ହେଡଲାଇନସ୍:

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚିଙ୍କ ଝାରସୁଗୁଡ଼ା ଗସ୍ତ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶାର ଆଇ ଟି ଆଇ ଓ ପଲିଟେକ୍ନିକ ଅନୁଷ୍ଠାନର ବିକାଶ ସହ ଜାତୀୟ ସ୍ତରରେ ଶ୍ରେଷ୍ଠ ଅନୁଷ୍ଠାନ ମଧ୍ୟରେ ପରିଗଣିତ କରିବା ଉପରେ ଗୁରୁତ୍ୱାରୋପ । 

ଝାରସୁଗୁଡ଼ା: (ସୁଭାଷ ସହାରେ) -ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ  ଅଧ୍ୟକ୍ଷ ସୁବ୍ରତ ବାଗଚି ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତ ଅବସରରେ ଓଡ଼ିଶାର ଆଇ ଟି ଆଇ ଓ ପଲିଟେକ୍ନିକ ଅନୁଷ୍ଠାନଗୁଡ଼ିକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ଅନୁଷ୍ଠାନ ମଧ୍ୟରେ ପରିଗଣିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ଅଡିଟୋରିଅମରେ ଝାରସୁଗୁଡ଼ା ସମେତ ସମ୍ବଲପୁର, ସୁନ୍ଦରଗଡ଼ , ଦେବଗଡ଼ ଓ ବରଗଡ଼ର ସମସ୍ତ ଆଇ ଟି ଆଇ ,ପଲିଟେକ୍ନିକର ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ନିୟୋଜନ ଅଧିକାରୀମାନଙ୍କର ମିଳିତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଓଡ଼ିଶାର ଆଇ ଟି ଆଇ ଓ ପଲିଟେକ୍ନିକ ଅନୁଷ୍ଠାନଗୁଡିକରେ ଦକ୍ଷତା ବିକାଶ ପାଇଁ ଅଧିକ ମନୋନିବେଶ ସକାଶେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

ନିଜ ଅଭିଭାଷଣରେ ଶ୍ରୀ ବାଗଚୀ କହିଥିଲେ ଯେ କରୋନା ସକାଶେ ଦୀର୍ଘ ନଅ ମାସ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହୋଇଛି।  ଶିକ୍ଷାର୍ଥୀମାନେ ଏଥିପାଇଁ ଯେପରି ପଛୁଆ ନ ହେବେ ସେଥି ସକାଶେ ୨୦୨୧ର  ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ମିଳିତ ଭାବରେ ସମସ୍ତେ ଏ ଦିଗରେ କାର୍ଯ୍ୟ କରିବାକୁ ସେ କହିଥିଲେ। ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର କାର୍ଯ୍ୟର ସେ ଭୂୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ରଘୁ ଜି, ଯୁଗ୍ମ ସଚିବ ପିନାକୀ ପଟ୍ଟନାୟକ, ରେଣୁପ୍ରଭା ନାୟକ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । 

ଏହାବ୍ୟତୀତ,ଝାରସୁଗୁଡ଼ା ଜିଲ୍ଲାରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ ଆଶ୍ବାସନା ଦେଇଥିଲେ । ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟର ଅଧକ୍ଷ୍ୟା ପ୍ରଗତି ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୂର୍ଯ୍ୟନାରାୟଣ ରାୟ , ସତ୍ୟାନନ୍ଦ ସେଠୀ , ଅନିତାରାଣୀ ବ୍ରହ୍ମା ଓ ଅନୁଷ୍ଠାନର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault