ଚିକିତ୍ସକଙ୍କ ସହ କଥା ହୋଇ ଉତ୍ତମ ଚିକିତ୍ସା ପାଇଁ ଦେଲେ ସହାୟତାର ପ୍ରତିଶ୍ରୁତି
ଭୁବନେଶ୍ୱର (ଶାସକ ପ୍ରଶାସକ) : ପ୍ରଖ୍ୟାତ ସାରସ୍ୱତ ସାଧକ ତଥା ବିଶିଷ୍ଟ ଔପନ୍ୟାସିକ ମନୋଜ ଦାସଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି | ଏ ସମ୍ପର୍କରେ ସେ ଚିକିତ୍ସକ ଡଃ. ଅଶୋକ କୁମାର ଦାସଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହେବା ସହ ତାଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସୁନିଶ୍ଚିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଶ୍ରୀ ଦାସଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି |