ହେଡଲାଇନସ୍:

ତେଲେଙ୍ଗାନାରେ ବନ୍ଧକ ପଢିଛନ୍ତି ମହିଳା,ଶିଶୁଙ୍କ ସମେତ ୧୫ଜଣ ଦଳିତ ଶ୍ରମିକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଜଗଦଳପୁର ଥାନା ଅଧିନସ୍ଥ ଲହଙ୍ଗେର ଗ୍ରାମର ମହିଳା,ଛୋଟ ଛୁଆଙ୍କ ସମେତ ୧୫ଜଣେ ଦଳିତ ଶ୍ରମିକ ଦେଢ ବର୍ଷ ହେଲା ବନ୍ଧକ ପଢିଛନ୍ତି ତେଲେଙ୍ଗାନା ରାଜ୍ୟର ଇଟା ଭାଟିରେ  । କରୋନା ମହାମାରୀ ବେଳେ ଓଡିଶା କୁ ଫେରିବା ପାଇଁ ଚାହୁଁଥିଲେ ମଧ୍ୟ ଇଟା ଭାଟି ମାଲିକ ଧମକ ଚମକ ଏ ପରି କି ମାଡପିଟ କରି ଛାଡି ନ ଥିବାର ଅଭିଯୋଗ ହୋଇଛି  । ବନ୍ଧକ ପଡିଥିବା ପରିବାର ଶ୍ରୀମତୀ ସୁଭାଶିନୀ ତାଣ୍ତି ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରି ତାଙ୍କ ପରିବାରର ଲୋକଙ୍କୁ ତେଲେଙ୍ଗାନା ରାଜ୍ୟରୁ ମୁକ୍ତି କରିବା ପାଇଁ ଆକୁଳ ନିବେଦନ କରିଛନ୍ତି  । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଲାଠୋର ଗ୍ରାମର ଜଣେ ଦାଦନ ସର୍ଦ୍ଧାର ମଜିତ ଖାଁ  ଲହଙ୍ଗେର ଗ୍ରାମକୁ ଆସି ତେଲେଙ୍ଗାନା ଗଲେ ଅଧିକ ରୋଜଗାର କରିବ ଓଡିଶାରେ ତ କାମ ନାହିଁ  ବୋଲି ପ୍ରବର୍ତ୍ତିଇବା ପରେ ପ୍ରତି ପରିବାର କୁ ୩୦ହଜାର ଟଙ୍କା ଅଗ୍ରିମ ଦେଇଥିଲା । ଅଧିକ ରୋଜଗାର ଆଶାରେ ଗରିବ ଦଳିତ ପରିବାର ଲୋକେ ଅଗ୍ରିମ ରଖି ବଲାଙ୍ଗୀର ଜିଲ୍ଲା ଲାଠୋର ରେଲ୍ ୱେ ଷ୍ଟେସନ୍ ରୁ ତେଲେଙ୍ଗାନା ରାଜ୍ୟକୁ  ଯାଇଥିଲେ । ସେଠାରେ କାମ କରିବାର ଦେଢ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଓ ଶ୍ରମିକ ମାନେ ଗାଁକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ତେଲେଙ୍ଗାନା ରାଜ୍ୟ ପଦୋପଲ୍ଲୀ ଜିଲ୍ଲା ଅନ୍ତର୍ଗତ ଗରୁଡପେଟ ଇଟା ବନ୍ଧକ ବନେଇ ଇଟାଭାଟିରେ ରଖିଛି  । ବନ୍ଧକ ଥିବା ଶ୍ରମିକ ମାନଙ୍କ ଭିତରେ ପ୍ରସନ୍ନ ତାଣ୍ତି,ଦିବାକର ସୁନା,ଜଗନ୍ନାଥ ସୁନା,ଦେବାର ତାଣ୍ତି,ଶ୍ରୀମତୀ ବିଶାଖା ତାଣ୍ତି,ସୀତା ଲୁହାର,କମଲା ଶିକା,ବିଜୟ ତାଣ୍ତି ୧୨ବର୍ଷ,କୁମାରୀ ବିଜୟା ତାଣ୍ତି ୬ବର୍ଷ ଝିଅ,ଲକି ଲୁହାର ୫ବର୍ଷ,ବିକି ଲୁହାର ୧୦ବର୍ଷ  ସାମିଲ ଅଛନ୍ତି   ।

0
0
0
s2sdefault