ହେଡଲାଇନସ୍:

ସମ୍ବଲପୁର ରେ ଭାରତ ବନ୍ଦକୁ ସମର୍ଥନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି କୃଷକଙ୍କ ଆନ୍ଦୋଳନ କରିବା ପରେ ମଧ୍ୟ ସରକାର ଦାବିପୁରଣ ପାଇଁ ରାଜି ନହେବାରୁ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଆଜି  ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୪ ଘଣ୍ଟା କାଳ ଏହି ବନ୍ଦ ପାଳନ କରାଯାଉଛି। ଭାରତୀୟ କିଷାନ ୟୁନିୟନ ସହିତ ପ୍ରାୟ ୪୦ଟି କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ସେମାନଙ୍କୁ ବିରୋଧୀ ଦଳ କଂଗ୍ରେସ ସହ ବହୁ  ରାଜନୈତିକ ଦଳ, ଶ୍ରମିକ ସଂଗଠନ ସଂଘ ବନ୍ଦ କୁ  ସମର୍ଥନ ଜଣାଇଛନ୍ତି।  ଓଡିଶା ରାଜ୍ୟ ରେ କଂଗ୍ରେସ ଦଳ ବନ୍ଦକୁ ସମର୍ଥନ କରିଥିବା ବେଲେ ରାଜ୍ୟ ସରକାର ବନ୍ଦ ପାଇଁ ସମସ୍ତ ସରକାରୀ କାଯ୍ୟାଳୟ କୁ ବନ୍ଦପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମ ଓଡିଶାର ପ୍ରମୁଖ ସହର ସମ୍ବଲପୁର ଠାରେ ଚାଷି ଙ୍କ ଭାରତ ବନ୍ଦ କୁ ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ନୟ ସମିତି ତରଫରୁ ସମର୍ଥନ କରାଯାଇଥିଲା । ଚାଷି ସଂଗଠନର ସଭ୍ୟ ମାନେ ଜିଲ୍ଲା ର ଗୋସାଲା ଛକ, ମାଝିପାଲି ଛକ ରେ ରାସ୍ତାରୋକ କରିବା ସହ ବାମରା, କୁଚିଣ୍ଡା,ଜମନକିରା ରେ ଆନ୍ଦୋଳନ କରିଥିବା ଦେଖାଦେଇଥିଲା । ଚାଷି ମାନେ ଆନ୍ଦୋଳନ ମାଧ୍ୟମରେ ସ୍ୱାମୀ ନାଥନ କମିସନ ସୁପାରିସ କାଯ୍ୟକାରି କରିବା ,ସର୍ବନିମ୍ନ ସହାୟକ ମୁଲ୍ୟକୁ ଆଇନଗତ ସିକୄତି ପ୍ରଦାନ , ମଣ୍ଡି ବ୍ୟବସ୍ଥା ରେ ସୁଧାର ଆଣିବା,କଟନି ଛଟନି ବନ୍ଦ, ଭାଗଚାଷୀ ଙ୍କୁ ମାନ୍ୟତା ସହ ସର୍ବୋପରି ନୂତନ କୄଷି ଆଇନ କୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ଏଥିସହ ସମ୍ବଲପୁର ରେ ଥିବା ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ,ସମ୍ବଲପୁର ଜିଲ୍ଲା କଂଗ୍ରେସ, ସିଭିଲ ସୋସାଇଟି ସମ୍ବଲପୁର ର ସବୁ ସଭ୍ୟ ମାନେ ସହର ବିଭିନ୍ନ ଛକ ମାନଙ୍କ ରେ ଏକତ୍ରିତ ହୋଇ କୄଷି ଆଇନ ବିରୋଧ ରେ ଦିଆଯାଇଥିବା ବନ୍ଦ କୁ ସମର୍ଥନ କରି ପ୍ରତିବାଦ କରଥିଲେ । ସମ୍ବଲପୁର ରେ ବନ୍ଦର ପ୍ରଭାବ ଦେଖିବାକୁ ମିଲିଥିଲ । ସମ୍ବଲପୁର ସହରରେ ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଟାନ,ପେଟ୍ରୋଲ ପମ୍ପ, ବ୍ୟାଙ୍କ ସପିଙ୍ଗମଲ ସବୁ ବନ୍ଦ ରହିଥିବା ବେଲେ ସହରର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳି ଗୋଲବଜାର ସୁନ ସାନ ଥିବା ଦେଖିବାକୁ ମିଲିଥିଲା ।

0
0
0
s2sdefault