ହେଡଲାଇନସ୍:

ଡିଆରଏମ ଦେଲେ ପ୍ରତିଶ୍ରୁତି, ସ୍ଥଗିତ ହେଲା ରେଳରୋକ ଆନ୍ଦୋଳନ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଶେଷରେ ଡିଆରଏମ ଦେଲେ ପ୍ରତିଶ୍ରୁତି। ତାପରେ ପୂର୍ବ ଘୋଷିତ ରେଳ ଆନ୍ଦୋଳନକୁ ସ୍ଥଗିତ କଲେ ଲୋକେ। ଲୋକଙ୍କ ଦାବୀ ଆଗରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହେଲେ ରେଳ ପ୍ରଶାସନ। 

ସୂଚନାଯୋଗ୍ୟ ଯେ ଗତ ୬୦ ବର୍ଷ ହେବ ହାଓଡ଼ା ମୁମ୍ବାଇ ମେଲ ଏକ୍ସପ୍ରେସ୍ ବ୍ରଜରାଜନଗର ରେଳ ଷ୍ଟେସନରେ ରହୁଥିଲା। ମାତ୍ର ଡିଆରଏମଙ୍କ ସୂଚନା ଅନୁଯାୟୀ ଏହା ୫ ତାରିଖରୁ ବ୍ରଜରାଜନଗରରେ ରହିବ ନାହିଁ ବୋଲି ଲୋକେ ଜାଣିବାକୁ ପାଇଲେ। ତେଣୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ରେଳବାଇର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଗତକାଲି ଏକ ବୈଠକରେ ସାମିଲ ହୋଇ ଵିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ଦଳ ଓ ନାଗରିକ ମଞ୍ଚର ପ୍ରତିନିଧିମାନେ ଏକ୍ସପ୍ରେସ ଟ୍ରେନକୁ ବ୍ରଜରାଜନଗର ଷ୍ଟେସନଠାରେ ପୂର୍ବ ଭଳି ଅଟକାଇବା ପାଇଁ ଦାବୀ କରିଥିଲେ। ମାତ୍ର ଏହି ବୈଠକରୁ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ରେଳ ରୋକ କରିବା ପାଇଁ ସ୍ଥାନୀୟ ଜନସାଧାରଣ ନିଷ୍ପତ୍ତି ନେଇଥିଲେ। ଆସନ୍ତା ୭ ତାରିଖରୁ ଆନ୍ଦୋଳନ କରାଯିବା ପାଇଁ ରେଳ ବିଭାଗକୁ ଜଣାଇ ଦେଇଥିଲେ ଜନତା। ମାତ୍ର ଶେଷରେ ଡିଆରଏମ ବ୍ରଜରାଜନଗର ରେଳ ଷ୍ଟେସନରେ ହାଓଡ଼ା ମୁମ୍ବାଇ ଏକ୍ସପ୍ରେସର ରହଣୀ ପାଇଁ ସ୍ବୀକୃତି ଦେବା ପରେ ରେଳରୋକ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ସୂଚନା ମିଳିଛି।

0
0
0
s2sdefault