ଯାଜପୁର(ଜୟଶଙ୍କର ଦାଶ) : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଯାନ ଚାଳକ ବସନ୍ତ କୁମାର ଦାଶ ଓ ଚପରାଶି ମଧୁସୂଦନ ମହାପାତ୍ରଙ୍କୁ ଶୁକ୍ରବାର ପୂର୍ବାହ୍ନରେ ଅବସର କାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଚ୍ଥି । ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଏହି ଊପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀ ଦାଶ ମେ ମାସରେ ଅବସର ନେଇଥିବା ବେଳେ ଶ୍ରୀ ମହାପାତ୍ର ଅପ୍ରେଲ ମାସରେ ଅବସର ନେଇଥିଲେ । ତେବେ କର୍ମଚାରୀ ଆନ୍ଦୋଳନ ଯୋଗୁଁ ଶ୍ରୀ ମହାପାତ୍ରଙ୍କୁ ସମ୍ୱର୍ଦ୍ଧନା ଦିଆଯାଇପାରି ନ ଥିଲା । ଊଭୟ କର୍ମଚାରୀ ବେଶ ନିଷ୍ଠାପର ଓ କର୍ତ୍ତବ୍ୟନିଷ୍ଠ ଭାବେ ଦାୟିତ୍ୱ ସଂପନ୍ନ କରିଚ୍ଥନ୍ତି । ସମସ୍ତ କର୍ମଚାରୀ ମାନଙ୍କ ସହ ଊତ୍ତମ ସଂପର୍କ ମଧ୍ୟ ସେମାନଙ୍କ ଲୋକପ୍ରିୟତାକୁ ପ୍ରତିପାଦିତ କରୁଚ୍ଥି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ମତ ଦେଇଥିଲେ । ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଊଭୟ କର୍ମଚାରୀଙ୍କର ଦାୟିତ୍ୱବୋଧ, ସମୟାନୁବର୍ତ୍ତିତା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମତ ଦେଇଥିଲେ । ଦୀର୍ଘ ବର୍ଷ ଧରି ସରକାରୀ ଚାକିରୀରେ ଶ୍ରୀ ଦାଶ ଓ ଶ୍ରୀ ମହାପାତ୍ର ନିଷ୍ଠାପର ଭାବେ କାର୍ଯ୍ୟ କରିଆସିଚ୍ଥନ୍ତି ଓ ଅବସର ପରେ ତାଙ୍କ ଜୀବନ ସୁଖମୟ ହେଉ ବୋଲି ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ସହକାରୀ ଜିଲ୍ଲାପାଲ ଅନୁପ ବେହେରା, ଶୁଭଦର୍ଶନ ମିଶ୍ର, ଊମେଶ ଚନ୍ଦ୍ର ଲେଙ୍କା,, ତିଳୋତ୍ତମା ପୃଷ୍ଟି, ରାଜଲକ୍ଷ୍ମୀ ନାୟକ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, କାର୍ଯ୍ୟାଳୟ ଅଧିକ୍ଷକ ନକୁଳ ଚରଣ ମଲ୍ଲିକ , କର୍ମଚାରୀ ସଂଘର ସଂପାଦକ ଶୈଳଜା କୁମାର ପଣ୍ଡା, ଅଶୋକ କୁମାର ମିଶ୍ର, ସମସ୍ତ ବିଭାଗର ମୁଖ୍ୟ କିରାଣୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ ।
ରାଜ୍ୟ
ଉପଜିଲ୍ଲାପାଳଙ୍କ ଡ୍ରାଇଭର ଓ ଚପରାଶିଙ୍କୁ ଅବସର ସମ୍ୱର୍ଦ୍ଧନା ।
- Hits: 478