ହେଡଲାଇନସ୍:

କାର୍ଯ୍ୟ ଅଗ୍ରଗତି ସମୀକ୍ଷା ପାଇଁ ଭୋରୁ ଭୋରୁ ଶ୍ରୀକ୍ଷେତ୍ରରେ ଡିସିଙ୍କ ସହ 5 ଟି ସଚିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ : କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ରରେ ବିକାଶ ପ୍ରକ୍ରିୟା ସମୀକ୍ଷା କରିବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଆଜି ହେରିଟେଜ କରିଡର ଓ  ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପାଇଁ ଉନ୍ନୟନ କମିଶନର ସୁରେଶ ମହାପପାତ୍ରଙ୍କ ସହ ପୁରୀରେ ବଡି ଭୋରୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ (5 -ଟି)  ଭି କେ ପାଣ୍ଡିଆନ । ଅଗ୍ରଗତି କାର୍ୟରେ ସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ  ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।  ଉଭୟ କରିଡର ଓ ବଫର ଅଂଚଳ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା, ବାହାର ପଟର 20 ମିଟରିଆ ରାସ୍ତା ନିର୍ମାଣ, ପବ୍ଲିକ ୟୁଟିଲିଟିଗୁଡିକର ସ୍ଥାନାନ୍ତର ତ୍ୱରିତ କରିବା ସହ ଆବର୍ଜନା ଓ ଭଗ୍ନାବଶେଷ ତୁରନ୍ତ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିସନ କୁମାର, ଜିଲ୍ଲାପାଳ ବଲବନ୍ତ ସିଂ ଓ ଏସପିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

0
0
0
s2sdefault