ହେଡଲାଇନସ୍:

ଓଡ଼ିଶାର ଗୀତାଞ୍ଜଳି ସମଗ୍ର ଦେଶ ପାଇଁ ଉଦାହରଣ : ଜାତୀୟ କନକ୍ଳେଭରେ ଉଚ୍ଚ ପ୍ରଶଂସିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

29-05-18-gita-p.jpg - 61.40 kB

ଭୁବନେଶ୍ୱର : ଓଡ଼ିଶାର ଗୀତାଞ୍ଜଳି ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିଛନ୍ତି । ୨୦୧୮ ମସିହା ମେ ୨୮ ତାରିଖ ଦିନ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା the ‘Niine Movement’s Menstrual Awareness Conclaveରେ ଓଡ଼ିଶାର ଢେ଼ଙ୍କାନାଳ ଜିଲ୍ଲାର  କପିଳାସ ବାଳିକା ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଗୀତାଞ୍ଜଳି ମାରାଣ୍ଡୀ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏହି  Conclaveରେ ଏକ ପ୍ୟାନେଲ୍ ଆଲୋଚନାରେ ଗୀତାଞ୍ଜଳି ୟୁ.ଏନ୍.ଏଫ.ପି. ଏସିଆ ପାସିଫିକ୍ ଆଞ୍ଚଳିକ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଡ଼ଃ. ଜେନିଫର୍ ବଟ୍ଲରଙ୍କ ସହିତ ମାସିକ ଧର୍ମ ସମୟରେ ସ୍କୁଲରେ ଛାତ୍ରୀମାନଙ୍କର ଅନୁପସ୍ଥିତ ରହିବା ପ୍ରସଙ୍ଗ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ନିଜର ମତବ୍ୟକ୍ତ କରିଥିଲେ ।

ପ୍ୟାନେଲ୍ରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ, ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସାମାଜିକ କର୍ମୀ ସାବନା ଆଜମୀ , ଜାତିସଂଘର ପୂର୍ବତନ ସେକ୍ରେଟାରୀ ମିସ୍ ଲକ୍ଷ୍ମୀପୁରୀ, ରୟାଲ କମନେଓ୍ୱଲଥ  ସୋସାଇଟିର ମୁଖ୍ୟ ମିସ୍ ଶିବାନୀ ଓ୍ୱାଜିର୍ ପାସରିଚଙ୍କ ସହିତ ଗୀତାଞ୍ଜଳି ଏହି ସମ୍ବେଦନଶୀଳ ବିଷୟ ଉପରେ ଭାବ ବିନିମୟ କରିଥିଲେ । ଏହି  Conclaveରେ ସୁପରଷ୍ଟାର ଅକ୍ଷୟ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଗୀତାଞ୍ଜଳିଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ ।

୧୫ ବର୍ଷ ବୟସରୁ ଗୀତାଞ୍ଜଳିଙ୍କ ଭାବବିନିମୟ ସମାଜ ପାଇଁ ଏକ ମାର୍ଗଦର୍ଶନ ପାଲଟିଛି । ସମାଜରେ ପରିବର୍ତ୍ତନ ନିମନ୍ତେ କେବଳ ଭାଷଣ ନୁହେଁ ବରଂ ବିଭିନ୍ନ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଗୀତାଞ୍ଜଳିଙ୍କୁ ଏହି Conclaveରେ ଯୋଗଦେବା ପାଇଁ ମନୋନୀତ କରାଯାଇଥିଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ଗୀତାଞ୍ଜଳି ଶିକ୍ଷା ଲାଭ କରୁଥିଲେ । ସାମାଜିକ ଅନ୍ଧବିଶ୍ୱାସ ଓ ମାସିକ ଧର୍ମ ସମ୍ପର୍କୀତ ଭ୍ରାନ୍ତ ଧାରଣାକୁ ଅତିକ୍ରମ କରି ବାଳିକା ଶିକ୍ଷା କିପରି ସମ୍ଭବ ତାହାକୁ ଗୀତାଞ୍ଜଳି ଅକ୍ଷରେ ଅକ୍ଷରେ ପ୍ରମାଣ କରିବା ସହିତ ଅନ୍ୟ ଛାତ୍ରୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଏହି  Conclaveରେ ଗୀତାଞ୍ଜଳି କହିଥିଲେ ଯେ, ତାଙ୍କ ବିଦ୍ୟାଳୟର ଜୀବନ ଦକ୍ଷତା ଶ୍ରେଣୀ ଦ୍ୱାରା ମାସିକ ଧର୍ମ ବିଷୟରେ ସଚେତନତା ସହିତ ଏ ପ୍ରସଙ୍ଗରେ ସହଜରେ ବୁଝିବାରେ ସହାୟକ ହୋଇପାରିଛି । ମାସିକ ଧର୍ମ ବାଳିକାମାନଙ୍କ ନିମନ୍ତେ ଏକ ସ୍ୱାଭାବିକ ପ୍ରକି୍ରୟା । ଏ ଦିଗରେ ବାଳିକାମାନଙ୍କର ଅନ୍ଧବିଶ୍ୱାସ ଓ ଅସ୍ୱାସ୍ଥ୍ୟକର ଅଭ୍ୟାସ ଦ୍ୱାରା ସେମାନଙ୍କର ଆତ୍ମସମ୍ମାନ ଓ ଆତ୍ମମର୍ଯ୍ୟାଦା ପ୍ରଭାବିତ ହୋଇଥାଏ ।

