ଣ ଡାକୁଆ ପ୍ରମୁଖ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ପରିବାର ବର୍ଗ  ଯୋଗ ଦେଇ ସହଯୋଗ କରିଥିବା ବେଳେ ମନୋଜ  ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ |

0
0
0
s2sdefault