ହେଡଲାଇନସ୍:

ପାଣ୍ଡିଆନଙ୍କ ପାହାନ୍ତା ବିଜେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  • ଏକାମ୍ରକ୍ଷେତ୍ର ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର କଲେ ସମୀକ୍ଷା 

  • ଦୋକାନୀଙ୍କ ଥଇଥାନ ଓ ଆବର୍ଜ୍ଜନା ତୁରନ୍ତ ଉଠାଣ ପାଇଁ ଦେଲେ ନିର୍ଦ୍ଦେଶ 

ଭୁବନେଶ୍ୱର: ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କରି ଯାଇଥିବା ବେଳେ ଆଜି ଏକାମ୍ରକ୍ଷେତ୍ରକୁ ପାହାନ୍ତା ବିଜେ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5-T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ | ସଦଳବଳେ ଏକାମ୍ରକ୍ଷେତ୍ର ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଥିଲେ ଶ୍ରୀ ପାଣ୍ଡିଆନ  । 

ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ଜମି ଦେଇଥିବା ଦୋକାନୀମାନଙ୍କ ତୁରନ୍ତ  ପୁନଃଥଇଥାନ କାର୍ଯ୍ୟ ସମ୍ପନ୍ନ କରିବା ସହ ରାସ୍ତାର  ବ୍ୟତୀତ ରାସ୍ତାର ବିକାଶ ଏବଂ ଆବର୍ଜନା ଉଠାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଶ୍ରୀ ପାଣ୍ଡିଆନ ଗୁରୁତ୍ୱ ଦେଇଥିଲେ |

ସୂଚନାଯୋଗ୍ୟ, ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରକଳ୍ପ ପରିଦର୍ଶନ କରିଥିଲେ | ପ୍ରକଳ୍ପ କାର୍ଯ୍ୟର  ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ  ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତ ଉଦ୍ଦିଷ୍ଟ ଥିଲା | ଶ୍ରୀ ପାଣ୍ଡିଆନଙ୍କ ସହ ପୂର୍ତ୍ତ ସଚିବ ଡ଼ କ୍ରିଷନ କୁମାର, ବିଏମସି କମିଶନର  ପ୍ରେମଚାନ୍ଦ ଚୌଧୁରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ  ।

0
0
0
s2sdefault