ଲୋଇସିଂହା ବ୍ଲକ ଓ ଆଗଲପୁର ବ୍ଲକରେ ଭତ୍ତା ଯୋଜନା ହୋଇଛି ବାଟବଣା
ଲୋଇସିଂହା (ଶାସକ ପ୍ରଶାସକ) : ସରକାର ଗରିବ ଲୋକମାନଙ୍କ ପାଇଁ ବହୁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଏହା ପ୍ରକୃତ ପକ୍ଷେ ସେମାନଙ୍କ ପାଇଁ ଏକ ସ୍ବପ୍ନ ପାଲିଟିଯାଇଛି |ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ ଆଜି ପର୍ଯ୍ୟନ୍ତ 65 ରୁ 70 ବର୍ଷର ଅନେକ ବୃଦ୍ଧ ଓ ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି |ଆଗଲପୁର ବ୍ଲକ 20 ଟି ପଞ୍ଚାୟତକୁ ନେଇ ଗଠିତ | 20 ଗୋଟି ପଞ୍ଚାୟତରେ 60 ବର୍ଷର ଅଧିକ ବୃଦ୍ଧ,ବୃଦ୍ଧା,ବିଧବା ମହିଳା,ଅବିବାହିତ ମହିଳା, ଭିନ୍ନକ୍ଷମ ହିତାଧିକାରୀ ମାନେ ପ୍ରତି ମାସରେ ହେଉଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରକୁ ଭତ୍ତା ସମ୍ବନ୍ଧୀୟ ଅଭିଯୋଗ କରିବାପାଇଁ ଆସିଥାନ୍ତି |ଏହି ଅଭିଯୋଗ ଶୁଣାଣିକୁ ବହୁ ଦୂରଦୁରାନ୍ତରୁ ଭତ୍ତା ଟିକକ ପାଇଁ ଧାର ଉଧାର କରି କିମ୍ବା ଧାନ ଚାଉଳ ବିକ୍ରି କରି ହିତାଧିକାରୀ ମାନେ ଗାଡ଼ିରେ ଆସିଥାନ୍ତି |ଫଳରେ ହିତାଧିକାରୀ ମାନେ ଏହି ଭତ୍ତା ପାଇଁ ଖର୍ଚ୍ଚାନ୍ତ ହେବା ସଙ୍ଗେ ସଙ୍ଗେ 4/5 ଥର ଦୌଡ଼ି ଦୌଡ଼ି ଶେଷରେ ନିରାଶ ହେବାକୁ ପଡ଼ିଥାଏ |ଆଗଲପୁର ବ୍ଲକ ନଅଗାଁ (ଖ ) ଗ୍ରାମର ବୃଦ୍ଧ ଯଦୁମଣି ହରିପାଳ (61),ଲାଲା ସାହୁ(62),ସତ୍ୟଭାମା କୁଅଁର(61), ଯଦୁମଣି ବିଶ୍ୱାଳ (63), ସୁନୀତି ମିଶ୍ର (62), ବିଧବା ଜେମା ସାହୁ,ଅବିବାହିତ ଭୂମିସୁତା ବିଶ୍ୱାଳ,ଉଚ୍ଚବାହାଲ ଗାଁ ର ବିରଞ୍ଚି ଦୋରା (70), ଗଣ୍ଡାରାମ ଭୂୟାଁ (65), ଜମୁନା ଦୋରା (65) |ସେହିଭଳି ଲୋଇସିଂହା ବ୍ଲକ ଅଗଲାପାଳି ଗ୍ରାମର ଦିବ୍ୟାଙ୍ଗ ସମ୍ୟରଞ୍ଜନ ଭୋଇ, ବୃଦ୍ଧ ଜଗଦିଶ ଭୋଇ,ବିଧବା ମହିଳା ସୁରେଖା ମୁଦୁଲି, ତଲିଉଡା ପଞ୍ଚାୟତ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମର ଅବିବାହିତ ଯଜ୍ଞ ସାହୁ (65), ଦେବକୀ ମାଝୀ (35), ଭାଗ୍ୟବତୀ ପାତ୍ର (45), ବୃଦ୍ଧ ପୁରୁଷୋତ୍ତମ ନାଏକ (71), ମହାରଗୀ ନାଏକ (60), ଛୀନୁ ନାଏକ (65), ଏକାକାର ଗହୀର (60), ତଲିଉଡା ଗ୍ରାମର ଟିକେ ବିଶ୍ୱାଳ (65), ମାଗି ସାହୁ (65)ଅପୂର୍ଣ୍ଣ ବିଶ୍ୱାଳ (70),ଅହଳି ବିଶ୍ୱାଳ (65) ଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳି ନଥିବା ଅଭିଯୋଗ ହୋଇଛି |ଏଥିପ୍ରତି ଜିଲ୍ଲା ପ୍ରଶାସନ,ସାମାଜିକ ସୁରକ୍ଷା ଓ କଲ୍ୟାଣ ବିଭାଗ ସଚିବ,ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦୃଷ୍ଟିଦେଇ ଅସହାୟ ବୃଦ୍ଧ, ବୃଦ୍ଧା,ଅବିବାହିତ ଓ ଭିନ୍ନକ୍ଷମ ଙ୍କୁ ନ୍ୟାୟ ଦେବାପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି |