ଶ୍ରୀପଂଚମୀ ଠାରୁ ପ୍ରଭୁଙ୍କୁ ସାଧାରଣ ବେଶରେ ଦର୍ଶନ
ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର):ପ୍ରଭୁ ଶ୍ରୀରଘୁନାଥଙ୍କର ପ୍ରତ୍ୟେକ ଲିଳା ମାନବୀୟ ଜୀବନଧାରା ସହିତ ଓତପ୍ରୋତଃ ଭାବେ ଜଡ଼ିତ । ଋତୁଚକ୍ରର ପରିବର୍ତନ ଅନୁସାରେ ମନୁଷ୍ୟର ଦୈନ୍ୟଦିନ ଜୀବନ ଚକ୍ରରେ ମଧ୍ୟ ପରିବର୍ତନ ଆସିଥାଏ । ଏଥିରୁ ଦେବତାମାନେ ବାଦ ଯିବେ କିପରି? ଯୁଗ ଯୁଗ ଧରି ଅବତରୀ ଧର୍ମାତ୍ମାମାନେ ଯେଉଁ ପରମ୍ପରା ସୃଷ୍ଟି କରିଛନ୍ତି, ପରବର୍ତି କାଳରେ ତାକୁ ଅନ୍ୟମାନେ ପାଳନ କରିଥାନ୍ତି । ତଦନୁଯାୟୀ ଶୀତ ଋତୁର ପ୍ରବେଶରେ ଶୀତର ପ୍ରକୋପରୁ ଶରୀରର ଉଷ୍ମତା ପାଇଁ ମୁଖମଣ୍ଡଳ ଛାଡି ସର୍ବାଙ୍ଗରେ ଓଢଣ ଷଷ୍ଠୀ ତଥା ପ୍ରାବରଣ ତିଥି ଠାରୁ ମାଘଶୁକ୍ଲ ବରଦା ଚତୁର୍ଥି ୨ମାସ ଧରି ଶ୍ରୀଜିଉମାନେ ଶୀତବସ୍ତ୍ର ପରିଧାନ କରିବେ । ସରସ୍ୱତୀ ପୂଜା ଶ୍ରୀପଂଚମୀ ଠାରୁ ପୁନଶ୍ଚ ସାଧାରଣବେଶରେ ଦର୍ଶନ ଦେବେ । ତେବେ ଏହିବେଶକୁ ଘୋଡଲାଗି ବେଶ ବୋଲି କୁହାଯାଇଥାଏ । ଭୋର ସାଢେ୪ଟାରେ ମଙ୍ଗଳଆଳତି, ସ୍ନାନ, ଅବକାଶ, ପଂଚାମୃତସ୍ନାନ, ଦର୍ପଣୀସ୍ନାନ, ତଡପ ଲାଗି, ମଇଲମ, ଖଟଣ ନୀତି ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଭାଗବତଜିଉ ପୂଜା, ଲ୍ଲଭ ନୀତି ସହିତ କର୍ପୁର ଆଳତୀ, ଖେଚୁଡି ଧୂପ, ମହାଆଳତୀ ଓ ଚାମରସେବା ପରେ ଶ୍ରୀଜିଉଙ୍କ ଘୋଡଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନେ ଆଜିଠାରୁ କେବଳ ଶ୍ରୀଜିଉଙ୍କମୁଖ ଦର୍ଶନ କରିବେ । ଆଜିର ପାଳିଆ ପଣ୍ଡା ପୂଜକ ପରିଷଦର ସମସ୍ତକର୍ମକର୍ତା ଓ ମନ୍ଦିର ପରିଚାଳକ ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।