ହେଡଲାଇନସ୍:

କୃଷି ଆଇନକୁ କୃଷକଙ୍କ ଦେଶ ବ୍ୟାପି ବିରୋଧ, ରେଢାଖୋଲରେ ରାସ୍ତା ରୋକ ବନ୍ଦ ସଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ /  ଅନିଲ କୁମାର ପୃଷ୍ଟି  ):କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧ କରି ସାରା ଦେଶରେ ଭାରତ ବନ୍ଦ ପରିପ୍ରେକ୍ଷୀରେ  ସମ୍ବଲପୁର ଜିଲ୍ଲା ରେଢାଖୋଲରେ ରାସ୍ତା ରୋକ ସହିତ ବନ୍ଦ ପ୍ରଭାବ ସଫଳ ହୋଇଛି। ଏଥିରେ ସନ୍ଥ ଭୀମ ଭୋଇ କୃଷକ ସଂଘର୍ଷ ସମିତି, ଦଧି ବାମାନ  କୃଷକ ସଙ୍ଗଠନ, କୃଷିଜୀବୀ ବିକାଶ ସଂଗଠନ ଓ ନବ ନିର୍ମାଣ କୃଷକ ସଙ୍ଗଠନ ଆଦି ବିଭିନ୍ନ ସଂଗଠନ ମଙ୍ଗଳବାର ଭାରତ ବନ୍ଦ ଆନ୍ଦୋଳନରେ ସାମିଲ ହୋଇ କଟକ -ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥ ରେଢାଖୋଲ ସହର  ବାସଷ୍ଟାଣ୍ଡ ସ୍ଥିତ ଭୀମ ଭୋଇ ଛକ, ମେଡିକାଲ ଛକ ଠାରେ ରାସ୍ତା ଅବରୋଧ କରି ସରକାରଙ୍କ ନୂତନ କୃଷି ନୀତିକୁ ସମାଲୋଚନା , ବିକ୍ଷୋଭ ପ୍ରଦର୍ଶନ କରା ଯାଇ ଥିଲା ଏଥିରେ କଂଗ୍ରେସ, ଆମ ଆଦମୀ ପାର୍ଟି ଆଦି ରାଜ ନୈତିକ ଦଳର  କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ହୋଇ  ଥିବା ପରି ଲଖିତ ହୋଇ ଥିଲା। ଏଥିରେ ମୁଖ୍ୟତଃ ୬ ଦଫା ଦାବି କରାଯାଇଛି। ଏଥିରେ  କଂଗ୍ରେସ ନେତା ଗୌରୀ ଶଙ୍କର ପାତ୍ର, ସନ୍ଥ ଭୀମ ଭୋଇ କୃଷକ ସଂଘର୍ଷ ସମିତିର ଆବାହକ ଆନନ୍ଦ କୁମାର ସାମଲ , ସଭାପତି ମହେଶ ପ୍ରଧାନ, ମମତା ପାତ୍ର, ଦାଧିବାମନ କୃଷକ ସଙ୍ଗଠନର ସଭାପତି ବୃଷକେତୁ ପ୍ରଧାନ, ଆମ ଆଦମୀ ପାର୍ଟି ରେଢାଖୋଲ ବିଧାନସଭା ଆବାହକ ଅଜୟ କୁମାର ସାହୁ, ସମ୍ପାଦକ ଅନ୍ତର୍ଯ୍ୟାମୀ ପ୍ରଧାନ ,ସତ୍ୟ ବାଘ, ବିଜୟ ସଂଗ୍ରାମ ସ୍ୱାଇଁ, ରାମ କୁମାର ପ୍ରଧାନ, ସଞ୍ଜୟ ବିଶ୍ୱାଳ , ହିମାଂଶୁ ଧଳ, ଦଧିବାମନ କୃଷକ ସଂଗଠନର ଦୋଳ ଗୋବିନ୍ଦ ପ୍ରଧାନ, ପ୍ରଦୀପ ପୃଷେଟ, ଦିବା କର ପୃଷ୍ଟି, ଭଗବାନ ପ୍ରଧାନ, ଉମେଶ ଦେହୁରୀ, ପ୍ରଶାନ୍ତ ରାଉଳ, ନନ୍ଦୁ ମିରି ପ୍ରମୁଖ ଉପସ୍ଥିତ ଆନ୍ଦୋଳନରେ ସାମିଲ ହୋଇଥିଲେ। ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଅବରୋଧ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିବାରୁ ଯାତାୟତ ଥୋପ ହୋଇ ଯାଇଥିଲା।

0
0
0
s2sdefault