ହେଡଲାଇନସ୍:

 ବେତଙ୍କ ଭାଗ୍ୟରେ ଖାଲି ସାମାଜିକ ଓ ପ୍ରଶାସନିକ ବେତ ମାଡ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜାତୀୟ ଖାଦୀୟ ସୁରକ୍ଷା ଆଇନ ଦିବ୍ୟାଙ୍ଗ  ବେତଙ୍କ ପାଇଁ ଅପହଂଚ

27-05-18-dibyanga.jpg - 65.18 kB

ହରଭଙ୍ଗା  , ବୌଦ୍ଧ (ସିମୁନ୍ ନାଏକ) ; ସରକାର ଭିନ୍ନକ୍ଷମ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ଏଥି ସହିତ ଜନସାଧାରଣଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ରେ ସେମାନଙ୍କୁ ଅଗ୍ରାଧିକାର ଦେଇ ସମାଜର ମୁଖ୍ୟ ଧାରାରେ ସାମିଲ କରିବାକୁ ପ୍ରାଥମିକତା ଦେଉଛନ୍ତି । ହେଲେ ଏହିସବୁ ବ୍ୟବସ୍ଥା ଓ ସୁବିଧା ଥିବା ସତ୍ୱେ ଏସବୁ ଯୋଜନା କାର୍ଯ୍ୟକାରୀ କରିବା ଦାୟତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ମାନଙ୍କର ଆନ୍ତରିକତା ର ଅଭାବ ଯୋଗୁଁ ପିଲା ବେଳରୁ ନିଜ ମାବାପା ଙ୍କୁ ହରାଇଥିବା ଜଣେ ଅନାଥ ଦିବ୍ୟାଙ୍ଗ କିଭଳି ଦୟନୀୟ ଜୀବନ ଯାପନ କରୁଛନ୍ତି ତାର କରୁଣ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଗ୍ରାମରେ  । ହରଭଙ୍ଗା ଗ୍ରାମର ସ୍ୱର୍ଗତ ବିଦ୍ୟାଧର ପୁଢ ଓ ତାଙ୍କର ପତ୍ନୀ ହାରାବତୀ ପୁଢଙ୍କର ଏକ ମାତ୍ର ସନ୍ତାନ ଭାବରେ ଜନ୍ମ ନେଇଥିଲା ଦିବ୍ୟାଙ୍ଗ ବେତ ପୁଢ (୪୫) । ଜନ୍ମରୁହିଁ ବାକ୍କଶକ୍ତି ଓ ଶ୍ରବଣଶକ୍ତି ନଥିବା ଦିବ୍ୟାଙ୍ଗ ଶିଶୁ ବୋଲି ଜଣାପଡିଥିଲେ ମଧ୍ୟ ବାପା ମା ପାଇଁ ସେଥିଲେ ଅଲିଅଳ ପୁତ୍ର । ହେଲେ ଦଇବର ନିୟତି ଥିଲା ଆଉ କିଛି । ବେତକୁ ୩ ବର୍ଷ ହୋଇଥିବା ବେଳେ ମାଚାଲିଯାଇଥିଲେ ଆରପାରିକୁ  ସେତିକିରେ ଦୁଖ ସରିନଥିଲା । ମାତୃହରା ହୋଇ ଶିଶୁଟିକୁ ଲାଳନପାଳନକରୁଥିବା ବାପା ୫ ବୟସ ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା ।  ସେହିଦିନଠାରୁ ବେତ ହୋଇଯାଇଥିଲେ ଅସହାୟ ଅନାଥ ଶିଶୁ । ସାହିପଡିସା ଓ ଗାଁ ଲୋକେ ଯିଏ ଯେତେବେଳେ  ଭାବିଲା ମୁଠେ ଦେଲା ତାକୁ ଖାଇ ସେ ଆଜି ୪୫ ବର୍ଷର ଯୁବକ । ସେ କିଛୀ କହିପାରୁ ନଥିବା ଓ ଶୁଣି ପାରୁନଥିବା ହେତୁ ତାଙ୍କୁ କାମରେ ଲଗାଇବାକୁ ଅଧିକାଂଶ ଲୋକେ ଆଗ୍ରହପ୍ରକାଶ କରିଥାନ୍ତି । ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ତାଙ୍କର ପରୀକ୍ଷା କରାଯାଇ ତାଙ୍କୁ ଦିଆଯାଇଥିବା ପ୍ରମାଣପତ୍ରରେ ସେ ୬୫ ପ୍ରତିଶତ ବିକଳାଙ୍ଗ ଥିବା ଉଲ୍ଲେଖ ରହିଛି । ମାତ୍ର ଭିନ୍ନକ୍ଷମ ଭତା ଓ ରାସନ କାଡ ଟିକେ ପାଇବା ପାଇଁ ସେ ଜିଲ୍ଲାପାଳଙ୍କ ଜନଶୁଣାଣି ପ୍ରକୋଷ୍ଟକୁ ସେ ବାରମ୍ବାର ଦୌଡି ଗୁହାରୀ ଜଣାଇଥିଲେ ମଧ୍ୟ ତାଙ୍କୁ ଏଯାଏଁ ମିଳିନାହିଁ । ନିଜର ଘର ଖଣ୍ଡେ ନାହିଁ । ତାଙ୍କର ଦୟନୀୟ ଅବସ୍ଥା ଦେଇ ଗ୍ରାମର ଜୈନିକ ସହୃଦୟ ବ୍ୟକ୍ତି ଆଜକୁ ଦୀର୍ଘ ପ୍ରାୟ ଦସବର୍ଷ ହେଲା ନିଜ ବାରଣ୍ଡାରେ ଶୋଇବା ପାଇଁ ଆଶ୍ରୟ ଦେଇଛନ୍ତି । ତେବେ ସରକାରଙ୍କର ଜମିହିନ ଭୂମିହୀନ ମାନଙ୍କୁ ଜମି ପ୍ରଦାନ, ଗୃହ ନଥିବା ଲୋକଙ୍କୁ ଆବାସ ଓ ଭିନ୍ନକ୍ଷମଙ୍କୁ ଭତା ଓ ଅସହାୟଙ୍କୁ ଅନ୍ତୋଦୟ ଯୋଜନା ଭଳି ଜନକଲ୍ୟାଣକାରୀ ଯୋଜନା କାହା ପାଇଁ ବୋଲି ଏଠାରେ ପ୍ରଶ୍ନ ଉଠୁଛି ।  ବେତଙ୍କ ଭାଗ୍ୟରେ ଖାଲି ସାମାଜିକ ଓ ପ୍ରଶାସନିକ ବେତ ମାଡ | ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ତାଙ୍କୁ ରାସନକାର୍ଡ ଓ ଭତା ଯୋଗାଇ ଦେବାକୁ ଦାବୀ ହେଉଛି ।

 

   

 

 

 

 

 

 

 

0
0
0
s2sdefault