ହେଡଲାଇନସ୍:

ମଣିଷପଣିଆ ଦେଖାଇଲା ମାନବ ସେବା ସଂଘ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 'ମୁକ୍ତିପଥ" ଦ୍ବାରା ଅସହାୟ ପରିବାରର ସଦସ୍ୟଙ୍କ ମୃତଦେହ କଲା ଅନ୍ତିମ ସଂସ୍କାର। 

ଝାରସୁଗୁଡ଼ା (ଶାସକ ପ୍ରଶାସକ): ଯେତେବେଳେ ଆଖି ବୁଜି ଦେଇଥିବା ଲୋକର  ନିଜର ବୋଲି କେହି ନଥାନ୍ତି ବା ନିଜ ଲୋକ ମଣିଷ ପଣିଆ ଭୁଲିଯାନ୍ତି ବା ସହି ପଡିସା ପଛଘୁଞ୍ଚା ଦିଅନ୍ତି ବା ପରିସ୍ଥିତି ଅସହାୟ କରିଦେଇଥାଏ ସେତେବେଳେ ନିଜର ଭଳି ଆଗେଇ ଆସିଥାଏ  ଝାରସୁଗୁଡ଼ାର ମାନବ ସେବା ସଂଘ | ମାନବ ସେବା ସଂଘର  'ମୁକ୍ତିପଥ' ଦ୍ଵାରା ଯେ କୌଣସି ଅବହେଳିତ କିମ୍ଵା ଅସହାୟ ପରିବାରର କେହି ମୃତ୍ୟୁବରଣ କଲେ, ତାର ଶବ ସଂସ୍କାର ନିମନ୍ତେ ଆଗେଇ ଆସିବାର ଅନେକ ଉଦାହରଣ ରହିଛି। ଆଉ ଏହି ଧାରାରେ ଏଯାବତ ଗତ କିଛି ବର୍ଷ ମଧ୍ୟରେ ୫୦ ରୁ ଊର୍ଦ୍ଧ୍ବ ଶବ ସଂସ୍କାର କରି ସାରିଥିବା ଏହି ସଂସ୍ଥା ପୁଣି  ଏହିପରି ଏକ ଶବର ଅନ୍ତିମ ସଂସ୍କାର କରିଛନ୍ତି। 

ସୂଚନା ଅନୁସାରେ, ମାନବ ସେବା ସଂସ୍ଥାର  ସମାଜସେବୀ ସୁଭାଷ ସହାରେ ଓ ଅନ୍ୟ କେତେଜଣ ସମଭାବାପନ୍ନ ସମାଜସେବୀଙ୍କ ବଦାନ୍ୟତାରେ ଅପରିଚିତ ବା ଅନାମଧ୍ୟେୟ ମୃତ ବ୍ୟକ୍ତିଙ୍କ ମୃତଦେହକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଅନ୍ତିମ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରିଥାନ୍ତି। ଏଥର ବି  ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରର ଦାୟିତ୍ୱ  ନେଇଥିଲେ ଏହି ସଂସ୍ଥା। ଲିଙ୍ରାଜ କାଣ୍ଡୋରା ପି: ମୀନ କାଣ୍ଡୋରା ଏକ ନୂତନ ନମ୍ବରବିହୀନ ଟ୍ରକ ଧକ୍କାରେ ଆଘାତ ହୋଇଥିଲେ। ଟ୍ରକ ଡ୍ରାଇଭର ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ନେଇ ପହଞ୍ଚାଇଥିଲେ। ମାତ୍ର ସକାଳେ ତାଙ୍କୁ  ଲୋକେ ମୃତ ପାଇଥିଲେ। କୌଣସି କାରଣରୁ ପଡ଼ୋଶୀ ତାଙ୍କର ଶବ ସତ୍କାର ପାଇଁ ବାହାରି ନ ଥିଲେ। 

ପୋଲିସ ଵିଭାଗରୁ ସୂଚନା ପାଇ ମାନବ ସେବା ସଂଘ ତାଙ୍କର ଶବ ସଂସ୍କାର ପାଇଁ ଆଗେଇ ଆସିଥିଲେ। ସ୍ଥାନୀୟ ବୁରୋମାଲ ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଏହି ଅବସରରେ ଓରିଏଣ୍ଟ ପୋଲିସ ଷ୍ଟେସନର ଏଏସଆଇ ପ୍ରକାଶ ଚନ୍ଦ୍ର ଦଳେଇ, କନେଷ୍ଟବଲ ସନ୍ତୋଷ ମେହେର, ମାନସ ସିହ୍ନା, ସରୋଜ ସିଂହ, ସାର୍ତୁକୋ ବେହେରା, ବାସିଲ ବାରି, ରାହୁଲ ସୁନା,ବଣ୍ଟି ସୁନା ଓ ମାନବ ସେବା ସଂଘର ଅଧ୍ୟକ୍ଷ ସୁଭାଷ ସହାରେ ଉପସ୍ଥିତ ଥିଲେ। 

ମାନବ ସେବା ସଂଘର ଏହି ମହନୀୟ କାର୍ଯ୍ୟରେ ଝାରସୁଗୁଡ଼ା ଆଇଆଇସି ଶ୍ରୀମତୀ ସାବିତ୍ରୀ ବଳ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ପ୍ରଧାନ ଏବଂ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ହରିଶ ଗଣତ୍ରାଙ୍କୁ ସେମାନେ ମୂଳରୁ ସହାୟତା ଯୋଗାଇ ଆସିଥିବା ସହଯୋଗ ପାଇଁ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ସୁଭାଷ ସହାରେ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

 

0
0
0
s2sdefault