ହେଡଲାଇନସ୍:

କେବଡାଜୋର ନାଲା ବ୍ରିଜ ସମ୍ପୁର୍ଣ୍ଣ, ଅନିୟମିତାର ତଦନ୍ତ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ

ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତ ହାତିସରା ଗାଁ ନିକଟ କେବଡାଜୋର ନାଲା ବ୍ରିଜ ତୁରନ୍ତ କାମ ଅମ୍ପୁର୍ଣ୍ଣ କରିବା ସହ ନିର୍ମାଣ କାମରେ ଅନିୟମିତାର ନିରପେକ୍ଷ ତଦନ୍ତ କରି କାର୍ଯାନୁଠାନ  ଦାବୀରେ ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ଗ୍ରାମବାସୀ ଧାରଣାରେ ବସିଛନ୍ତି । 

         ଗତ ୧୦ ବର୍ଷ ତଳେ କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତ ହାତିସରା ଗାଁ ଠାରୁ ଠୋଙ୍ଗୋରୋମାଲ ଓ କରଙ୍ଗାଭଟାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଧ୍ୟସ୍ଥ କେବଡାଜୋର ନାଲା ବ୍ରଜ କାମ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଅଟକଳ ବ୍ୟୟରେ ୬ ଗାତ(ନିହ) ଖୋଲି ନିର୍ମାଣ କାମ ବନ୍ଦ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୭ ଲକ୍ଷ ମଂଜୁର ହୋଇଥିଲା । ଏଥିରେ ପୁଣି କାମ ଆରମ୍ଭ କରି ୩ କଲମ ଛିଡା କରି କାମ ବନ୍ଦ ହୋଇ ପଡିଛି । ଏଭଳି ୬ଟି ଗାତ ଖୋଲି ଓ ୩ କଲମ ଠିଆ କରି ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ଠିକାଦାର ୧୨ ଲକ୍ଷ ସାରି ଦେଇଛନ୍ତି । ସରକାରୀ ଅନୁଦାନକୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମଧୁଚନ୍ଦ୍ରିକା କରି ଆତ୍ମସାତ କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ୧୦ ବର୍ଷ ହେବ ପ୍ରଶାସନିକ ଉଦାସିନତା ହେତୁ ଠୋଙ୍ଗୋରୋମାଲ, କରଙ୍ଗାଭଟା ଓ ହାତିସାର ଗାଁର ଜୀବନରେଖା ଅସମ୍ପୁର୍ଣ୍ଣ ହୋଇ ପଡିଛି । ଏବେ ବର୍ଷା ୬ ମାସ ଯାତାୟତ ସମ୍ପୁର୍ଣ୍ଣ ବନ୍ଦ ହୋଇ ପଡୁଥିବାରୁ ଜଳବନ୍ଦୀ ଜୀବନ ଅତିବାହିତ କରିଥାନ୍ତି । ଅନ୍ୟପକ୍ଷେ ବର୍ଷ ତମାମ ୪ ରୁ ୨ ଫୁଟ ପାଣି ଭିତରେ ଗାଁ ଲୋକେ ଜାତାୟତ କରି ନାନାଦି ସମସ୍ୟା ଭୋଗ କରିଥାନ୍ତି । ଏଥିରେ  ଗାଁର ଛାତ୍ରଛାତ୍ରୀ ସ୍କୁଲ ଯିବାରେ ସମସ୍ୟା ଦେଖା ଦେଉଥିବା ବେଳେ ବୃଦ୍ଧବୃଦ୍ଧା ଭତ୍ତା ଟଙ୍କା ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପାରିନଥାନ୍ତି । ବର୍ଷ ଦିନରେ ପଞ୍ଚାୟତରୁ ପିଡିଏସ ସାମଗ୍ରୀ ଆଣିନପାରି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଏହି ନାଲ ଉପରେ ବ୍ରିଜ କାମ ସମ୍ପୁର୍ଣ୍ଣ କରିବାକୁ ପଞ୍ଚାୟତ, ବ୍ଲକ, ଜିଲ୍ଲା ପ୍ରଶାସନକୁ ଗାଁ ଲୋକେ ଅନେକ ଥର ଜଣାଇଥିଲେ ବି କୌଣସି ସୁଫଳ ମିଲିନାହିଁ । 

        ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝିଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗାଁ ଲୋକେ ଧାରଣାରେ ବସିଥିଲେ । କେବଡାଜୋର ନାଲା ଉପରେ ତୁରନ୍ତ ବ୍ରିଜ କାମ ସମ୍ପୁର୍ଣ୍ଣ କରିବା । ପୂର୍ବରୁ ୬ଟି ଗାତ ଖୋଲିବା ଓ ୩ଟି ପିଲର ଛିଡା କରିବାରେ ୧୨ ଲକ୍ଷ ଟଙ୍କା ସାରି ଦେଇ ସରକାରୀ ଅନୁଦାନକୁ ବିଭାଗୀୟ ଅଧିକାରୀ ଓ ଠିକାଦାର ହରିଲୁଟ କରିଛନ୍ତି । ଏହି ଘଟଣାର ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ଦୋଷୀ ଅଧିକାରୀ ଓ ଠିକାଦାରଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯାନୁଷ୍ଠାନ  ଗ୍ରହଣ କରିବାକୁ ଦାବୀ କରିଥିଲେ । ତେବେ ଗାଁ ଲୋକଙ୍କ ସମସ୍ତ ଦାବୀ ପୁରଣ ନହେବା ଯାଏଁ ଆନ୍ଦୋଳନ  ଅନିଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ଓ ଏଥିରେ ଜିଲ୍ଲା ପ୍ରଶାସନ ଅବହେଳା କଲେ ଆଗକୁ ଆନେ୍ଦାଳନ ଆହୁରୀ ଭୟାବହ ହେବ ବୋଲି ଜିଲ୍ଲା ପ୍ରଶାସନକୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାଝି ଚେତାବନୀ ଦେଇଛନ୍ତି । ବରିଷ୍ଠ  କଂଗ୍ରେସ ନେତା ଦେବଦତ୍ତ ଦିକ୍ଷିତ, ପୂର୍ବତନ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସାହାରୁଖ ଖାନ, ଯୁବନେତା କୈଲାସ ବାଗ, ଭୀମ ୟାଦବ, ଜୁନେଦ ମହମ୍ମଦ, ସୁକୁମାର ସାହୁ, ଗୋପାଲସିଂ ମାଝି, ଅଶୋକ ଦଣ୍ଡସେନା, ମୁନ୍ନାଲାଲ ଦେବାଙ୍ଗନ, ଜୟଦେବ ମାଝି, ଦେଓଲାଲ ବିନାୟକ, ଅର୍ଜ୍ଜୁନ ମାଝି, ସୁଖଦେବ ତିୱାରୀ ପ୍ରମୁଖ ଧାରଣାରେ ଉପସ୍ଥିତ ଥିଲେ ।

0
0
0
s2sdefault