ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ସ୍କିଲ ଡେଭଲପମେଣ୍ଟର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚିଙ୍କ ଆଜି ଝାରସୁଗୁଡ଼ା ଜିଲ୍ଲାର ଦିନିକିଆ ଗସ୍ତ ଅବସରରେ ବିଭିନ୍ନ ଜିଲ୍ଲାର ଆଇଟିଆଇ ଓ ଡିପ୍ଲୋମା ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାର ସମସ୍ତ ଆଇଟିଆଇ ଓ ଡିପ୍ଲୋମା ଶିକ୍ଷାନୁଷ୍ଠାନମାନଙ୍କ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ।
ଉକ୍ତ ସମୀକ୍ଷା ବୈଠକରେ ଶ୍ରୀ ବାଗଚି କୋରୋନା ଦ୍ବାରା ପ୍ରଭାବିତ ହୋଇଥିବା ଡିପ୍ଲୋମା ଓ ଆଇଆଇଟି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ। ଗତ ୯ ମାସ ଧରି ଏହି ସବୁ ଶିକ୍ଷା ଅନୁଷ୍ଠାନରେ ବାଧାପ୍ରାପ୍ତ ହୋଇଥିବା ଶିକ୍ଷା ବ୍ୟବସ୍ଥାକୁ ଭରଣା କରିବା ପାଇଁ ଓ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରିବା ପାଇଁ ଶିକ୍ଷାନୁଷ୍ଠାନର ମୁଖ୍ୟ ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିପାଇଁ ସଠିକ ଯୋଜନା କରିବା ପାଇଁ ସେ ସମସ୍ତଙ୍କୁ କହିଥିଲେ।
ଏହି ଦକ୍ଷତା ବିକାଶର ଆଲୋଚନାରେ ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର ଓ ଦେବଗଡର ଜିଲ୍ଲାର ବିଭିନ୍ନ ସ୍କୁଲରୁ ଆସିଥିବା ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ କୋଭିଡ ସମୟରେ ଓ ପରେ ପାଠପଢ଼ା ଉପରେ ଶ୍ରୀ ବାଗଚିଙ୍କୁ ଅବଗତ କରାଇଥିଲେ। ଏହାସହ ଚଳିତ ବର୍ଷ ତାଙ୍କ ସ୍କୁଲରେ ନୂତନ ଭାବରେ ପ୍ରବେଶ ନେଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ଛାତ୍ରଛାତ୍ରୀଙ୍କର ଦକ୍ଷତାର ବିକଶ ପାଇଁ ସ୍କୁଲ କର୍ତ୍ତୁପକ୍ଷ ଗ୍ରହଣ କରୁଥିବା ପଦକ୍ଷେପ ବିଷୟରେ ବାଗଚିଙ୍କୁ ଜଣାଇବା ସହ ଏହାକୁ ଆହୁରି କିପରି ବିକଶିତ କରାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ ବୋଲି ଝାରସୁଗୁଡା ଜିଲ୍ଲା ଇଞ୍ଜିନିୟରିଙ୍ଗ ସ୍କୁଲର ଅଧ୍ୟକ୍ଷା ପ୍ରଗତି ଦାସ କହିଛନ୍ତି । ବାଗଚିଙ୍କ ସହ ଆଜିର ଆଲୋଚନାରେ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ସମସ୍ତ ଆଇଟିଆଇ ଓ ଡିପ୍ଲୋମା ସ୍କୁଲର ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା କର୍ମ ନିଯୁକ୍ତି ଅଧିକାରୀମାନେ ଉପସ୍ଥିତ ଥିଲେ ।