ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ବାଂଟିଦେଇ ଗଲେ : ପଟ୍ଟା ଧରି ଭକୁଆ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

01-06-18-BAUD1w.jpg - 101.25 kB

 ହରଭଙ୍ଗା ବ୍ଲକରେ ଭୂମିହିନ ପରିବାରଙ୍କୁ ପଟ୍ଟାବଂଟନ ନାଁରେ ପ୍ରହସନ

୫ ବର୍ଷ ହେଲା ରେକର୍ଡ  ଥାଇବି ମିଳିପାରୁନି ସରକାରୀ ଯୋଜନାର ସୁଫଳ

ହରଭଙ୍ଗା , ବୌଦ୍ଧ (ସିମୁନ୍ ନାଏକ); ରାଜ୍ୟ ସରକାର ଭୂମିହିନ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଘରଡିହ ଯୋଗାଇଦେବା ପାଇଁ ପ୍ରତ୍ୟେକ ଜିଲ୍ଲାର  ପ୍ରଶାସନଙ୍କୁୁ ନିର୍ଦ୍ଦେଶନାମା ଦିଆଯାଇଥିଲା । ତେବେ ବୌଦ୍ଧଜିଲ୍ଲା ପ୍ରଶାସନ ଓ ହରଭଙ୍ଗା ତହସିଲ କର୍ତୁପକ୍ଷଙ୍କର ଆନ୍ତରିକତା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହି ଜନହିତକର ବ୍ୟବସ୍ଥାର ସୁଫଳ ହରଭଙ୍ଗା ବ୍ଲକରେ ଥିବା ଭୂମିହିନ ହିତାଧିକାରୀଙ୍କ ନିକଟରେ ଅପହଂଚ ହୋଇଥିବା ଲକ୍ଷ୍ୟକରାଯାଇଛି । ଏହି ପରିପ୍ରେକ୍ଷିରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଂଚାୟତ ଅନ୍ତର୍ଗତ ବୁକେଶିଙ୍ଗା ଗ୍ରାମର ଜଣେ ଅସହାୟ ବିଧବା ମହିଳା ପ୍ରମିଳା ବାହୁକ (୫୮), ଦୟାନିଧି ଆଠଦୁଆଳିଆ(୫୬), ମୁଲିଆ ଆଠଦୁଆଳିଆ(୪୫), ରବିନ୍ଦ୍ର ବାଘ(୪୬), ମହେଶ୍ୱର ନାଏକ(୪୨) ଙ୍କ ସମେତ ଛବି ନାଏକ(୫୦), କର୍ପୁର ନାଏକ(୫୧), ତିଳୋତମା ନଏକ(୫୫), ଶୈଳ ନାଏକ(୫୬), ସବିତା ନଏକ(୪୩), ସୋଭାଗିନି ନଏକ(୪୬), ନିଶା ନଏକ(୬୦) ଆଦି ଭୂମିହିନ ପରିବାରଙ୍କୁ ୫ ବର୍ଷ ତଳେ ଘରଡିହ ବାବଦକୁ ହରଭଙ୍ଗା ଆରର୍ଆଇ ସର୍କଲର ବୁକେଶିଙ୍ଗା ମୌଜାରେ ଖାତା ନଂ-୧୨୯/୬୯ ଓ ଡିଆଁଘାଟ ମୌଜାରେ ୧୦ ଡେସିମିଲ ଲେଖାଁଏ ଘରଡିହ ଦିଆଯିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି  ନିଆଯିବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ହରଭଙ୍ଗା ଅଂଚଳରେ ଆୟୋଜିତ ଏକ ଭୂମିପୂଜନ କାର୍ଯ୍ୟକ୍ରମକୁ ୨୪-୦୨-୨୦୧୪ ତାରିଖରେ ଆସିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସେମାନଙ୍କୁ  ଭୂମିହିନ ପରିବାରଙ୍କୁ ପଟ୍ଟା ବଂଟନ କରାଯାଇଥିଲା । ତେବେ ପଟ୍ଟା ବଂଟନର ଦିର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଜମି ହସ୍ତାନ୍ତର କରାଯାନଥିବା ଭଳି ଅଭାବନିୟ ନଜିର ଦେଖିବାକୁ ମିଳିଛି । ଫଳରେ ସଂପୃକ୍ତ ହିତାଧିକାରୀ ପରିବାରଙ୍କୁ ମିଳୁଥିବା ଇନ୍ଦିରାଆବାସ, ମୋ କୁଡିଆ, ପ୍ରଧାନମନ୍ତ୍ରୀ ଗ୍ରାମିଣ ଆବାସ , ବିଜୁପକ୍କାଘର ଆଦି ପକ୍କାଗୃହ କରିବା ପାଇଁ କାର୍ଯ୍ୟଦେଶ ମିଳୁଥିଲେ ମଧ୍ୟ ଘରନିର୍ମାଣ କରିବା କ୍ଷେତ୍ରରେ ସମସ୍ୟା ଦେଖାଦେଇଥିବାରୁ ସେମାନେ ଗୃହ କାର୍ଯ୍ୟ କରିପାରୁନଥିବା ଅଭିଯୋଗ ହେଉଛି । ସେହିପରି ସେମାନଙ୍କ ପରିବାରର ପାଠପଢୁଥିବା ପୁଅଝିଅ ଓ ନାତିନାତୁଣି ମାନେ ଆବଶ୍ୟକ ଜାତି ଓ ବାସୀନ୍ଦା ପ୍ରମାଣ ପତ୍ର ପାଇପାରୁନଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଆସୁଛନ୍ତି । ଏନେଇ ହରଭଙ୍ଗା ତହସିଲଦାର ସୁବ୍ରତ ନାଏକଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ଏଭଳି ଅଭିଯୋଗ ପାଇବା ପରେ ଖୁବ୍ ଶିଘ୍ର ସେମାନଙ୍କୁ ଘରଡିହ ହସ୍ତାନ୍ତର କରାଯିବ ବୋଲି କହିଥିଲେ । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।  

 

0
0
0
s2sdefault