ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ଭଞ୍ଜନଗର ରାଜସ୍ୱ ଉପଖଣ୍ଡରେ ବେଆଇନ ଭାବେ ଚାଲିଛି ମାଳମାଳ ମାଟି ଇଟାଭାଟି। ଆଉ ଛତୁ ଫୁଟିଲା ଭଳି ଇଟାଭାଟି ଉପରେ ଜୋରଦାର ଚଢ଼ାଉ ଜାରି ରଖିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ । କିଛି ଦିନ ତଳେ ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳରେ ଚାଲିଥିବା ବିଭିନ୍ନ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରି ଉଭୟ ଜମି ମାଲିକ ଓ ଇଟାଭାଟି ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଶନିବାର ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଖାରିଗୁଡା, ସୁରମଣି, କାଳିଆଗୁଡ଼ା, ବେଲପୁଞ୍ଜି,ଜିଲିବା,ବୁଠୁଳି ଆଦି ଅଞ୍ଚଳରେ ଥିବା ବେଆଇନ ମାଟି ଇଟାଭାଟି ଉପରେ ଚଢ଼ାଉ କରିଛନ୍ତି। ଇଟା ପକାଯାଉଥିବା ଜମି ଗୁଡିକର ପଟ୍ଟ। ଅନୁଧ୍ୟାନ କରିବା ସହ ଭାଟି କାମ ସମ୍ପୂର୍ଣ୍ଣ ବନ୍ଦ କରି ଜମି ମାଲିକ ଓ ଭାଟି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆଗାମୀ ଦିନରେ ଉପଖଣ୍ଡର ଅନ୍ୟାନ୍ୟ ଅଂଚଳରେ ଏହିଭଳି ଭାବେ ଅଚାନକ ଚଢ଼ାଉ କରାଯିବା ନେଇ ସେ କହିଛନ୍ତି। ଏହି ଚଢ଼ାଉ ସମୟରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ଓ ସମ୍ପୁକ୍ତ ଅଂଚଳର ଆରଆଇ ମାନେ ଉପସ୍ଥିତ ଥିଲେ |
ରାଜ୍ୟ
ବିଭିନ୍ନ ବେଆଇନ ମାଟି ଇଟାଭାଟି ଉପରେ ଉପଜିଲ୍ଲାପାଳଙ୍କ ଚଢ଼ାଉ
- Hits: 277