ହେଡଲାଇନସ୍:

ପରୀ ଏକ୍ସପ୍ରେସକୁ ପଦ୍ମପୁର ସହରରେ ସ୍ବାଗତ ଓ ସଚେତନ ସଭା । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

01-06-18-padam-pari.jpg - 78.39 kB

ପଦ୍ମପୁର/Nila Deep -ବିଗତ କିଛି ବର୍ଷ ହେଲା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତହ୍ୟ ନିଷ୍ପାପ ଶିଶୁ ମାନଙ୍କୁ ଯୌନ ନିର୍ଯାତନା ଦେବା ଓ ହତ୍ୟା କରିବା ଘଟଣା ନିଶ୍ଚିତ ଭାବରେ ମାନବ ସମାଜକୁ ଲଜ୍ଜିତ କରୁଛି ।ସେହି କ୍ରମରେ ଏହି ଭଲି ଘଟଣା ଆମ ରାଜ୍ୟରେ ମଧ୍ୟ ବଢି ଚାଳିଛି ।ଏହି ଘଟଣାକୁ ରୋକିବା ଓ ନିୟନ୍ତ୍ରିତ କରିବା ପାଇଁ ଆମ ରାଜ୍ୟ ପୋଲିସ ତରଫରୁ ପରୀ ଏକ୍ସପ୍ରେସ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଏହି କାର୍ଯ୍ୟକ୍ରମକୁ ଗ୍ରହଣ କରାଯାଇଛି ।

           ଏହି କ୍ରମରେ ଆଜି ସନ୍ଧ୍ୟାରେ ପରୀ ଏକ୍ସପ୍ରେସ ପଦ୍ମପୁର ସହର ରେ ପହଞ୍ଚିବା ପରେ ତାକୁ ସ୍ବାଗତ କରାଯାଇ ରାଜବୋଡାସମ୍ବର ହାଇସ୍କୁଲ ପଡିଆକୁ କୁ ଅଣାଯାଇଥିଲା ।ବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ଜିଲ୍ଳା ପୋଲିସ ତରଫରୁ ଏକ ସଚେତନତା ସଭା ଆୟୋଜିତ କରାଯାଇଥିଲା ।ଉକ୍ତ ସଭାରେ ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଓ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପୋଲିସର ଏହି ଭଲି ଜନସଚେତନତା କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ପ୍ରଦାନ କରିବା ସହ ଶିଶୁ ମାନଙ୍କ ଉପରେ କଡା ନଜର ରଖିବା ପାଇଁ ଅଭିଭାବକ ମାନଙ୍କୁ ନିବେଦନ କରିଥିଲେ ।ଶିଶୁ କନ୍ୟାର ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ଘରେ ଅଭିଭାବକ ଓ ସ୍କୁଲରେ ଶିକ୍ଷକ ମାନେ ମଧ୍ୟ ସଚେତନ ହେବାକୁ ନିବେଦନ କରିଥିଲେ ।

      ଉକ୍ତ ସଭାରେ ଅନ୍ୟତମ ଅତିଥି ପଦ୍ମପୁର ଉପଜିଲ୍ଲାପାଳ  ଦୌଳତ ଚନ୍ଦ୍ରକାର,ଗୋଷ୍ଠୀଉନ୍ନୟନ ଅଧିକାରୀ ଏଲିଜା ମିଶ୍ର,ବରଗଡ଼ ପୋଲିସ ଡିଏସପି  ଏନ୍.ପି ନାଏକ ,ଡିଏସପି ନିବେଦିତା ସୋରେନ ପ୍ରମୁଖ ଉକ୍ତ ସଭାରେ ଶିଶୁ କନ୍ୟା ସୁରକ୍ଷା ପ୍ରତି ନିଜର ବହୁ ମୁଲ୍ୟ ମତାମତ ରଖିବା ସହ ଅଭିଭାବକ ମାନଙ୍କୁ ସଦାସର୍ବଦା ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ ।

      ସଭା ସମାପ୍ତି ପରେ ବରଗଡ଼ ପୋଲିସର କଳାକାର ମାନଙ୍କ ଦ୍ବାରା ଏକ ଏକାଙ୍କିକା "ପରୀ" ପ୍ରସ୍ତୁତ କରାଯାଇଥିଲା ।କୁନି ଝିଅ ବର୍ଷା ସିଂ ଙ୍କ ଦ୍ବାରା ସଚେତନତା ପାଇଁ ଏକ ବାଲୁକା କଲା ପ୍ରଦର୍ଶନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ପୋଲିସରେ ନୂତନ ଭାବରେ ଯୋଗଦାନ କରିଥିବା ଡିଏସପି ନିବେଦିତା ସୋରେନ ଉପସ୍ଥିତ ଜନସାଧାରଣଙ୍କୁ ଶିଶୁ କନ୍ୟାର ସୁରକ୍ଷା ନିମନ୍ତେ ଶପଥ ପାଠ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାରବାଡି ଯୁବାମଞ୍ଚର ସଭ୍ୟ,ବହୁ ସଙ୍ଖାରେ ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟାମାନେ,ଅଙ୍ଗଡ଼ବାଡି କର୍ମ, ବିଭିନ୍ନ ସ୍କୁଲରେ ଛାତ୍ରୀ ମାନେ,ବରଗଡ଼ ପୋଲିସର ବହୁ ଅଧିକାରୀ ,ସିଆରପିଏଫ ର ଜବାନ ମାନେ ତଥା ବହୁସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ପାଇକମାଲ  ଥାନାଧିକାରୀ କେ ପ୍ରିୟଙ୍କା ରାଉତରାୟ  ସୁଚାରୁରୂପେ ପରିଚାଳନା କରିଥିଲେ 

0
0
0
s2sdefault