ହେଡଲାଇନସ୍:

ବିପୁଳ ପରିମାଣର ଜାଲ ନୋଟ ଜବତ୍ : ୨ ଅଭିଯୁକ୍ତ ଥାନାରେ ଅଟକ, ତଦନ୍ତ ଜାରି ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି)-:- ଝାଡ଼ଖଣ୍ଡ ରାଜ୍ୟରୁ ବାରିପଦା ସହର ପର୍ଯ୍ୟନ୍ତ ଲମ୍ବିଛି ଜାଲ ନୋଟ କାରବାର ଚେର । ବାରିପଦା ସହରରେ ଟାଉନ ଥାନା ପୋଲିସ ଦ୍ବାରା ବିପୁଳ ପରିମାଣର ନକଲି ନୋଟ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି  ପଚରାଉଚରା ଜାରି ରଖିଛି । ସେମାନଙ୍କ ଠାରୁ ୧୧୦ ଖଣ୍ଡ ୫ ଶହ ଟଙ୍କିଆ ଜାଲ ନୋଟ ଓ ୩୦୦ ଖଣ୍ଡ ଶହେ ଟଙ୍କିଆ  ଏହିପରି ମୋଟ ୮୫ ହଜାର ନକଲି ନୋଟ ଜବତ କରିବା ସହ ୨ଟି ମୋବାଇଲ ଫୋନ ଓ ଗୋଟିଏ ମଟରସାଇକେଲ ଜବତ କରାଯାଇଛି । ତେବେ ଏହି ନକଲି ନୋଟ କାରବାର ଚେର ବହୁତ ବାଟ ଲମ୍ବିଥିବା ପୋଲିସ ଜାଣିବାକୁ ପାଇବା ପରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଏହି ଜାଲ ନୋଟ କାରବାରରେ ମୟୂରଭଞ୍ଜ ଜିଲ୍ଲାର ଅଧିକ ବ୍ୟକ୍ତି ଜଡ଼ିତ ଥିବା ସହ ରାଜ୍ୟ ବାହାରୁ ମଧ୍ୟ ବଡ ରେକେଟ ଜଡ଼ିତ ଥିବା ଜଣାପଡିଛି । ତେବେ ଏହି ଦୁଇଜଣ ଝାଡ଼ଖଣ୍ଡ ରାଜ୍ୟ ବହଡାଗୁଡା ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ବାରିପଦା ଟାଉନଥାନାରେ ୯୦୬ /୧୭.୧୧.୨୦ମାମଲା ରୁଜୁ କରି ପୋଲିସ ବାରିପଦା ସହରରେ ରହୁଥିବା ବହାଡ଼ାଗୁଡା ଅଂଚଳର ରାସବିହାରୀ ରଣା ଓ ରାଖହରୀ ରଣା ନାମକ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରହିଛି ବୋଲି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି ।

0
0
0
s2sdefault