ହେଡଲାଇନସ୍:

ବସ୍-ବାଇକ ମୁହାଁମୁହିଁ ଧକ୍କା , ଶଳା-ଭିଣୋଇ ମୃତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବୌଦ୍ଧ , ( ସିମୁନ୍ ନାଏକ ) ; ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କେଉଟିପାଲି ଛକ ଠାରେ ବୁଧବାର ସକାଲ ୮ଟାରେ ଏକ ବସ୍ ସହ ବଇକ ମୁହାଁମୁହିଁ ଧକ୍କା ହୋଇ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ  ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ମିଶ୍ର ନାମକ ଏକ ଯାତ୍ରୀବାହି ବସ ( ଓଆର ୧୬ ଏ ୬୨୭୭)  ଓ ଏକ ବାଇକ ( ଓଡି ୩୧ ୧୧୫୬) ମଧରେ ମୁହାଁମୁହିଁ ଧକ୍କା ହୋଇଥିଲା  । ଫଳରେ ୨ ବାଇକ ଆରୋହୀ ସୁବର୍ଣପୁର ଜିଲ୍ଲା ମାଟକୁର ଗ୍ରାମର ଆଶୁତୋଷ ପ୍ରଧାନ (୩୩) ଓ ଅର୍ଜୁନପୁର ଗ୍ରାମର ଲୋକନାଥ ଦେହୁରୀ(୩୩) ଙ୍କ ମୃତ୍ୟୁ  ହୋଇଛି । ଅର୍ଜୁନପୁର ଗାଁର ଲୋକନାଥ ଦେହୁରୀ ଙ୍କ ସାନଭାଇ କୌଣସି ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ ପଡିବାରୁ ଭାଇ ଲୋକନାଥ ସାଙ୍ଗ ଆଶୁତୋଷଙ୍କ ସହ କଣ୍ଟାମାଳ ବ୍ଲକ ଦପଲା ନିକଟରେ ବଉଳପୁର ଗ୍ରାମର ସମ୍ପର୍କିୟଙ୍କ ଘରକୁ ଟଙ୍କା ଆଣିବା ପାଇଁ ଯାଇଥିଲେ  । କେଉଟିପାଲି ଛଟଠାରେ ବିପରିତ ଦିଗରୁ ଆସୁଥିବା ମିଶ୍ର ଯାତ୍ରୀବାହୀ ବସ ସହ ମୁହାଁମୁହିଁ ହୋଇଥିଲା । ଫଳାରେ ବାଉକରେ ଥିବା ଲୋକନାଥ ଓ ଆଶୁତୋଷ ଛିଟିକି ପଡିଥିଲେ । ଦୁର୍ଘଟଣା ପରେ ବସ ଚାଳକ ସେଠାରୁ ଫେରାର୍ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଆଶୁତୋଷଙ୍କୁ ମୃତ ଘୋଷଣା କରିଥିବା ବେଳେ ଲୋକନାଥଙ୍କୁ ବୁର୍ଲା ଡାକ୍ତରଖାନା ନିଆଯଉଥିବା ବେଳେ ତାଙ୍କର ବାଟରେ ମୃତ୍ୟୁ ହୋଇଯାଇଥିଲା । ଘଟଣା ସ୍ଥଳରେ ପୋଲିସ୍ ପହଁଚି ବସ୍ ଓ ବାଇକ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଉଭୟ ଗରିବ ଶ୍ରେଣିର ହୋଇଥିବାର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

0
0
0
s2sdefault