ହେଡଲାଇନସ୍:

କନ୍ଧମାଳ ଜିଲ୍ଲାରୁ ଚାଲାଣ ହୋଇଥିବା ଆଦିବାସୀ ମହିଳାଙ୍କ ପତ୍ତା ନାହିଁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସତ୍ୟ ଲୁଚାଇବା ପାଇଁ ମାରିଦେବାକୁ ଉଦ୍ୟମ କରାଯାଉଛି ବୋଲି  ଅଭିଯୋଗ କଲେ ବିଧାୟକ 

01-06-18-kandhmal.jpg - 98.01 kB ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ଶ୍ରମ ଆଇନ୍ ଅନୁଯାୟୀ, ଦାରିଦ୍ର୍ୟ ତଥା ପେଟ ବିକଳରେ ରୋଜଗାର ଉଦ୍ଦେଶ୍ୟରେ ଦାଦନ ଖଟିବା ପାଇଁ କିମ୍ବା ଦଲାଲ୍ମାଙ୍କ ମିଥ୍ୟା ପ୍ରରୋଚନାରେ ପଡ଼ି ବାହାରକୁ ଯାଉଥିବା ସମସ୍ତ ପରିବାରର ସଦସ୍ୟ, ତାଙ୍କୁ ନେଇ ଯାଉଥିବା ଠିକାଦାର ଓ ଦଲାଲମାନଙ୍କ, ପଞ୍ଚାୟତସ୍ତରରେ ପଞ୍ଜିକରଣ ପାଇଁ ବ୍ୟବସ୍ଥା ଥିଲେ ବି ସରକାର ଓ ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ୱହୀନ ମନୋଭାବ ଯୋଗୁଁ ହଜାର ହଜାର ମହିଳା ଓ ଶିଶୁ ଚାଲାଣ ଶିକାର ହୋଇ ଆଇନ୍ଗତ ସୁରକ୍ଷା, ଅମାନବୀୟ ମାନବ ଚାଲାଣ ବନ୍ଦ ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ ବିଭିନ୍ନ ଶୋଷଣ ଓ ଯୌନ ଦୁଷ୍କର୍ମ ଶିକାର ହୋଇ ହତ୍ୟା କରାଯାଉଥିବା ଓ ଅନେକ ସମୟରେ ମୃତ୍ୟୁ ରଣ କରୁଥିବା ଅଭିଯୋଗ ଘୁ. ଉଦୟଗିିରି ବିଧାୟକ ଯାକବ ପ୍ରଧାନ ଏକ ପ୍ରେସ୍ ସାକ୍ଷାତକାରରେ ନିର୍ଦ୍ଧିଷ୍ଟ ଉଦାହରଣ ଦେଇଛନ୍ତି  । 

ଶ୍ରୀ ଜାକବଙ୍କ କହିବା ଅନୁଯାୟୀ,  ସଳିତା ପ୍ରଧାନ ଓରଫ୍ ସଳିତା ମଲ୍ଲିକ, ସ୍ୱା- ରମାକାନ୍ତ ମଲ୍ଲିକ, ସଲାଗୁଡା ପିପୁଡି ପଦର ଗ୍ରାମରେ ବିବାହ କରି ଦୁଇଟି ସନ୍ତାନ ଜନ୍ମ କରିଥିଲେ  । ବାଲିଗୁଡ଼ାସ୍ଥିତ ‘ପ୍ରଦାନ’ ସଂସ୍ଥାରେ କାମ କରୁଥିବା ସମୟରେ ସଂସ୍ଥାର ଏକ କର୍ମୀଙ୍କ ମିଥ୍ୟା ପ୍ରଲୋଭନରେ ପଡ଼ି, ଉଚ୍ଚ ଦରମାରେ ନିଯୁକ୍ତି ଓ ବିବାହ ଲାଳସାରେ ପଡ଼ି ଭୁବନେଶ୍ୱରସ୍ଥିତ ଏକ ‘ସାଇକେର’ ନାମକ ଏକ ସଂସ୍ଥାକୁ ନେଇଥିଲେ ଏବଂ ପରେ ଚନ୍ଦ୍ରଶେଖରପୁରସ୍ଥିତ ‘କିମସ୍’ ସଂସ୍ଥାରେ କାମ କରାଇ, ବେଙ୍ଗାଲୁରକୁ ନେଇ ଏକ ନିଛାଟିଆ ଘରେ ଆବଦ୍ଧ ଅବସ୍ଥାରେ ରଖି ବିଭିନ୍ନ ପ୍ରକାର ଯୌନ ଶୋଷଣ ବାହାର ଲୋକଙ୍କ ଦ୍ୱାରା କରାଉଥିବା ଅଭିଯୋଗ କାନ୍ଦିକାନ୍ଦି ଟେଲିଫୋନ୍ ଯୋଗେ ଗତ ତା ୧୨.୪.୨୦୧୬ରେ ପ୍ରକାଶ କରି ଉଦ୍ଧାର କରିବା ପାଇଁ ଅନୁରୋଧ କରିବା ସଂଗେସଂଗେ ଉକ୍ତ ଚାଲାଣକାରୀଙ୍କୁ ମକଦ୍ଦମା କରି ଦଣ୍ଡଦେବାକୁ କହିଥିଲେ  । ସଳିତାଙ୍କ ମା’ କେସମତି ପ୍ରଧାନ, ଏହି ଟେଲିଫୋନ୍ ପାଇ ତା ୧୪.୦୪.୨୦୧୬ରେ ଚନ୍ଦ୍ରଶେଖପୁରସ୍ଥିତ  ଇନ୍ଫୋସିସ୍ ଥାନାରେ  ଲିଖିତ ଏତଲା ଦାୟର କରିଥିଲେ  । ନିଜେ, ସମ୍ପର୍କୀୟ ହେବା, ବିଧାୟକ ଯାକବ ପ୍ରଧାନ ମଧ୍ୟ କେସମତୀ ପ୍ରଧାନଙ୍କ ଅଭିଯୋଗ ଦରଖାସ୍ତ ନକଲକୁ ସଂଲଗ୍ନ କରି, ସ୍ଥାନୀୟ ପୋଲିସ୍ କମିଶନରଙ୍କୁ ଲିଖିତ ଅଭିଯୋଗ କରି ତୁରନ୍ତ ଚାଲାଣ ହୋଇଥିବା ମହିଳାଙ୍କ ଜୀବନ ସୁରକ୍ଷା ଓ ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଏହାର ନକଲ କଟକସ୍ଥିତ ପୋଲିସ୍ ଡି.ଜି.ଙ୍କୁ ଦେଇଥିଲେ  । 

