ହେଡଲାଇନସ୍:

ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ  ମାଧ୍ୟମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଛତିଶି ଦେବିଲିରେ ସହଭାଗିତା କାର୍ଯ୍ୟକ୍ରମ 

ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ  ମାଧ୍ୟମ

ଯାଜପୁର, (ଜୟଶଙ୍କର ଦାଶ)   ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ  ମାଧ୍ୟମ । ସମସ୍ତ ଯୋଜନାର ସଫଳତା ପାଇଁ ସହଭାଗିତାର କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ସଚେତନ କରାଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଗୁରୁବାର ଅପରାହ୍ନରେ ଯାଜପୁର ବ୍ଲକ ଛତିଶି ଦେବିଲି ପଂଚାୟତ କାର୍ଯ୍ୟାଳୟଠାରେ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଏଥିରେ ଯୋଗଦେଇ ଗୋଷ୍ଠୀ  ଉନ୍ନୟନ ଅଧିକାରୀ ସୌରଭ ଚକ୍ରବର୍ତ୍ତୀ ବିବିଧ ଯୋଜନାକୁ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବାର ଏହା ଏକ ସୁନ୍ଦର ମାଧ୍ୟମ । ଆମ ବ୍ଲକରେ ୬ଟି ପଂଚାୟତରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି ସଫଳ ହେବ ବୋଲି ସେ କହିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ବିଷଦ ତଥ୍ୟ ଉପସ୍ଥାପନ କରି ଲୋକମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ବ୍ୟାପକ ସଚେତନତା କରାଯାଉଛି କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀ ନିଜ ଅଜ୍ଞତା କାରଣରୁ ଏହାର ସୁଫଳ ପାଇପାରୁନାହାଁନ୍ତି । ତେଣୁ ସମୟ ଆସିଛି ଜାଣିଲେ କିଣିବା । ପାରମ୍ପାରିକ ଲୋକକଳା ମାଧ୍ୟମରେ ଏହି ସହଭାଗିତା ମାଧ୍ୟମରେ ଏହାକୁ ସଫଳ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ସେଠୀ କହିଥିଲେ । ଛତିଶି ଦେବିଲି ପଂଚାୟତର ସରପଂଚ ଅଶ୍ୱିନୀ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ପ୍ରଫୁଲ କୁମାର ବିଶ୍ୱାଳ, ପଂଚାୟତ କାର୍ଯ୍ୟନିର୍ବାହୀ ସୁରେଶ ଚନ୍ଦ୍ର ପଣ୍ଡା, ନାଏବ ସରପଂଚ ସାବିତ୍ରୀ ଖୁଣ୍ଟିଆ, ଜିଲ୍ଲାକଳା ସଂସ୍କୃତି ସଂଘ ଉପସଭାପତି ଅନିରୁଦ୍ଧ ପରିଡା, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ବୃନ୍ଦାବନ ସାହୁ, ଗ୍ରାମ୍ୟ ମୁରବୀ କାମଦେବ ବିଶ୍ୱାଳ, ଓ ସହାୟକ ଦାମୋଦର ସାହୁ ଯୋଗଦେଇଥିଲେ । ଜଗବନ୍ଧୁ ଓଝା ଓ ସାଥୀମାନେ ପାଲା, ରଘୁନାଥ ଖୁଣ୍ଟିଆ ଓ ସାଥିମାନେ ସଂକିର୍ତନ ପରିବେଷଣ କରିଥିଲେ । ପୂର୍ବରୁ ସମସ୍ତ କଳାକାର, ଅତିଥି ଓ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମଣ କରିଥିଲେ । 

0
0
0
s2sdefault