ହେଡଲାଇନସ୍:

ମେଲାରେ ପଡିଛି ଚେକ ଡ୍ୟାମ, ଚାଷଜମିକୁ ମାଡୁନି ପାଣି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଣିରେ ପଡୁଛି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା

ଝାରବନ୍ଧ/ମନୋହର ଦାଶ: ଅଣ ଜଳ ସେଚିତ ଚାଷ ଜମିକୁ ଜଳ ଯୋଗାଣ ହେବ।ନଦୀ ଓ ନାଳ ରେ ବୋହି ଯାଉଥିବା ଜଳ କୁ ଅଟକାଇ ଚାଷ କାର୍ଯ୍ୟ ରେ ବିନିଯୋଗ କରିବା ତଥା ଚାଷ ଓ ଚାଷୀ ଙ୍କ ବିକାଶ ଘଟାଇବା ପାଇଁ ସରକାର ଜଳସେଚନ ବ୍ୟବସ୍ତା ଉପରେ ପ୍ରଧାନ୍ୟ ଦେଉଛନ୍ତି।ଏଥି ପାଇଁ ସରକାର କ୍ଷୁଦ୍ର ଜଳସେଚନ ବିଭାଗ ଠାରୁ ଆରମ୍ଭ କରି ଉଠା ଜଳସେଚନ ଏବଂ ଜଳସମ୍ପଦ ବିଭାଗ ପକ୍ଷ ରୁ ଚାଷୀଙ୍କ ଜମି କୁ କିଭଳି ଜଳସେଚନ ର ବ୍ୟବସ୍ତା ହୋଇପାରିବ ।ସେଥିପାଇଁ କୋଟି କୋଟି ଟଙ୍କା ବିନିଯୋଗ କରାଯାଇ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ରେ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟକ୍ଷମ ପୂର୍ବରୁ ଅଚଳ ହୋଇ ପଡିରହିଛି।ଝାରବନ୍ଧ ବ୍ଲକ ରେ ଉଠା ଜଳସେଚନ ବିଭାଗ ପକ୍ଷରୁ ନିର୍ମିତ ପ୍ରକଳ୍ପ ଉପରେ ନଜର ପକାଇଲେ ପ୍ରାୟ ୭୫ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହୋଇ ପଡିରହିଛି ଏପରିକି ଚାଷୀଙ୍କ ନାଁ ରେ କେଉଁଠି ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ଆସୁଛି ତ କେତେକ ସ୍ଥାନ ରେ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହେବା ପୂର୍ବରୁ କାହାର ମୋଟର ନାହିଁ ତ ପୁଣି କାହାର ପାଇପ ସଂଯୋଗ ନଥିବା ଦେଖିବାକୁ ମିଳିଛି ।ଚାଷୀଙ୍କ ଜମି କୁ ବର୍ଷସାରା ଜଳ ଯୋଗାଣ ଲକ୍ଷ ରେ କ୍ଷୁଦ୍ର ଜଳସେଚନ (ଏମ.ଆଇ) ବିଭାଗ ପକ୍ଷରୁ ନିର୍ମିତ ହେଉଥିବା ଚେକ ଡ୍ୟାମ ବା ଆଡ଼ି ବନ୍ଧ ଅଧିକାଂଶ ସ୍ଥାନରେ ଚାଷୀଙ୍କ କାର୍ଯ୍ୟ ରେ ଆସୁନଥିବା ଦେଖିବାକୁ ମିଳିଛି ।ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଦରହା ପଞ୍ଚାୟତ ରେ ନିଲଜିପତରା,ଗୌଡ଼ମାଲ,ଲଉଡିଦରହା ନିକଟସ୍ଥ ଚିରାଲ ନାଲା ରେ ଏକର ଏକର ଚାଷ ଜମି କୁ ପାଣି ମାଡିବା ସହ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟି ରୁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହି ନାଲାରେ ତିନି ଟି ଚେକ ଡ୍ୟାମ ନିର୍ମାଣ କରାଯାଇଛି।ପ୍ରାୟ ୫ ବର୍ଷ ପୂର୍ବେ ଲକ୍ଷାଧିକ ଟଙ୍କା ବ୍ୟୟ ରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ଚାଷୀ ଙ୍କ କାର୍ଯ୍ୟ ରେ ଆସୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ଏହି ଚେକ ଡ୍ୟାମ ରେ ନା ଅଛି ପିଣ୍ଡି ନା ହୋଇଛି ପଥର ପ୍ୟାଚିଂ ପାଣିକୁ ବନ୍ଦ କରି ରଖିବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିବା ବେଳେ ନାଲା ପାଣି ନାଲା ରେ ହିଁ ବୋହି ଯାଉଛି। ନାଲା ର ଉଭୟ ପାର୍ଶ୍ଵରେ ଏକର ଏକର ଚାଷ ଜମି ରହିଛି। ସେ ସବୁ ଚାଷ ଜମି କୁ ପାଣି ମାଡିବା ପାଇଁ ଅନ୍ୟକୌଣସି ବିକଳ୍ପ ନଥିବା ହେତୁ ଚାଷୀଙ୍କ ବିକାଶ ଦୃଷ୍ଟି ରୁ ଏହି ଚେକ ଡ୍ୟାମ ନିର୍ମାଣ କରାଯାଇଥିଲା।ଖରିପ ଋତୁରେ ଧାନ ଫସଲ ସହ ରବି ଋତୁ ରେ ଡାଲି ଜାତୀୟ ଫସଲ ସହ ବିଭିନ୍ନ ପନିପରିବା ଚାଷ କରି ଚାଷୀ ଗୁଜୁରାଣ ମେଣ୍ଟାଉଥିବା ବେଳେ ଏହି ପ୍ରକଳ୍ପ କାହା ସ୍ୱାର୍ଥ ଦୃଷ୍ଟିରୁ ନିର୍ମାଣ ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।କୃଷି କାର୍ଯ୍ୟ ର ବିକାଶ ପାଇଁ ନିର୍ମାଣ ହେଉଥିବା ପ୍ରକଳ୍ପ ଦିଗହରା ହେବା ଦୁର୍ଭାଗ୍ୟ ଜନକ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି।ଏଥିପ୍ରତି ଉଚ୍ଚ ପଦସ୍ତ ଅଧିକାରୀ ଦୃଷ୍ଟି ଦେବା ସହ ଏହାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି।

0
0
0
s2sdefault