ହେଡଲାଇନସ୍:

ବଡଗଡ଼ ବନାଞ୍ଚଳରେ ଅଣୁ ଯୋଜନା ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର / ବଡଗଡ ( ନିଲୁ ବିଷୋୟୀ ) -ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ବଡଗଡ ବନାଞ୍ଚଳ ଅଧିନ କେ.ଧଉଗାଁ ବନ ସୁରକ୍ଷା ସମିତିରେ ଅଣୁ ଯୋଜନା ପ୍ରସ୍ତୁତି ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଢଉପଦା ,ଓଲଙ୍ଗ।ମା, ଲଳିତପୁର, ଦୁର୍ଗା ମାଧବପୁର , ହରପ୍ରିୟା ପୁର ଓ ଜଗନ୍ନାଥପୁର ବନ ସୁରକ୍ଷା ସମିତି ରେ କାର୍ଯ୍ୟକାରୀ ଦଳର ସଭ୍ୟ ସଭ୍ୟା ମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। କାର୍ଯ୍ୟକ୍ରମରେ ସହଭାଗୀ ଗ୍ରାମ୍ୟ ଅଵଧାରଣା ମାଧ୍ୟମରେ  ଗ୍ରାମର ବିଭିନ୍ନ ତଥ୍ୟ ସଂଗ୍ରହ, ସମସ୍ୟା ଚିହ୍ନଟିକରଣ, ସମ୍ବଳ ଚିହ୍ନଟି କରଣ ଓ ତାହାର ବ୍ୟବହାର ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ସହ  ସାମାଜିକ ମାନଚିତ୍ର, ସମ୍ବଳ ମାନଚିତ୍ର, ଚପାତି ଚିତ୍ର, ବିତ୍ତୀୟ ଶ୍ରେଣୀ ବିଭାଗ, ଚାଲି ଚାଲି ଗ୍ରାମ୍ୟ ଭ୍ରମଣ, ଐତିହାସିକ ସମୟସାରଣୀ , ଗ୍ରାମ୍ୟ ପରିଦର୍ଶନ ନକ୍ସ। , ଜଙ୍ଗଲ ପରିଦର୍ଶନ ନକ୍ସ।, ଚଳଣି ହିସାବରେ ପରିବାର ଶ୍ରେଣୀ ବିଭାଗ କରାଯାଇ ବନ ସୁରକ୍ଷା ସମିତିର ଯୋଜନା ପ୍ରସ୍ତୁତି ଉପରେ ବିସ୍ତ୍ରୁତ ଭାବେ ଆଲୋଚନା ସହ ଦର୍ଶାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଡଗଡ ବନାଞ୍ଚଳ ଅଧିକାରୀ ଶ୍ରୀ ନରସିଂହ ବେହେରା, ଦକ୍ଷିଣ ଘୁମୁସର ବନଖଣ୍ଡ କାର୍ଯ୍ୟାଳୟରୁ ବିଷୟବସ୍ତୁ ବିଶେଷଜ୍ଞ ଶ୍ରୀ ଶୁଭକାନ୍ତ ମିଶ୍ର, ଶୋଭନ ପଟ୍ଟନାୟକ ଯୋଗ ଦେଇଥିଲେ। ବୁଗୁଡା ଓ ସୋରଡା ବନାଞ୍ଚଳ ତଥା ଲିପିକା ସ୍ବେଚ୍ଛାସେବୀ ଅନୁଷ୍ଠାନରୁ ଉମା ଶଙ୍କର ନାୟକ , ସଂଗ୍ରାମ କେଶରୀ ସାହୁ,ରମେଶ ଚନ୍ଦ୍ର ଗୌଡ଼, ସେହିପରି ବଡଗଡ ବନାଞ୍ଚଳ ତରଫରୁ କରୁଣାକର ବେହେରା , ସଞ୍ଜିତ କୁମାର ମହାରଣା, ଅଂଶୁମାନ ଶତପଥୀ,  ସମୀର କାନ୍ତ ପାଢ଼ୀ, ଭାଗିରଥି ପ୍ରଧାନ,ଉଚିତ କରତା , ଇସ୍ପିତା ଦାସ ,  ବନପାଳ ବଂଶୀଧର ପ୍ରଧାନ,  ସୁଶାନ୍ତ କୁମାର ବିଷୋୟୀ,ସୁଦର୍ଶନ ମିଶ୍ର,ଦଣ୍ଡପାଣି ଶବର ,ସୀମାଞ୍ଚଳ ଜେନା, ରାଜେନ୍ଦ୍ର କୁମାର ଗୌଡ଼ ସୌମ୍ୟଜିତ ଆଚାର୍ଯ୍ୟ, ଚନ୍ଦନ ଜାନି , ଘନଶ୍ୟାମ ସାହୁ ପ୍ରମୁଖ ଯୋଗ ଦେଇ କାଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault