ପରୀ ଏକ୍ସପ୍ରେସକୁ ପାଇକମାଲ ସହରରେ ସ୍ୱାଗତ
ପାଇକମାଲ/GOURANGA DASH/NILA DEEP -ବିଗତ କିଛି ବର୍ଷ ହେଲା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତହ୍ୟ ନିଷ୍ପାପ ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେବା ଓ ହତ୍ୟା କରିବା ଘଟଣା ନିଶ୍ଚିତ ଭାବରେ ମାନବ ସମାଜକୁ ଲଜ୍ଜିତ କରୁଛି । ଏହି ଭଲି ଘଟଣା ଆମ ରାଜ୍ୟରେ ଓ ସସ ଦେଶରେ ବଢି ଚାଲିଛି ।ଏହି ଘଟଣାକୁ ରୋକିବା ଓ ନିୟନ୍ତ୍ରିତ କରିବା ପାଇଁ ଆମ ରାଜ୍ୟ ପୋଲିସ ତରଫରୁ ପରୀ ଏକ୍ସପ୍ରେସ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଏହି କାର୍ଯ୍ୟକ୍ରମକୁ ଗ୍ରହଣ କରାଯାଇଛି ।
ଏହି କ୍ରମରେ ଆଜି ସକାଳେ ପରୀ ଏକ୍ସପ୍ରେସ ପାଇକମାଲରେ ପହଞ୍ଚିବା ପରେ ତାକୁ ସ୍ୱାଗତ କରାଯାଇ ପାଇକମାଲ ଧର୍ମଶାଳାକୁ ଅଣାଯାଇଥିଲା । ଧର୍ମଶାଳା ଠାରେ ଜିଲ୍ଳା ପୋଲିସ ତରଫରୁ ଏକ ସଚେତନତା ସଭା ଆୟୋଜିତ କରାଯାଇଥିଲା । ଉକ୍ତ ସଭାରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଓ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପୋଲିସର ଏହି ଭଲି ଜନସଚେତନତା କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ପ୍ରଦାନ କରିବା ସହ ଶିଶୁମାନଙ୍କ ଉପରେ କଡା ନଜର ରଖିବା ପାଇଁ ଅଭିଭାବକ ମାନଙ୍କୁ ନିବେଦନ କରିଥିଲେ । ଶିଶୁ କନ୍ୟାର ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ଘରେ ଅଭିଭାବକ ଓ ସ୍କୁଲରେ ଶିକ୍ଷକ ମାନେ ମଧ୍ୟ ସଚେତନ ହେବାକୁ ନିବେଦନ କରିଥିଲେ ।
ଉକ୍ତ ସଭାରେ ଅନ୍ୟତମ ଅତିଥି ପାଇକମାଲ ବ୍ଳକ ଅଧ୍ୟକ୍ଷ ଅଲତାଫ ମହମ୍ମଦ ,ଗୋଷ୍ଠୀଉନ୍ନୟନ ଅଧିକାରୀ ସରୋଜିନୀ ପ୍ରସନ୍ନ କୁଲୁ ,ପାଇକମାଲ ସରପଞ୍ଚ ଧବଲେଶ୍ବର ସାହୁ, ସିଆରପିଏଫ କମାଣ୍ଡର ଅବଦୁଲ ଅହାଦ,ବରଗଡ଼ ପୋଲିସ ଡିଏସପି ଏନ୍.ପି ନାଏକ ,ଡିଏସପି ନିବେଦିତା ସୋରେନ ପ୍ରମୁଖ ଉକ୍ତ ସଭାରେ ଶିଶୁ କନ୍ୟା ସୁରକ୍ଷା ପ୍ରତି ନିଜର ବହୁ ମୁଲ୍ୟ ମତାମତ ରଖିବା ସହ ଅଭିଭାବକ ମାନଙ୍କୁ ସଦାସର୍ବଦା ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ ।
ସଭା ସମାପ୍ତି ପରେ ବରଗଡ଼ ପୋଲିସର କଳାକାର ମାନଙ୍କ ଦ୍ବାରା ଏକ ଏକାଙ୍କିକା "ପରୀ" ପ୍ରସ୍ତୁତ କରାଯାଇଥିଲା । ଏହା ସହିତ ଗାଇସିଲାଟ, ଭୁତିବାହାଲ ଅହିଂସା କ୍ଳବର ସଦସ୍ୟ ମାନେ ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ପୋଲିସରେ ନୂତନ ଭାବରେ ଯୋଗଦାନ କରିଥିବା ଡିଏସପି ନିବେଦିତା ସୋରେନ ଉପସ୍ଥିତ ଜନସାଧାରଣଙ୍କୁ ଶିଶୁ କନ୍ୟାର ସୁରକ୍ଷା ନିମନ୍ତେ ଶପଥ ପାଠ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାଇକମାଲ ନାଗରିକ କମିଟିର ସମସ୍ତ ସଦସ୍ୟ ,ମାରବାଡି ଯୁବାମଞ୍ଚର ସଭ୍ୟ,କସ୍ତୁରବା ଗାନ୍ଧୀ ମାତୄନିକେତନର ଅନ୍ତେବାସୀ,ବହୁ ସଂଖ୍ୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ,ଅଙ୍ଗଡ଼ବାଡି କର୍ମୀ ବିଭିନ୍ନ ସ୍କୁଲରେ ଛାତ୍ରୀମାନେ,ବରଗଡ଼ ପୋଲିସର ବହୁ ଅଧିକାରୀ ,ସିଆରପିଏଫ ର ଜବାନ ମାନେ ତଥା ବହୁସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପାଇକମାଲ ଯୁବ ଥାନାଧିକାରୀ ବିଶ୍ବଜିତ ମନବୋଦ ସୁଚାରୁରୂପେ ପରିଚାଳନା କରିଥିଲେ ।