ହେଡଲାଇନସ୍:

ଚାଇଲ୍ଡଲାଇନ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଝାରସୁଗୁଡ଼ାସ୍ଥିତ ବଢ଼େଇମୁଣ୍ଡାର ଗ୍ରାମଞ୍ଚଳ ଶିଶୁ ସମନ୍ବିତ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଚାଇଲ୍ଡଲାଇନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବ୍ଲକର ଗ୍ରାମାଞ୍ଚଳର ଅଙ୍ଗନୱାଡ଼ି କର୍ମୀ ଏବଂ ଆଇସିଡିଏସ ସୁପରଭାଇଜର ଅଂଶଗ୍ରହଣ କରିଥିଲେ। ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ବାଲ୍ୟବିବାହର କୁପ୍ରଭାବ, ଦଣ୍ଡବିଧାନ, ବାଲ୍ୟବିବାହ ନିଷେଧ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଏତଦବ୍ୟତୀତ ବାଲ୍ୟବିବାହକୁ କିପରି ରୋକା ଯାଇପାରିବ ସେ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଏହିପରି ଭାବରେ ଚାଇଲ୍ଡଲାଇନ ପକ୍ଷରୁ  ଜିଲ୍ଲା ପ୍ରଶାସନ ସହାୟତାରେ ୨୦୧୮ ମସିହାରେ ୩ଟି,୨୦୧୯ ମସିହାରେ ୬ଟି ଓ ୨୦୨୦ ମସିହାରେ ଏଯାବତ ୧୪ଟି ବାଲ୍ୟବିବାହକୁ ରୋକା ଯାଇପାରିଛି ବୋଲି ଜଣାଇଥିଲେ। ଏହାପରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ସୁପ୍ରଭା ମହାପାତ୍ର ବାଲ୍ୟବିବାହକୁ ରୋକିବାରେ ଅଙ୍ଗନୱାଡ଼ି କର୍ମୀଙ୍କ ଭୂମିକା ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଦାୟୀତ୍ବ ଓ ଭୂମିକା ଉପରେ ଆଲୋକପାତ କରିଥିଲେ। ତତସଙ୍ଗେ ସେ କିପରି ଝାରସୁଗୁଡ଼ା ବ୍ଲକକୁ ବାଲ୍ୟବିବାହମୁକ୍ତ ଜିଲ୍ଲାରେ ପରିଣତ କରାଯାଇ ପାରିବ, ତାହାର ପଦକ୍ଷେପ ବିଷୟରେ ଧାରଣା ମଧ୍ୟ ଦେଇଥିଲେ। ଉକ୍ତ ବୈଠକରେ ଝାରସୁଗୁଡ଼ା ଜିଲ୍ଲାରେ ଲକ୍ଷ୍ୟ ପୂରଣ କରିବା ପାଇଁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ପାଇଁ ଆଲୋଚନା ହୋଇଥିଲା। ଯେ କୌଣସି ସ୍ଥାନରେ ବାଲ୍ୟବିବାହ ବିଷୟରେ ଖବର ପାଇଲେ, ତୁରନ୍ତ ଚାଇଲ୍ଡଲାଇନ ହେଲ୍ପଲାଇନ ନମ୍ବର ୧୦୯୮କୁ ସୂଚନା ଦେବାକୁ ଅଧିକାରୀମାନେ ଜଣାଇଥିଲେ।

0
0
0
s2sdefault