ବଲାଙ୍ଗୀର : କୃଷକ ମାନଙ୍କ ଅଧିକାର ହାସଲ ପାଇଁ ଭାରତ ବନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବନ୍ଦକୁ ସମର୍ଥନ କଲେ ଏଆଇଡିଏସ୍‌ଓ, ଆମ ଆଦମୀ ପାର୍ଟି ଓ କୋସଲ ରାଜ୍ୟ ସମନ୍ୱୟ ସମିତି ଓ କଂଗ୍ରେସ ପାର୍ଟି ।

ବଲାଙ୍ଗୀର(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର)- ଆଜି କୃଷକ ମାନଙ୍କ ଅଧିକାର ହାସଲ ପାଇଁ ତଥା କେନ୍ଦ୍ର ନେତୃତ୍ୱାଧୀନ ବିଜେପି ସରକାରରର ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି । ଏହି କ୍ରମରେ ଆଜି ଭାରତ ବନ୍ଦକୁ ସମର୍ଥନ କରି ବଲାଙ୍ଗୀର ଜିଲ୍ଲାପାଳଙ୍କ ଆଗରେ ଏଆଇଡିଏସ୍‌ଓ, ଆମ୍ ଆଦମୀ ପାର୍ଟି, କୋସଲ ରାଜ୍ୟ ସମନ୍ୱୟ ସମିତି ଓ କଂଗ୍ରେସ ପାର୍ଟି ପକ୍ଷରୁ ଧାରଣା ଦିଆଯିବା ସହ ଚାଷୀ ମାନଙ୍କ ଅଧିକାର ପାଇଁ ସବୁବେଳେ ଲଢେଇ ଜାରି ରହିବ ବୋଲି କୁହାଯାଇଛି । ଆଜି ଭାରତ ବନ୍ଦର ପ୍ରଭାବ ଯୋଗୁଁ ବଲାଙ୍ଗୀର ଜିଲ୍ଲାର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଯାନବାହନ ଚଳାଚଳ ବନ୍ଦ ରହଛି । ଭାରତ ବନ୍ଦକୁ ରାଜ୍ୟରେ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିଛି ।

0
0
0
s2sdefault