ଗୀତାଞ୍ଜଳି ଏବେ ସାନିଟାରୀ ପ୍ୟାଡ଼ର  ବ୍ୟବହାର ଓ ମାସିକ ଧର୍ମ ସ୍ୱାସ୍ଥ୍ୟରକ୍ଷା ପରିଚାଳନା ଉପରେ ଅଧିକ ଶିକ୍ଷାଲାଭ କରୁଛନ୍ତି । ଏହି ମାସିକ ଧର୍ମ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହିବାରେ ଅସୁବିଧା ନାହିଁ । ଏ ବିଷୟରେ ଅନ୍ୟ ଛାତ୍ରଛାତ୍ରୀ ଓ ମହିଳାଙ୍କ ସହ ମଧ୍ୟ ଆଲୋଚନା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟରେ ଜୀବନ ଦକ୍ଷତା ଶିକ୍ଷା ସହିତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସାନିଟାରୀ ପ୍ୟାଡ଼୍ ଛାତ୍ରୀ ଉପସ୍ଥାପନ ବୃଦ୍ଧି କରିବ ବୋଲି ସେ ମତ ଦେଇଛନ୍ତି । ଏହି  Conclaveରେ  ଗୀତାଞ୍ଜଳି ଆମନ୍ତ୍ରିତ ହେବା ସହିତ ତାଙ୍କୁ ନାଇନ୍ ଫାଉଣ୍ଡେସନ୍ ତରଫରୁ ୫ ଲକ୍ଷ ଟଙ୍କାର ଚେକ୍ ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଛି । ବିଦ୍ୟାଳୟ ଓ ନିଜ ଗୋଷ୍ଠୀର ଯୁବତୀମାନଙ୍କ ମନୋଭାବ ପରିବର୍ତ୍ତନ ସହିତ ସାମାଜିକ ସଚେତନତା ସୃଷ୍ଟି ନିମନ୍ତେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ,  ଓଡ଼ିଶା ସରକାର ୬ଷ୍ଠରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରାୟ ୧୭ ଲକ୍ଷ ଛାତ୍ରୀଙ୍କୁ ସାନିଟାରୀ ନାପ୍କିନ୍ ଯୋଗାଇ ଦେବା ପାଇଁ "ଖୁସି' ଯୋଜନା କାର୍ଯ୍ୟକାରୀ ହେଉଛି । ସେମାନଙ୍କ ମାସିକ ଧର୍ମ ସମୟରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷାକୁ ଗୁରୁତ୍ୱ ଦିଆଯାଇ ସାନିଟାରୀ ନାପ୍କିନ୍ବ ଣ୍ଟନ କରାଯାଉଛି । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇପାରୁଛି । ବିଦ୍ୟାଳୟରେ ଉପସ୍ଥାପନ ହାର ଏହା ଦ୍ୱାରା ବୃଦ୍ଧି ପାଇଛି ।

0
0
0
s2sdefault