ପୁଣି ପରବର୍ତ୍ତୀ ସମୟରେ ବାରମ୍ବାର ସାକ୍ଷାତ ପରେ ବି ପିଡୀତାଙ୍କୁ ଉଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆ ନଯିବାରୁ, ଲିଖିତଭାବେ ତା ୩୧.୧୦.୨୦୧୭ରେ ପୁନଶ୍ଚ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମାନ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ଓ କମିଶନରଙ୍କୁ ମଧ୍ୟ ଜଣାଇଥିଲେ  । ଅଯଥା ଉଦ୍ଧାର ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ  । କିନ୍ତୁ ଦୁଃଖର ବିଷୟ ଉଦ୍ଧାର ପାଇଁ ଘରୋଇ ବିଭାଗ ତଥା ସମସ୍ତଙ୍କ ନିକଟରୁ ଲିଖିତ ପ୍ରତଉତ୍ତର ପ୍ରାପ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଉଦ୍ଧାର କରାଯାଇନାହିଁ  । ଏହିପ୍ରକାର ହଜାର ହଜାର ମହିଳା ଓ ଶିଶୁ କନ୍ଧମାଳରେ ଦୁଷ୍କର୍ମ ଓ ଶୋଷଣର ଶିକାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ଅଦ୍ୟାବଧି ହେଉଛନ୍ତି ଏବଂ ତାଙ୍କର ସୁରକ୍ଷା କିମ୍ବା ଉଦ୍ଧାରର ବ୍ୟବସ୍ଥା ବାସ୍ତବରେ କରାଯାଉନାହିଁ ବୋଲି ଆଦିବାସୀ ନେତ୍ରୀ କେସମତୀ ପ୍ରଧାନ ଅଭିଯୋଗ କରିଛନ୍ତି  । ଏହାର ପ୍ରତିକାର ପାଇଁ ପର୍ଯ୍ୟାପ୍ତ ଆଇନଗତ ପ୍ରାବଧାନ ଥିଲେ ବି ଏବଂ କୋଟିକୋଟି ଟଙ୍କା ଖର୍ଚ୍ଚ ଦେଖାଯାଉଥିଲେ ବି ବାସ୍ତବରେ ଏହା ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ବରିଷ୍ଠ ସାମାଜିକ ସୁରକ୍ଷା କର୍ମୀ, ହେମନ୍ତ ନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି  । 

ସତ୍ୟ ଓ ତଥ୍ୟ ପ୍ରଘଟ ହେବା ଆଶଙ୍କାରେ ପିଡୀତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି ଏବଂ ଉଦ୍ଦେଶ୍ୟମୂଳକ ଭାବେ ଉଦ୍ଧାର କରାଯାଉନାହିଁ ବୋଲି ଅଭିଯୋଗ କରି, ଚାଲାଣ ହୋଇଥିବା ମହିଳାଙ୍କ ତରଫରୁ ବିଧାୟକ ଓ ପୀଡ଼ିତାଙ୍କ ମା  କେସମତୀ ପ୍ରଧାନ, ଅନ୍ୟାନ୍ୟ ଆଦିବାସୀ ମହିଳାମାନଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଶେଷ ଚେତାବନୀ ଦେଇଛନ୍ତି  । ସରକାରୀ ଓ ବେସରକାରୀ ମାଧ୍ୟରେ ସ୍କିଲ୍ ଟ୍ରେନିଂ ନାମରେ କେତେଜଣଙ୍କୁ ବାହାରକୁ ନେଇ, ବିଭିନ୍ନ ଅନୁଷ୍ଠାନ  ଦ୍ୱାରା ଥଇଥାନ କରାଯାଇଛି ? ସେମାନେ ସେଠାରେ ସୁରକ୍ଷିତ କି ? କେତେ ପ୍ରାପ୍ୟ ପାଉଛନ୍ତି, ତୁରନ୍ତ ପ୍ରକାଶ କରିବାକୁ ଦାବି କରିଛନ୍ତି  । ତୁରନ୍ତ ଉଦ୍ଧାର ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ମଧ୍ୟ ଆଶ୍ରୟ ନିଆଯାଇଥିବା କଥା ପ୍ରକାଶ  । ବିଧାନସଭାରେ ବି ଏ ପ୍ରସଙ୍ଗରେ ବି ଆଲୋଚନା ହୋଇଛି  ବୋଲି ବିଧାୟକ ଶ୍ରୀ ପ୍ରଧାନ, ସାମାଜିକ କାର୍ଯ୍ୟକର୍ତ୍ତା ଶ୍ରୀ ନାୟକ ଓ ପୀଡ଼ିତାଙ୍କ ମା କେଶମତୀ କହିଛନ୍ତି । 

                                           

0
0
0
s2sdefault