ଭୁବନେଶ୍ୱର(ଶାସକ ପ୍ରଶାସକ) :ଆଜି ଲୋକସେବା ଭବନଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛିା ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ "ଆଦିବାସୀ' ଜର୍ଣ୍ଣାଲର ୬୦ତମ ସଂକଳନର ପ୍ରଥମ ସଂଖ୍ୟାରେ ପ୍ରଫେସର ଡ. ଅଖିଳ ବିହାରୀ ଓତାଙ୍କ ଦ୍ୱାରା ପ୍ରସ୍ତୁତ ଏକକ ଗବେଷଣାମୂଳକ ନିବନ୍ଧ "କୋଭିଡ୍-୧୯ ପରିପ୍ରେକ୍ଷୀରେ ମହାମାରୀର ଜନଜାତି ସଂସ୍କୃତି ଉପରେ ପ୍ରଭାବ'ର ଉନ୍ମୋଚନ କରିଥିଲୋ ଏଥିସହିତ ସୁଶାସନର ବାର୍ତ୍ତା ଓ ସ୍ୱାକ୍ଷର ବହନ କରି ତୃଣମୂଳ ସ୍ତରର ପ୍ରତିକ୍ରିୟାକୁ ଉପସ୍ଥାପନ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ତ୍ରୈମାସିକ ନ୍ୟୁଜଲେଟର "ଭଏସ୍'ର ମଧ୍ୟ ଉନ୍ମୋଚନ କରିଥିଲୋ
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବୃତ୍ତିର ଉନ୍ନତି ନିମନ୍ତେ ଏହି ବିଭାଗ ଓ ପିପୁଲ ଫର୍ ଆକ୍ସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛିା ଏହା ଦ୍ୱାରା ଅନ୍ଲାଇନ୍ ପ୍ଲାଟଫର୍ମ ଓଡ଼ିଆ, ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ଶିକ୍ଷାରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ଓ ବ୍ୟବଧାନ କମିପାରିବା ଏହି ପ୍ରକଳ୍ପ ଦ୍ୱାରା ଶିକ୍ଷକମାନଙ୍କର ଶିକ୍ଷାଦାନରେ ଅଭିବୃଦ୍ଧି ତଥା ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ହୋଇପାରିବା
ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓ ଆଭେଟି ଲର୍ଣ୍ଣିଂ ପ୍ରାଇଭେଟ୍ ଲିମିଟେଡ୍ ସହିତ ମଧ୍ୟ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲାା ନୂତନ ପଦକ୍ଷେପ ସ୍ୱରୂପ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ପଢ଼ୁଥିବା ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଡିଜିଟାଇଜେସନ୍ କରାଯିବା ଡିଜିଟାଲ୍ ସଲ୍ୟୁସନ୍ ଯଥା-ଭିଡ଼ିଓ ମାଧ୍ୟମରେ ପାଠପଢ଼ା, ଅନ୍ଲାଇନରେ ଅଭ୍ୟାସ, ମୂଲ୍ୟାଙ୍କନ ଓୟୁନିଟ୍ ଟେଷ୍ଟ ଆଦି ଜରିଆରେ ଏହି ଡିଜିଟାଇଜେସନ୍ ଜାରି ରହିବା
ପିଏଫ୍ଇଏଲ୍ ସହିତ ବୁଝାମଣାପତ୍ର ଦ୍ୱାରା ଉଲ୍ଲେଖନୀୟ ପଦକ୍ଷେପ ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଗୁଣାତ୍ମକ ଶିକ୍ଷା ସହିତ ବିଦ୍ୟାଳୟ ଏବଂ ହଷ୍ଟେଲରେ ପିଲାଙ୍କର ଜୀବନଶୈଳରେ ଉନ୍ନତି ଆଣିବା ସହିତ ଏକ ସରକାରୀ ସହାୟତାରେ ଫେଲୋସିପ୍ କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ କରାଯିବା ଏଥି ପାଇଁ ପିରାମଲ୍ ଫାଉଣ୍ଡେସନ୍ ଫର ଏଜୁକେସନ୍ ଲିଡରସିପ୍ (ପି.ଏଫ୍.ଇ.ଏଲ୍)ସହାୟତା ଓ ସହଯୋଗ କରିବା
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, ବିଭାଗୀୟ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର, ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରମୁଖ ଉପସ୍ଥିତ ଥିଲୋ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମୋଡ୍ରେ ସମସ୍ତ ଜିଲ୍ଲାର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ଜିଲ୍ଲା ମଙ୍ଗଳ ଅଧିକାରୀମାନେ ଅଂଶଗ୍ରହଣ କରିଥିଲୋ