ହେଡଲାଇନସ୍:

ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ସଚେତନ ରଥ ଶୁଭାରମ୍ଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର ( ନିଲୁ ବିଷୋୟୀ) - ଚଳିତ ୨୦୨୧ ମସିହା ନିମନ୍ତେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ  ପ୍ରଚାର ରଥ କୁ ଶୁଭାରମ୍ଭ କରିଛନ୍ତି । ଏହି ପ୍ରଚାର ରଥ ଭଞ୍ଜନଗର ଉପଖଣ୍ଡ ର ସମସ୍ତ ବ୍ଲକ ସମେତ ପଂଚାୟତ ଗୁଡିକ ପରିଭ୍ରମଣ କରି ଜନସାଧାରଣ ମାନଙ୍କୁ ସଚେତନ କରିବ । ପ୍ରକାଶ ଯେ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଚଳିତ ମାସ ୧୬ ତାରିଖରୁ ଚାଲୁରହିଛି । ଏହା ଆସନ୍ତା ମାସ ଅର୍ଥାତ ଡିସେମ୍ବର ୧୫ ତାରିଖ ପର୍ୟ୍ଯନ୍ତ ଚାଲିବ । ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଚଳିତ ମାସ ୨୮ ଏବଂ ୨୯ ତାରିଖ ଏବଂ ଡିସେମ୍ବର ମାସ ୫ ଏବଂ ୬ ତାରିଖ ଦିନ ଜନସାଧାରଣ ନିଜର ନିଜର ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ସହ ଭେଟନ୍ତୁ । ଯଦି ଯଦି କୌଣସି ବ୍ୟକ୍ତିଙ୍କ ୧.୧.୨୦୨୧ କିମ୍ବା ତା ପୂର୍ବରୁ ୧୮ ବର୍ଷ ବୟସ ହେଇଥିବ ତେବେ ନିଜର ନାମ ଭୋଟର ତାଲିକାରେ ପଞ୍ଜିକୃତ କରିପାରିବେ । ଏହା ଛଡା ଅନଲାଇନ www.nvsp.in ରେ ମଧ୍ୟ ଆବେଦନ କରିପାରିବେ । ଏହି କାଯ୍ୟକ୍ରମ ରେ  ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, କନିଷ୍ଠ ରାଜସ୍ବ ସହାୟକ ମୁକ୍ତିପଦ ନାୟକ , ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault