( ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ) : ଆମ ଆଦମୀ ପାର୍ଟି ରେଢାଖୋଲ ପକ୍ଷରୁ ଆପ୍ କାର୍ଯ୍ୟାଳୟ ଠାରେ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ରାଜ୍ୟ ଆବାହକ ତଥା ରାଷ୍ଟ୍ରୀୟ ପ୍ରବକ୍ତା ନିଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରେଢାଖୋଲ ବିଧାନସଭା ମଣ୍ଡଳୀର ଆପ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଆମ ଆଦମୀ ପାର୍ଟିର ଜିଲ୍ଲା ଆବାହକ ଆନନ୍ଦ କୁମାର ସାମଲ ଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ଆପ କର୍ମକର୍ତ୍ତା ମାନଙ୍କୁ ତାଲିମ ଦିଆଯାଇଥିଲା । କିଭଳି କାର୍ଯ୍ୟ କଲେ ଆଗାମୀ ଦିନରେ ପାର୍ଟି ଆଗକୁ ଯାଇପାରିବ ସେ ବିଷୟରେ ରାଷ୍ଟ୍ରୀୟ ପ୍ରବକ୍ତା ମହାପାତ୍ର କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ । କର୍ମକର୍ତ୍ତା ମାନେ ଆଗାମୀ ଦିନରେ କଠିନ ପରିଶ୍ରମ କରି ପାର୍ଟିକୁ ଆଗକୁ ବଢାଇବା ପାଇଁ ଶପଥ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଜୟ କୁମାର ସାହୁ, ପ୍ରବିର ସେଠୀ , ଅନ୍ତରିଯ୍ୟାମି ପ୍ରଧାନ , ପ୍ରଭୁଦତ୍ତ ସ୍ୱାଇଁ, ହିମାଂଶୁ ଧଳ,ସୁନିତା ପ୍ରଧାନ, ଶିବ ସାହୁ , ସତ୍ୟବାନ ସାହୁ ,ମାମା ଶବର ଏବଂ ଅନ୍ୟ କର୍ମୀମାନେ ମଧ୍ୟ ଯୋଗ ଦେଇଥିଲେ ।
ରାଜ୍ୟ
ଆମ୍ ଆଦମୀ ପାର୍ଟିର ଏକଦିବସୀୟ ପ୍ରଶିକ୍ଷଣ ଶିବିର
- Hits: 271