ଗାଇସିଲେଟ / ନୀଳ ଦୀପ : ଲଗାତାର ଭାବରେ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ବୁଧବାର ବରଗଡ ଜିଲ୍ଲା ଗାଇସିଲେଟ ଠାରେ ବିଜୁ ଜନତା ଦଳ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଗାଇସିଲେଟ ବିଡିଓ ସୁଧାଂଶୁ ଶେଖର ଭୋଇଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ମନୋଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେପୁର ବିଧାୟିକା ରୀତା ସାହୁ ମୂଖ୍ୟଅତିଥି, ଜିଲ୍ଲା ଉପ ସଭାପତି କିର୍ତନ ଦାଶ, ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ନାରାୟଣ ସାହୁ, ବିକ୍ରମ ସିଂ ଦେଓ, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ଦାଶ, ପୂର୍ବ ବ୍ଲକ ସଭାପତି ନାରଦ ବରିହା, ଗୈାରହରି ମିଶ୍ର, ଜିତେନ୍ଦ୍ର ସାହୁ, ଭାରତ ଦାଶ, ଡୋଳାମଣୀ ସାହୁ, କିଶୋର ଦେବତା, ରୁବୁଲ ଦାଶ, ଅମ୍ବିକା ତି୍ରବେଦୀ, ଗୈାରୀଶଙ୍କର ପଧାନ, ସୁମିତ ସାହୁ ପ୍ରମୁଖ ଯୋଗଦେଇ ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ । ଗାଇସିଲେଟ ବ୍ଲକ ଅଂଚଳର ବହୁତ ବିଜେଡି କର୍ମୀ ଯୋଗଦେଇ ଥିଲେ । ପରିଶେଷରେ ରବିନ୍ଦ୍ର ନାଥ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଲଗାତାର ଭାବରେ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ
- Hits: 526