ହେଡଲାଇନସ୍:

ଖୁବଶୀଘ୍ର ରାଜ୍ୟର ମନ୍ଦିର ଓ ଉପାସନସ୍ଥଳୀରେ ଲାଗିବ ଗହଳଚହଳ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି : ୨୫ ତାରିଖ ପରେ ଯେ କୌଣସି ଦିନ ଖୋଲିଯିବ ଶ୍ରୀମନ୍ଦିର 

ଜାନୁଆରୀର ପ୍ରଥମ ଦି ଦିନ ଖୋଲିବ ନାହିଁ ଶ୍ରୀମନ୍ଦିର 

ଭୁବନେଶ୍ୱର/ପୁରୀ (ଶାସକ ପ୍ରଶାସକ) : ଏଥର ରାଜ୍ୟରେ ଖୋଲିବ ମନ୍ଦିର ଓ ଉପାସନା ଗୃହ | ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ କୋଭିଡି ପ୍ରଟୋକଲ ଅନୁପାଳନପୂର୍ବକ   ମନ୍ଦିର ଓ ଉପାସନାଗୃହ ଖୋଲିବା ଆଶା ଉଜ୍ଜ୍ୱଳ ହୋଇଛି ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ସକାରାତ୍ମକ ଆଭିମୂଖ୍ୟରୁ |

କୋଭିଡା କଟକଣା ଯୋଗୁ  ଦୀର୍ଘ ୯ ମାସ ଧରି ବନ୍ଦ ଥିବା ଶ୍ରୀମନ୍ଦିର ଖୋଲିବା ବୋଲି ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି | ଶେଷରେ ଏତେ ଦିନର ବ୍ୟବଧାନରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କ ଦର୍ଶନ ପାଇବେ | ଆସନ୍ତା ୨୫ ତାରିଖ ପରେ ଯେ କୌଣସି ଦିନ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ବୋଲି  ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଥିବାବେଳେ କେବଳ ସରକାରଙ୍କ ସବୁଜ ସଂକେତକୁ ଅପେକ୍ଷା | ଆଜି ନିଯୋଗ ବୈଠକରେ ନିଆଯାଇଥିବା ସର୍ବସମ୍ମତ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ଲାଗି ପଠାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଛତିଶା ନିଯୋଗ ବୈଠକର ସୁପାରିଶକୁ ସରକାରଙ୍କ ଅନୁମୋଦନ ମିଳିବା ପରେ ନିର୍ଦ୍ଦିଷ୍ଟ ଏସଓପି ପ୍ରସ୍ତୁତ କରାଯାଇ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ହେବ  । ପ୍ରଥମ ପର୍ଯ୍ୟାୟରେ କିଛି ଦିନ କେବଳ ସେବାୟତ ପରିବାର ଓ ପୁରୀବାସୀଙ୍କୁ \ ଦର୍ଶନର ସୁଯୋଗ ମିଳିବ ।ହେଲେ ନୂଆ ବର୍ଷରେ ଶ୍ରୀମନ୍ଦିର ବନ୍ଦ ରହିବ | ନୂଆବର୍ଷରେ ପ୍ରବଳ ଭିଡ଼ ସମ୍ଭାବନା ଦୃଷ୍ଟିରୁ ଜାନୁଆରୀ ଜାନୁଆରୀର ପ୍ରଥମ ଦୁଇଦିନ  ଶ୍ରୀମନ୍ଦିର ବନ୍ଦ ରହିବ । ୩ ତାରିଖରୁ ସବୁ ଭକ୍ତଙ୍କୁ ଦର୍ଶନର ସୁଯୋଗ ପାଇବେ ବୋଲି ଜଣାପଡିଛି  । ତେବେ ଜିଲ୍ଲା ବାହାରରୁ ଆସୁଥିବା ଶ୍ରଦ୍ଧାଲୁ କୋଭିଡ୍ ରିପୋର୍ଟ ନେଗେଟିଭ୍ ଦେଖାଇବାକୁ ପଡ଼ିବ । ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ଭକ୍ତଙ୍କ ଦର୍ଶନ ଅନୁମତି ରହିଥିବା ବେଳେ ପରେ ତାକୁ ଖୋଲା କରିଦିଆଯିବା ବୋଲି ଜଣାପଡିଛି ।କୋଭିଡି ପ୍ରଟୋକଲକୁ ପାଳନ କରିବେ ସମସ୍ତେ | ମାସ୍କ ପିନ୍ଧିବା ବାଧ୍ୟତା ମୂଳକ | ହାତକୁ ସାନିଟାଇଜରରେ ଡିସିନଫେକ୍ଟ କରିବା ସକାଶେ    ଶ୍ରୀମନ୍ଦିର ତିନିଦ୍ୱାରରେ ସାନିଟାଇଜର୍ ବ୍ୟବସ୍ଥା କରାଯିବ । ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଛୋଟପିଲାମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ବାରଣ | 

ତେଣୁ ସର୍ବାଧିକ ଗହଳ ଲାଗୁଥିବା ବଡ ଦେଉଳ ବା ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ବା ସରକାର ଯେତେବେଳେ ମନସ୍ଥ କରିସାରିଲେଣି, ତେଣୁ ପ୍ରତ୍ୟେକ ଜିଲ୍ଲାରେ ଥିବା ମନ୍ଦିର ଓ ଉପାସନା ଗୃହ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହେବ ସମ୍ଭାବନା ଉଜ୍ଜ୍ୱଳ ହୋଇଛି | ସୂଚନାଯୋଗ୍ୟ ଯେ ଜିଲ୍ଲାପ୍ରଶାସନ ନିଜ ନିଜ ସ୍ତରରେ ମନ୍ଦିର ଖୋଲିବା ପାଇଁ ଆବଶ୍ୟକ ରୋଡମ୍ୟାପ ଓ ପ୍ରଟୋକଲ ପ୍ରସ୍ତୁତ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ | ତେଣୁ କୋଭିଡି ସ୍ଥିତିକୁ ବିଚାରକୁ ନେଇ  ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ପରେ ଅନ୍ୟ ମନ୍ଦିର ଓ ଉପାସନାଗୃହ ଖୋଲିବା ଉପରେ ଜିଲ୍ଲା ପ୍ରଶାସନ ମାନେ ନିଷ୍ପତ୍ତି ନେବା ଆଶା ଉଜ୍ଜଳ ହୋଇଛି | 

0
0
0
s2sdefault