ବରଗଡ :-ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର, ଆଜକୁ ପ୍ରାୟ ଦଶ ମାସ ହେବ କୋଭିଡ଼ କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋରୋନାର ପ୍ରଭାଵ ଦେଖାଯିବା ପରେ ଓ ଦେଶରେ ଲକଡାଉନ ଆରମ୍ଭ ହେବା ପୂର୍ବରୁ ଅର୍ଥାତ ମାର୍ଚ୍ଚ 18 ତାରିଖରୁ ଶ୍ରଦ୍ଧାଳୁଙ୍କର ଦର୍ଶନ ବନ୍ଦ କରାଯାଇଥିଲା । ମନ୍ଦିର ବନ୍ଦ ହେବା ପରେ ଅନେକ ଅସୁବିଧା ଦେଇ ଗତି କରୁଛନ୍ତି ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ସ୍ଥାନୀୟ ବ୍ୟବସାୟୀ, ସେବାୟତ ମାନେ । ଅନ୍ୟପଟେ ମନ୍ଦିରକୁ ଶ୍ରଦ୍ଧାଳୁ ଓ ପର୍ଯଟକ ମାନଙ୍କର ପାଇଁ କଟକଣା ରହିଥିବାରୁ ମନ୍ଦିର ପ୍ରଶାସନର ଆୟ ମଧ୍ୟ ବହୁ ମାତ୍ରାରେ କମି ଯାଇଛି ଯାହାଫଳରେ ପ୍ରଶାସନକୁ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି । ବର୍ତ୍ତମାନ ଶୀତ ଦିନରେ ମୁଖ୍ୟତଃ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯଟକ ଗନ୍ଧମାର୍ଦ୍ଦନ ପାର୍ବତର ପ୍ରାକୃତିକ ପରିବେଶରେ କିଛି ସମୟ ଅତିବାହିତ କରିବା ସହିତ ଏହି ପୁଣ୍ୟପୀଠରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥାନ୍ତି | ହେଲେ ମନ୍ଦିର ବନ୍ଦ ଥିବା କାରଣରୁ କେହି ଆସୁନାହାନ୍ତି । ଅନ୍ୟପଟେ ବର୍ତ୍ତମାନ କୋବିଡ଼ କଟକଣା ଅନେକ ମାତ୍ରାରେ କୋହଳ ହେଲାଣି । ଆସନ୍ତା କାଲି ଠାରୁ ଶ୍ରୀ ମନ୍ଦିର ମଧ୍ୟ ଖୋଲିଯିବ ତେଣୁ ସ୍ଥାନୀୟ ଲୋକଙ୍କ ଦାବି ତଥା ଶ୍ରଦ୍ଧାଳୁ ମାନଙ୍କର ସୁବିଧା ପାଇଁ ସମ୍ପୁର୍ଣ୍ଣ କୋବିଡ଼ କଟକଣା କୁ ପାଳନ କରି ଆସନ୍ତା ଜାନୁଆରୀ ମାସର ପ୍ରଥମ ସପ୍ତାହ ର କୋଣସି ଏକ ତାରିଖରେ ମନ୍ଦିର ଖୋଲାଯିବା ପାଇଁ ସ୍ଥାନୀୟ ପ୍ରଶାସନ ତଥା ମଦିର କର୍ତ୍ତୃପକ୍ଷଙ୍କର ଆଲୋଚନା ଚାଲିଛି । ଆଉ ମାତ୍ର କିଛିଦିନ ଭିତରେ ମନ୍ଦିର ଖୋଲାଯିବାର ସମ୍ଭାବନା ରହିଥିବାରୁ ସ୍ଥାନୀୟ ଲୋକଙ୍କର ମଧ୍ୟରେ ଅନେକ ଉତ୍ସାହ ରହିଛି | ତେବେ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଭକ୍ତ ତଥା ପର୍ଯଟକ ମାନେ କୋଭିଡ଼ ନିୟମାବଳୀ କୁ ସମ୍ପୁର୍ଣ୍ଣ ଭାବରେ ପାଳନ କରିବେ ।
ରାଜ୍ୟ
ଜାନୁଆରୀ ପ୍ରଥମ ସପ୍ତାହ ରେ ଖୋଲିପାରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର
- Hits: 613