ହେଡଲାଇନସ୍:

ବିଲେନଜୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟ୍ରକ-ବୋଲେରୋ ମୁହାଁମୁହିଁ  ଧକ୍କା :  ସ୍ୱାମୀ, ସ୍ତ୍ରୀ ମୃତ

ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା କୋମନା ଥାନା ବିଲେନଜୋର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ  ହୋଇଥିବା ବେଳେ ୫ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି ।  

    କୋମନା ଥାନା ତରବୋଡ ଗାଁ ଗଜିନ୍ଦ୍ର ଦଣ୍ଡସେନାଙ୍କ ଝିଅକୁ ବଲାଙ୍ଗୀର ଜିଲ୍ଲା ବୋଙ୍ଗୋମୁଣ୍ଡାରେ ବିବାହ ଦେଇଥିଲେ । ସେଠାରେ ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ କଲହ ହୋଇଥିଲା । ଆଜି ସକାଳେ ଝିଅ ଜ୍ୱାଇଁଙ୍କ ଝଗଡାର ସମାଧାନ କରିବା ପାଇଁ ଗଜିନ୍ଦ୍ର ଓ ପରିବାର ଲୋକେ ବଙ୍ଗୋମୁଣ୍ଡାକୁ ଯାଇଥିଲେ । ବଙ୍ଗୋମୁଣ୍ଡାରୁ ଖାଇ ସାରି ରାତିରେ ତରବୋଡକୁ ବୋଲେରୋ ଗାଡିରେ ଫେରୁଥିଲେ । ଏକ ଟ୍ରକ ନୂଆପଡ଼ା ପଟୁ ଖଡିଆଳ ପଟେ ଯାଉଥିଲା ।  ରାତି ପ୍ରାୟ ୧୧.୧୫ରେ ଜାତୀୟ ରାଜପଥ ୩୫୩ ଉପରେ କୋମନା ଥାନା ବିଲେନଜୋର ନିକଟରେ ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବୋଲେରୋ ଗାଡି ଟ୍ରକ ସମ୍ମୁଖ ଭାଗରେ ପିଟି ହୋଇ ଭିତରକୁ ପଶି ଯାଇଥିଲା । ତରବୋଡର ଗଜିନ୍ଦ୍ର ଦଣ୍ଡସେନା(୫୦) ଓ ସ୍ତ୍ରୀ ସୁଦେଶିନି ଦଣ୍ଡସେନା(୪୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ  ହୋଇଥିବା ଜଣା ପଡିଛି । ଏଥିରେ ତରବୋଡର ଦୁର୍ଲଭ ଦଣ୍ଡସେନା(୩୫), ଜୟପ୍ରକାଶ ଗହୀର(୫୦), ଲିଲାବତୀ ବାଗ(୪୫), ଗିରୀଧାରୀ ବାଗ(୫୫), ରିଦ୍ଧି ପାତ୍ର(୧୧) ଗୁରୁତର ଆହାତ ହୋଇଥିବା ଖବର ମିଲିଛି । ସେଥିରୁ ଜୟପ୍ରକାଶ ଓ ରିଦ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟ୍ଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । 

0
0
0
s2sdefault