ହେଡଲାଇନସ୍:

ଚାଣ୍ଟିପାଲି ଧାନ ମଣ୍ଡିରେ ଅବ୍ୟବସ୍ଥାର ଶିକାର ହେଉଛନ୍ତି ଚାଷୀ, ଚାଲିଛି ବ୍ୟବସାୟୀଙ୍କ ରାଜୁତି ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ଚାଷୀ ଦୀର୍ଘ ଛଅ ମାସ ଧରି ଖରା,ବର୍ଷା, ଶୀତ ସବୁ ସହି ବହୁ ପରିଶ୍ରମ କରି ଧାନ ଚାଷ କରିଥାଏ । ଅମଲ ଧାନକୁ ସଠିକ ମୂଲରେ ବିକ୍ରି କରିବା ପାଇଁ ସରକାର ମଣ୍ଡି ଯୋଗେ ଧାନ କିଣୁଛନ୍ତି । ହେଲେ ଭିତ୍ତିଭୂମି ଅଭାବ ଏବଂ କର୍ମଚାରୀ ମାନଙ୍କ ମନମୁଖି କାମ ଯୋଗୁଁ ଚାଷୀ ଧାନ ବିକ୍ରି କରିବା ପାଇଁ ଆସିଲେ ହଇରାଣ ହେଉଛନ୍ତି । ଏଭଲି ଅଭାବନୀୟ ଦୄଶ୍ୟ ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଚାଣ୍ଟିପାଲି ଧାନ ମଣ୍ଡିରେ । ଚାଣ୍ଟିପାଲି ଧାନ ମଣ୍ଡିରେ ଭିତ୍ତିଭୂମି ଅଭାବ ଯୋଗୁଁ ରାସ୍ତା କଡ଼ରେ ଖୋଲା ଆକାଶ ତଳେ ପଡି ରହିଛି ଚାଷୀଙ୍କ ହଜାର ହଜାର ବସ୍ତା ଧାନ । ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ ଯେଉଁ ଗୋଦାମ ଗୄହ ରହିଛି ସେହି ଗୋଦାମ ଗୄହରେ ଧାନ ବ୍ୟବସାୟୀ ମାନଙ୍କ ଧାନ ରହୁଛି ଏବଂ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡି ପଡି ନଷ୍ଟ ହେଉଛି । ଏପରି କି ଚାଷୀର ବର୍ଷକର ପରିଶ୍ରମର ଫଲ ଚାଷୀ ଙ୍କୁ ନିଜେ ଜଗିବାକୁ ପଡୁଛି । ଏଠାକାର ମଣ୍ଡି ଦାୟିତ୍ବରେ ଥିବା ସମବାୟ ସମିତି ଓ ଆରଏମସି ଅଧିକାରୀ ବହୁ ସମୟ ଧରି ଅନୁପସ୍ଥିତ ରହୁଥିବା ଚାଷୀ ଅଭିଯୋଗ କରିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଚାଣ୍ଟିପାଲି ଧାନ ମଣ୍ଡିରେ ଧାନ ବ୍ୟବସାୟୀଙ୍କ ରାଜୁତି ଚାଲୁଛି କହିଲେ ଅତ୍ୟୁକ୍ତି ହେବନାହିଁ।  ପ୍ରଶାସନ ଏହି ଅବ୍ୟବସ୍ଥା ପ୍ରତି ଧ୍ୟାନ ଦେଇ ଚାଷୀ ଙ୍କ ଧାନ ବିକ୍ରି ହେବ ସେ ନେଇ ପଦକ୍ଷେପ ନେବା ଆବଶ୍ୟକ ।

0
0
0
s2sdefault