ହେଡଲାଇନସ୍:

ଜଳ ପରିଚାଳନାରେ ଉତ୍କର୍ଷତା  ପାଇଁ  ବେଦାନ୍ତ ଲାଞ୍ଜିଗଡକୁ ସି.ଆଇ.ଆଇ. ଜାତୀୟ ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲାଞ୍ଜିଗଡ଼ / କଳାହାଣ୍ଡି,(ଶାସକ ପ୍ରଶାସକ):  ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼କୁ ଜଳ ପରିଚାଳନାରେ ଉତ୍କର୍ଷତା ପାଇଁ ସି.ଆଇ.ଆଇ. ପକ୍ଷରୁ ଜାତୀୟ  ପୁରସ୍କାର ମିଳିଛି I ଭାଗନେଇଥିବା ୧୦୦ ପ୍ରତିଭାଗୀଙ୍କ ମଧ୍ୟରେ କମ୍ପାନୀକୁ ‘ବିଦିନ ଦି ଫେନ୍ସ ବର୍ଗ' (‘Within the Fence Category’) ରେ ଉଲ୍ଲେଖନୀୟ ଜଳ ପରିଚାଳକ ୟୁନିଟ ଭାବେ ଏହି ପୁରସ୍କାର ମିଳିଛି I  ସି.ଆଇ.ଆଇ. ପକ୍ଷରୁ ୧୬ ଡିସେମ୍ବର ୨୦୨୦ ଦିନ ଭରଚୁଆଲି ଆୟୋଜିତ ଏକ ସମାରୋହରେ କମ୍ପାନୀ ତରଫରୁ ପରିବେଶ ବିଭାଗର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ନାୟକ  ଏହି ପୁରସ୍କାର ଗ୍ରହଣ କରିଥିଲେ  I

ପ୍ରଭାବଶାଳୀ ଭାବେ ଜଳ ଭଳି ସାଧନର ପରିଚାଳନା ନିମନ୍ତେ ବେଦାନ୍ତ, ଲାଞ୍ଜିଗଡ଼ ପକ୍ଷରୁ ଗ୍ରହଣ କରାଯାଉଥିବା ଉଲ୍ଲେଖନୀୟ ପଦକ୍ଷେପ ତଥା ଏ ଦିଗରେ କମ୍ପାନୀର ନେତୃତ୍ୱ, ଧ୍ୟେୟ ଏବଂ ପ୍ରଚେଷ୍ଟା ପାଇଁ ଏହି ପୁରସ୍କାର ଏକ ବିଶେଷ ସ୍ୱୀକୃତି I ସୁଦକ୍ଷ ଜଳ ପରିଚାଳନା ସୁନିଶ୍ଚିତ କରିବା ପାଇଁ ବେଦାନ୍ତ ଲାଞ୍ଜିଗଡ଼ ଉଚ୍ଚ ମାନର ବ୍ୟବସ୍ଥା କାର୍ଯ୍ୟନ୍ବିତ କରୁଛି  I ଏହି ୟୁନିଟ ପକ୍ଷରୁ ଉଭୟ ଭୂତଳ ଏବଂ ଭୁପୃଷ୍ଠ ଜଳର ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି  I  ଏହା ସହିତ, ନିୟମିତ ଜଳର ପର୍ଯ୍ୟବେକ୍ଷଣ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି I ଜଳ ପରିଚାଳନା କ୍ଷେତ୍ରରେ ଅନ୍ୟତମ ଉଲ୍ଲେଖନୀୟ ସଫଳତା ଭାବେ ବେଦାନ୍ତ ଲାଞ୍ଜିଗଡ଼ ଏହାର ସ୍ପେସିଫିକ ୱାଟର କଞ୍ଜମ୍ପସନକୁ ୨୦୧୫-୧୬ ଆର୍ଥିକ ବର୍ଷ ର ଟନ ପ୍ରତି ୩.୦୩ ଏମ୩ ରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଟନ ପ୍ରତି ୧.୯୬  ଏମ୩  କୁ ହ୍ରାସ କରିପାରିଛିI ରେନ ୱାଟର ହାରଭେଷ୍ଟିଙ୍ଗ ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି I

