ହେଡଲାଇନସ୍:

ଅଙ୍ଗ ବନ୍ଧ ଜଳ ସେଚନ ଯୋଜନା ନିର୍ମାଣ କାମ ହେବ  ତ୍ବରାନ୍ବିତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଳସମ୍ପଦ ପ୍ରମୁଖ ସଚିବ ଦେଲେ ପ୍ରତିଶ୍ରୁତି 

29-05-18-anga-11.jpg - 76.48 kB

ପଦ୍ମପୁର/Nila Deep - ମଙ୍ଗଳବାର ତାରିଖ ୨୯/୦୫/୨୦୧୮ ଅପରାହ୍ନରେ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ କକ୍ଷରେ ଅଙ୍ଗ ବନ୍ଧ ଜଳ ସେଚନ ଯୋଜନା ନିର୍ମାଣ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା ।ଗତ ତା ୭/୦୫/୨୦୧୮ ରୁ ୧୦/୦୫/୨୦୧୮ ପର୍ଯ୍ୟନ୍ତ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟଳୟ ଠାରେ ତୁରନ୍ତ ପ୍ରକଳ୍ପ ନିର୍ମାଣ ପାଇଁ ଦାବି କରି ଆଞ୍ଚଳିକ କୃଷକ ଶ୍ରମିକ ସଂଘ ତରଫରୁ ଆମରଣ ଅନଶନ କରାଯାଇଥିଲା। ଜିଲ୍ଲାପାଳ ବରଗଡ଼ ଇନ୍ଦ୍ରମଣି ତ୍ରିପାଠୀଙ୍କ ପ୍ରତିଶୃତି ମୁତାବକ ଜଳ ସଂପଦ ମନ୍ତ୍ରୀ  ନିରଞ୍ଜନ ପୂଝାରୀଙ୍କ ଅଧ୍ୟକ୍ଷତାରେ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା । 

ଜଳ ସଂପଦ ପ୍ରମୁଖ ଶାସନ ସଚୀବ  ପ୍ରଦୀପ ଜେନା ପ୍ରକଳ୍ପ ବିଷୟରେ ସୂଚନା ଦେଇ ଏହି ପ୍ରକଳ୍ପର ଅନ୍ୟ କୌଣସି ଆଶାନୁରୂପ ବିକଳ୍ପ ପଦ୍ମପୁର ଅଞ୍ଚଳ ପାଇଁ ନଥିବା ପ୍ରକାଶ କରିଥିଲେ |  ପ୍ରକଳ୍ପ ନିର୍ମାଣ ପାଇଁ ସରକାର ମଧ୍ୟ ଆନ୍ତରିକ ଇଚ୍ଛା ଥିବା ପ୍ରକାଶ କରି ତୁରନ୍ତ ଆନୁଷ୍ଠାନିକ ପଦକ୍ଷେପ ନେବାକୁ ପ୍ରକାଶ କରିଥିଲେ। ଉପସ୍ଥିତ ଅଧିକାରୀମାନଙ୍କୁ ତଥା ବରଗଡ଼ ଜିଲ୍ଲାପାଳଙ୍କୁ ନୂତନ ବିସ୍ଥାପନ ନୀତି ବିଷୟରେ ବୁଡି ଅଞ୍ଚଳ ବାସୀଙ୍କୁ ଅବଗତ କରାଇବା 'ପୁନଃ ବସତି ଓ ପୁନଃ ଥଇଥାନ କାର୍ଯ୍ୟାଳୟ ଆରମ୍ଭ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।  ମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ କୈଣସି ଆର୍ଥିକ ସମସ୍ୟା ନ ଥିବା ପ୍ରକାଶ କରିଥିଲେ । ଉପସ୍ଥିତ ଥିବା ସଂଘର ଚାଷୀ ପ୍ରତିନିଧି ବୃନ୍ଦ ତୁରନ୍ତ ସକାରାତ୍ମକ ପଦକ୍ଷେପ ନେଇ ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାକୁ ଦାବି କରିଥିଲେ। ଏହି ଆଲୋଚନା ରେ ସଂଘ ତରଫରୁ ସଙ୍ଘର ସଭାପତି  ଗୋବର୍ଦ୍ଧନ ଭୁଏ , ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ କୁମରମଣୀ ନାଏକ ,କୈଳାସ ଚନ୍ଦ୍ର ଜୈନ ,କିଶୋର ଦେବତା,ସରୋଜ ବେହେରା, ବାମନ ଧରୁଆ,ପଞ୍ଚାନନ ଦଳପତି,ରବି ସାହୁ,ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ସରକାରଙ୍କ ତରଫରୁ ସର୍ବୋଚ୍ଚ ଯନ୍ତ୍ରୀ ଜଳ ସଂପଦ ବିଭାଗ ,ଡାଇରେକ୍ଟର ପୁନଃ ବସତି ପୁନଃ ଥଇଥାନ ,ଜିଲ୍ଲାପାଳ ବରଗଡ଼ ,ଉପଜିଲ୍ଲାପାଳ ପଦ୍ମପୁର, ନିର୍ବାହୀ ଯନ୍ତ୍ରୀ ଅଙ୍ଗ ବନ୍ଧ ଜଳ ସେଚନ ଡିଭିଜନ ପଦ୍ମପୁର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକଳ୍ପ ନିର୍ମାଣ ସମ୍ବନ୍ଧରେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର ବୈଧାନିକ ଅନୁମୋଦନ ମିଳିସାରିଛି। ବିସ୍ଥାପନ ସମସ୍ୟାର ସମାଧାନ ପୂର୍ବକ ନିଶ୍ଚୟ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରି  ମନ୍ତ୍ରୀ ନିରଞ୍ଜନ ପୁଝାରୀ ଆଲୋଚନା ସମାପ୍ତ କରିଥିଲେ |

      

 

 

0
0
0
s2sdefault