ଏହି  ଅବସରରେ, ବେଦାନ୍ତ ଲିମିଟେଡ଼, ଲାଞ୍ଜିଗଡ଼ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ରାକେଶ ମୋହନ କହିଛନ୍ତି ଯେ ବେଦାନ୍ତ ଲାଞ୍ଜିଗଡରେ ସମସ୍ତ କାର୍ଯ୍ୟ ଓ ପ୍ରକ୍ରିୟାରେ 'ସାଧନର ମିତଵ୍ୟୟିତା, ପୁନଃବ୍ୟବହାର ଓ ପୁନଃଚକ୍ରଣ' (‘reduce, reuse and recycle’)  ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ I ଜଳ ପରିଚାଳନା ଦିଗରେ ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଇଥାଏI ଏଦିଗରେ କମ୍ପାନୀ ବିଶ୍ୱସ୍ତରୀୟ ସର୍ବୋତ୍ତମ ପ୍ରଥା ଲାଗୁ କରିବା ସହ ଶୂନ୍ୟ କ୍ଷତି, ଶୂନ୍ୟ ଅପଚୟ ଏବଂ ଶୂନ୍ୟ ନିର୍ଗମନ କ୍ଷେତ୍ରରେ ସର୍ବଦା କାର୍ଯ୍ୟରତ ରହିଛି I ଏହା ସଂସ୍ଥା ପାଇଁ ଏକ ଅଭିନ୍ନ ଅଙ୍ଗ ତଥା ବିଶେଷ ପରିଚାୟକ ମଧ୍ୟ ଅଟେ I

କମ୍ପାନୀର କୋ ଜେନ ପ୍ଲାଣ୍ଟରେ  କାର୍ଯ୍ୟରତ ସହକାରୀ ସଂସ୍ଥା ଷ୍ଟିଆଗ ଏନର୍ଜି ସର୍ଭିସେସର  ସାଇଟ୍ ପ୍ରମୁଖ ହିମାଞ୍ଚଳ ପଣ୍ଡା କହିଛନ୍ତି ଯେ ବେଦାନ୍ତ ଲାଞ୍ଜିଗଡ଼ର ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରୀୟ ଟେକ୍ନୋଲୋଜି, ସୁରକ୍ଷା ନିୟମାବଳୀର ପାଳନ, ପରିବେଶ ସୁରକ୍ଷା ତଥା ନିରନ୍ତର ବିକାଶକୁ  ପାଥେୟ କରି ଉନ୍ନତତର ପ୍ରଦର୍ଶନ କରିବା ନେଇ ସମସ୍ତ କର୍ମଚାରୀ ସର୍ବଦା ପ୍ରୟାସରତ ରହିଥାନ୍ତି I ଏଠାରେ ସୁରକ୍ଷା, ସ୍ୱାସ୍ଥ୍ୟ ତଥା ପରିବେଶ ସଂରକ୍ଷଣ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ I ଏପରି ଏକ ସଂସ୍ଥାର ସହଭାଗୀ ହୋଇ ସେ ନିଜକୁ ଗର୍ବ ମନେ କରନ୍ତି ବୋଲି କହିଛନ୍ତି I

ବେଦାନ୍ତ, ଭାରତର ବୃହତ୍ତମ ଆଲୁମିନିୟମ ଏବଂ ଆଲୁମିନା ଉତ୍ପାଦକ ହୋଇଥିବାବେଳେ ୨୦୦୭ ପରଠାରୁ ଲାଞ୍ଜିଗଡ଼ଠାରେ ବାର୍ଷିକ ୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ସଞ୍ଚାଳନ କରିବା ସହ ନିଜସ୍ୱ ୯୦ ମେଗାୱାଟର ପାୱାର ପ୍ଲାଣ୍ଟରେ ନିଜସ୍ୱ ଶକ୍ତି ଉତ୍ପାଦନ କରିବାର କ୍ଷମତା ରଖିଛି I

 

0
0
0
s2sdefault